Posted inଜାତୀୟ

ଶିଶୁଙ୍କୁ ଯୌନ ନିର୍ଯାତନା ନେଇ କଠୋର ହେଲେ ସୁପ୍ରିମକୋର୍ଟ:ସବୁ ଜିଲାରେ ହେବ ପୋକ୍ସୋ କୋର୍ଟ

ନୂଆଦିଲ୍ଲୀ,୨୬।୭(ପି.ଟି.):ଦେଶରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ମାମଲା ବଢ଼ିବାରେ ଲାଗିଛି। ଏପରି କି କେତେକ ଜିଲାରେ ଏଭଳି ଶତାଧିକ ମାମଲା ଗଡ଼ୁଛି। ସୁପ୍ରିମକୋର୍ଟ ଏହାକୁ ଦୃଷ୍ଟିରେ ରଖି ଶିଶୁଙ୍କୁ ଯୌନ ନିର୍ଯାତନାରୁ ମୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ଅଧୀନରେ ସମସ୍ତ ଜିଲାରେ ୬୦ ଦିନ ମଧ୍ୟରେ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ଗୁରୁବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ୧୦୦ରୁ ଊର୍ଦ୍ଧ୍ୱ ପୋକ୍ସୋ ମାମଲା ବିଚାରାଧୀନ ଥିବା ଜିଲାଗୁଡ଼ିକରେ ପୀଡ଼ିତ ଶିଶୁଙ୍କୁ ନ୍ୟାୟ ପ୍ରଦାନ ପାଇଁ ୨ ମାସ ମଧ୍ୟରେ କେନ୍ଦ୍ର ସରକାର ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବେ। ଏହାସହ ଏପରି ମାମଲାଗୁଡ଼ିକର ପରିଚାଳନା ପାଇଁ ସରକାର ତାଲିମପ୍ରାପ୍ତ ତଥା ସମ୍ବେଦନଶୀଳ ଅଧିବ୍ୟକ୍ତା ଓ ସହାୟକଙ୍କୁ ନିଯୁକ୍ତ କରିବେ। କୋର୍ଟ ସ୍ଥାପନ ପାଇଁ ଆବଶ୍ୟକ ପାଣ୍ଠି କେନ୍ଦ୍ର ସରକାର ବହନ କରିବେ। ପୋକ୍ସୋ କୋର୍ଟ ପ୍ରତିଷ୍ଠା ଓ ସେଠାରେ ପ୍ରୋସିକ୍ୟୁଟର ନିଯୁକ୍ତି ସମ୍ପର୍କିତ ଯୋଜନା ନେଇ ସରକାର ୩୦ ଦିନ ମଧ୍ୟରେ ପ୍ରୋଗ୍ରେସ ରିପୋର୍ଟ ଦାଖଲ କରି ସୁପ୍ରିମକୋର୍ଟଙ୍କୁ ଅବଗତ କରିିବେ। ସେହିପରି ଏପରି ମାମଲାର ଫରେନ୍ସିକ୍‌ ରିପୋର୍ଟ ଉଚିତ ସମୟରେ ଦାଖଲ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ଶାସନ ସଚିବମାନେ ନିଶ୍ଚିତ କରିବେ ବୋଲି ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ବଳାତ୍କାର ଉପରେ ଦେଶବ୍ୟାପୀ ଅଧିକ ତଥ୍ୟ ସଂଗ୍ରହ ପୋକ୍ସୋ ଆଇନର କାର୍ଯ୍ୟକାରିତାକୁ ବିଳମ୍ବିତ କରିବ ବୋଲି ଖଣ୍ଡପୀଠ ଆଶଙ୍କା ବ୍ୟକ୍ତ କରିଛନ୍ତି। ପୋକ୍ସୋ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ପ୍ରତ୍ୟେକ ଜିଲାରେ ଫରେନ୍ସିକ୍‌ ଲାବରେଟୋରି ପ୍ରତିଷ୍ଠା ଲାଗି ଆମିକସ୍‌ କ୍ୟୁରି (ଆଇନ ମିତ୍ର) ଭି. ଗିରିଙ୍କ ପ୍ରସ୍ତାବକୁ ପରେ ବିଚାର କରାଯାଇପାରେ। ତେବେ ଏଭଳି ମାମଲାଗୁଡ଼ିକର ତୁରନ୍ତ ବିଚାର ଲାଗି ଉଚିତ ସମୟରେ ଫରେନ୍ସିକ୍‌ ରିପୋର୍ଟ ଦାଖଲ କରାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୬ରେ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନରେ ସରକାର ଭାଙ୍ଗିବାକୁ ଯୋଜନା କରୁଛି ଭାଜପା: ଗେହଲଟ

ଜୟପୁର,୫ ।୧୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସଦ୍ୟ ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । ଗେହଲଟ କହିଛନ୍ତି ରାଜସ୍ଥାନରେ ସରକାର ଭାଙ୍ଗିବାକୁ...

ସୁରକ୍ଷା କର୍ମୀ ମାଓବାଦୀ ମୁହାଁମୁହିଁ: ଲକ୍ଷେ ଟଙ୍କା ପୁରସ୍କାର ଘୋଷିତ ଥିବା ମାଓବାଦୀ ନିହତ

ରାୟପୁର,୨୩।୭: ଛତିଶଗଡ଼ ସୁକମାର ବିରାଭଟ୍ଟି ଜଙ୍ଗଲରୁ ଡିଆରଜି ଯବାନ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି। ସେଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ସଂସଦରେ ଯୋଗ ଶିକ୍ଷା ଦେବେ ପ୍ରଜ୍ଞା

ଜୁନ୍‌ ୨୧ରେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ସାଂଦସମାନଙ୍କୁ ଯୋଗ ଶିକ୍ଷାର ଆୟୋଜନ କରାଯାଇଛି।...

ପଶ୍ଚିମବଙ୍ଗରୁ ହଟିବ କୋଭିଡ୍‌ କଟକଣା

କୋଲକାତା,୩୧।୩: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ବିଭିନ୍ନ ରାଜ୍ୟରେ କୋଭିଡ୍‌ କଟକଣାକୁ ହଟାଇ ଦିଆଯାଉଛି। ନିକଟରେ ମୁମ୍ବାଇରେ ସମସ୍ତ କୋଭିଡ୍‌ କଟକଣା ହଟାଯାଇଛି। ଇତି...

ଜନ୍ମଦିନରେ କୋଟିଏ ଟିକା,ଅନ୍ୟଦିନ ନୁହେଁ କାହିଁକି ? ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ମହାମାରୀ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ...

ଧର୍ମପରିବର୍ତ୍ତନ ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ ସାବାଳକ: ହାଇକୋର୍ଟ

କୋଲକାତା,୨୩।୧୨: ସାବାଳକମାନେ ଧର୍ମପରିବର୍ତ୍ତନ କରିବା ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ। ଏନେଇ ତାଙ୍କୁ କେହି ବାଧା ଦେଇପାରିବେ ନାହିଁ। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ...

ଦିଲ୍ଲୀରେ ପୁଣି ଡରାଇଲାଣି କରୋନା: ନୋଏଡାରେ ୧୪ଶିଶୁଙ୍କ ସମେତ ୭୦ପଜିଟିଭ୍‌

ନୂଆଦିଲ୍ଲୀ,୧୬।୪: ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆରରେ ପୁଣି ଥରେ କରୋନା ସଂକ୍ରମଣ ମୁଣ୍ଡ ଟେକିଲାଣି। ଦିଲ୍ଲୀ ନିକଟରେ ଥିବା ଗାଜିଆବାଦ ଓ ନୋଏଡାର ଅନେକ ସ୍କୁଲରେ...

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ, ପଓ୍ବାରଙ୍କ ଚେତାବନୀ…

ମୁମ୍ବାଇ, ୪।୭ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର କହିଛନ୍ତି ଯେ ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାର ଆଶଙ୍କା ରହିଛି। କାରଣ...

Advertisement
Archives

Model This Week