ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଯୁବକ

ତୁମୁଡିବନ୍ଧ,୧୭ା୫(ଡି.ଏନ୍‌.ଏ.)- ଅସରାଏ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ପାଣି, ଗଁାରୁ ବାହାରି ହୁଏନି। ଏନେଇ ତୁମୁଡିବନ୍ଧ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପଯର୍‌ୟନ୍ତ ଅଭିଯୋଗ କରି ସୁଫଳ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ରାସ୍ତା ମରାମତି କରିଛି ଗ୍ରାମର ଯୁବକସଂଘ। ତୁମୁଡିବନ୍ଧ ବ୍ଲକ ସଦରମହକୁମା ଠାରୁ କୋଟଗଡ ପିଚୁ ରାସ୍ତାରେ ପ୍ରାୟ ୨ କିମି ଯିବାପରେ ସେଠାରୁ କାଲିସାପଦରକୁ ରହିଛି ମାଟି ରାସ୍ତା। ୪ବର୍ଷ ପୂର୍ବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଏହି ମାଟିରାସ୍ତା କାମ ହୋଇଥିଲା। ମାତ୍ର ମୋରମ ବିଛାଯାଇ ନ ଥିଲା। ଚାଉଳ ନଦୀରୁ ବାଲି ବୋଝେଇ ଟ୍ରକ ଉକ୍ତ ରାସ୍ତାରେ ଯାଉଥିବାରୁ ଦିନ କେଇଟାରେ ଅବସ୍ଥା ଶୋଚନୀୟ ହୋଇପଡିଥିଲା। ଫଳରେ କାଲିସାପଦରର ୧୫୦ ପରିବାର ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ। ବର୍ଷାହେଲେ ଗଁାକୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରେ ନାହିଁ। ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ପଡେ। କାଲିସାପଦର ଯୁବକ ସଂଘ ସଦସ୍ୟମାନେ ରବିବାର ସକାଳୁ ରାସ୍ତା ମରାମତି କରିଛନ୍ତି। ଏନେଇ ସଂଘ ସଭାପତି ବିକାଶ ମଲିକ କୁହନ୍ତି, ଲକ୍‌ଡାଉନ ଯୋଗୁ ଆମର ପ୍ରାୟ ୬ଟି ଟ୍ରାକ୍ଟର ଘର ଆଗରେ ରହିଥିଲା। ଗ୍ରାମବାସୀଙ୍କୁ ଅବଗତ କରାଇବା ପରେ ପ୍ରାୟ ୨୦ ଜଣ ଯୁବକ ଏହି ରାସ୍ତା କାର୍ଯ୍ୟ କରିଛୁ। ଏନେଇ ତୁମୁଡିବନ୍ଧ ବିଡିଓ ଅଗସ୍ତି ପ୍ରଧାନଙ୍କୁ ପଚାରିବାରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଉକ୍ତ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ା ଜିଲାରେ ୫ରୁ ଧାନ କିଣା

ଝାରସୁଗୁଡ଼ା ଅଫିସ,୧୧।୧୧: ଝାରସୁଗୁଡ଼ା ଜିଲାରେ ଧାନ କିଣା ସକାଶେ ଚଳିତ ଖରିଫ ଋତୁର ପ୍ରଥମ ଜିଲାସ୍ତରୀୟ ଧାନ କିଣା (ଡିଏଲ୍‌ପିସି) ବୈଠକ ଜିଲାପାଳ ସରୋଜ କୁମାର...

ଧାମନଗର ଉପନିର୍ବାଚନ: ଆଜି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷଦିନ

ଭଦ୍ରକ ଅଫିସ,୧୭ା୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷଦିନ। ତେବେ ଆଜି ସାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।...

ଟଙ୍କା ଚୋରି ନେଇ ୨ ଶିଶୁପୁତ୍ରଙ୍କୁ ମାରି ଦେବାକୁ ନିଶାଶକ୍ତ ବାପାଙ୍କ ଉଦ୍ୟମ: ଗ୍ରାମବାସୀ ଦ୍ୱାରା ଶିଶୁପୁତ୍ର ଉଦ୍ଧାର

ଭୋଗରାଇ,୪।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଜାରାମପୁର ଗ୍ରାମରେ ରବିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଚୋରି ଅଭିଯୋଗରେ ନିଶାଗ୍ରସ୍ତ ବାପା...

ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ସ୍ବାଧୀନ ପ୍ରାର୍ଥୀଙ୍କ ସହ ସର୍ବଦଳୀୟ କମିଟିର ଆଲୋଚନା

କୋରାପୁଟ,୨୩ା୧(ସ୍ବ.ପ୍ର.): କୋରାପୁଟ ଜିଲାର ପଟ୍ଟାଙ୍ଗୀ ବ୍ଳକ ଅଧୀନ ଜିଲା ପରିଷଦ ଜୋନ -୧ରେ ଯାଉଥିବା କୋଟିଆ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ୨ଜଣ...

ଚୋରା ଲୁହାପଥର ବୋଝେଇ ଟ୍ରକ୍‌ ଜବତ

ଯୋଡ଼ା,୪।୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବେହେରା ହାଟିଂ ନିକଟରେ ଚୋରା ଲୁହାପଥର ବୋଝେଇ କରୁଥିବା ବେଳେ ପୋଲିସ ଚଢାଉ କରି ଏକ ଟ୍ରକକୁ...

ପଞ୍ଚସଖା ପଡ଼ିଆରେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ

ସାକ୍ଷୀଗୋପାଳ, ୩୦।୫(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ବକୁଳ ବନ ସ୍ଥିତ ପଞ୍ଚସଖା ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସମୁହ ‘ବନ୍ଦେ ଉତ୍କଳ ଜନନୀ’ଗାନ...

ବିଶ୍ୱ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟ: ମ୍ୟାଚ୍‌ ଦେଖିବେ ସ୍ବାଭିମାନ ଅଞ୍ଚଳର ୫୦ ଛାତ୍ରୀଛାତ୍ର

ଚିତ୍ରକୋଣ୍ଡା,୧୬।୧୦(ଡି.ଏନ୍‌.ଏ): ମାଲକାନଗିରି ଜିଲା ଆଇଟିଡିଏ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୩ଟି ବିଦ୍ୟାଳୟରୁ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେଉଥିବା ବିଶ୍ୱ ମହିଳା...

ପ୍ରତାପ ଭୂତିଆ ହତ୍ୟା ମାମଲା: ୪୮ ଘଣ୍ଟା ପରେ ପୋଲିସ ହାତ ଖାଲି

ଢେଙ୍କାନାଳ ଅଫିସ, ୨୩।୮: ଇନ୍ଦିରା ଆବାସ କାର୍ଯ୍ୟାଦେଶ ପ୍ରଦାନରେ ଚଞ୍ଚକତା ଏବଂ ଏହାର ପ୍ରତିବାଦ କରିବାରୁ ଢେଙ୍କାନାଳ ଜିଲା ଗଁଦିଆ ଥାନା ଭୂତିଆ ସାହିର ପ୍ରତାପ...

Advertisement
Archives

Model This Week