ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ, ଜଣେ ଗୁରୁତର

ପବିତ୍ରନଗର,୯ା୪(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ତାଳଚେର ବନାଞ୍ଚଳ କଣିହାଁ ବ୍ଲକ ବିରୁ ଗ୍ରାମର ଭାଗବତ ଦେହୁରୀଙ୍କୁ ଗୁରୁବାର ହାତୀ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ତାଳଚେର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ମୁଣ୍ଡ, ଛାତି ସହିତ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଭାଗବତ ଭୋର୍‌ ସମୟରୁ ମହୁଲ ସଂଗ୍ରହ ନିମନ୍ତେ ତାଙ୍କ ସ୍ତ୍ରୀଙ୍କ ସହିତ ଜମି ନିକଟରେ ଥିବା ମହୁଲ ଗଛ ନିକଟକୁ ଯାଇଥିଲେ।ସେଠାରେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋତାଯାଇଥିବା ବିପୁଳ ବିସ୍ଫୋରକ ଜବତ

ଚଢ଼େଇଧରା,୭।୧୦(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅଧୀନ ଗଙ୍ଗେଇଡୁବୁରୀ(ଲୁଣିବେର) କଳାପଥର ଖଣିଠାରୁ କିଛି ଦୂରରେ ପୋତା ଯାଇଥିବା ବିପୁଳ ବିସ୍ଫୋରକକୁ ବୁଧବାର ରାତିରେ ଜବତ କରାଯାଇଛି।...

ଖୋର୍ଦ୍ଧା ଉପଖଣ୍ଡରେ ୫ କରୋନା ପଜିଟିଭ୍‌ ଚିହ୍ନଟ

ଖୋର୍ଦ୍ଧା ଅଫିସ,୨୦।୬: ଖୋର୍ଦ୍ଧା ଉପଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଜିଲାରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା...

ଓଡଗାଁ ଏନ୍‌ଏସି: ଜବରଦଖଲରେ ସରକାରୀ ଜମି, ରାସ୍ତା

ଓଡ଼ଗାଁ,୨୪ା୧୦(ସ୍ବ.ପ୍ର.): ଓଡ଼ଗାଁ ଏନ୍‌ଏସି ଅଞ୍ଚଳରେ ଦିନକୁ ଦିନ ଘରୋଇ ଜାଗାବାଡି କିଣାବିକାରେ ଅହେତୁକ ଦଲାଲି ବୃଦ୍ଧି ପାଇଛି। ଏଥିଯୋଗୁ ସରକାରୀ ଜାଗାବାଡି, ରାସ୍ତା ପାର୍ଶ୍ୱ, ସରକାରୀ...

ଓଏସ୍‌ଏସ୍‌ଏଫ୍‌ ଯବାନଙ୍କୁ କରୋନା

ଛତ୍ରପୁର,୯।୬(ଡି.ଏନ.ଏ)- ଗଞ୍ଜାମ ପୋଲିସ ଜିଲାରେ କାର୍ଯ୍ୟରତ ଓଏସଏସଏଫ (ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ)ର ଜଣେ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଖଲିକୋଟ ଥାାନା...

ଧନସରାରେ ଭୀମା ବିହା ସଂଗେ ବାଲିଯାତ୍‌ରା ଉଦ୍‌ଯାପିତ

କୋକସରା,୫।୨(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଁଚେତ୍‌ ଧନସରାରେ ଗଲା ୩ ମାସ ଧରି ପାଲିତ ହେଇଥିବାର ବାଲିଯାତ୍‌ରା ମାଘ ମାସ ଉକିଆ ଦଶମୀ...

ଏଥର ଝଲସିବ କଳାହାଣ୍ଡି: ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୩ ଶକ୍ତି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲା ଜୟପାଟଣା ଅଞ୍ଚଳର ବାନେର୍‌ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ୍‌ ସବଷ୍ଟେଶନ ଉଦ୍‌ଘାଟନ...

କୋଟିଆରୁ ଆନ୍ଧ୍ରକୁ ତଡ଼ିଲା ଓଡ଼ିଶା

କୋରାପୁଟ/ପଟ୍ଟାଙ୍ଗୀ,୧୦।୭: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର- ଓଡ଼ିଶା...

ମଧ୍ୟାହ୍ନଭୋଜନ ପାଚିକା, ସହାୟିକା ସଂଘ ସମାବେଶ

କୋଷ୍ଠା,୨୪ା୨(ଡି.ଏନ୍‌.ଏ.)- ଶୂଳିଆପଦା ବ୍ଲକ ମଧ୍ୟାହ୍ନଭୋଜନ ପାଚିକା ଓ ସହାୟିକା ସଂଘର ଏକ ସମାବେଶ କୋଷ୍ଠାସ୍ଥିତ ଉଦୟନାଥ ଆଇଟିଆଇ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସମ୍ପାଦିକା ଅନ୍ନଦା...

Advertisement


Archives

Model This Week