ଶିଶୁକନ୍ୟାଙ୍କୁ ବଳାତ୍କାର: ନାବାଳକ କୋର୍ଟଚାଲାଣ

ବିଜେପୁର, ୫।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଥାନା ଅଞ୍ଚଳର ୪ବର୍ଷର ଶିଶୁକନ୍ୟାଙ୍କୁ ଉକ୍ତ ଅଞ୍ଚଳର ଜନୈକ ୧୭ବର୍ଷର ନାବାଳକ ସୋମବାର ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ମଙ୍ଗଳବାର ପୋଲିସ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କ ଡାକ୍ତରୀମାଇନା କରାଇଛି। ପୀଡିତାଙ୍କ ପିତାଙ୍କ ଏତଲାକୁ ଭିତ୍ତିକରି ପୋଲିସ ୧୮୯/୧୯ରେ ମାମଲା ରୁଜୁକରି ଅଭିଯୁକ୍ତ ନାବାଳକଙ୍କୁ ସୋହେଲା କୋର୍ଟକୁ ଚାଲାଣ କରିଛି। କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ରାଉରକେଲା ଜୁଭେନାଇଲ କାରାଗାରକୁ ପଠାଯାଇଛି। ସୂଚନାଯୋଗ୍ୟ, ସୋମବାର ଅପରାହ୍ନରେ ଶିଶୁକନ୍ୟା ଘରେ ଏକୁଟିଆଥିବା ଦେଖି ପଡିଶାଘରର ନାବାଳକ ତାଙ୍କୁ ବଳତ୍କାର କରିଥିଲେ। ପୀଡିତାଙ୍କ ମା’ ଏ ବିଷୟରେ ଜାଣିବା ପରେ ପଡୋଶୀଙ୍କୁ କହିଥିଲେ। ଏହି ଘଟଣାକୁ ଗାଁଲୋକେ ନିନ୍ଦାକରିବା ସହ ସନ୍ଧ୍ୟାରେ ଏକ ସଭା କରିଥିଲେ। ମାତ୍ର କୌଣସି ସମାଧାନ ହୋଇପାରି ନ ଥିଲା। ତେଣୁ ରାତିରେ ପୀଡିତାଙ୍କ ପିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨.୫୨ କୋଟି ଟଙ୍କାରେ ନିର୍ମିତ ରାମଲିଙ୍ଗେଶ୍ୱର ପୋଖରୀ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ୍‌,୪।୧- ବ୍ରହ୍ମପୁର ମହାନଗରକୁ ଦେଶରେ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ପରିକଳ୍ପନା କରାଯାଇଛି। ଏନେଇ ସମସ୍ତେ ମିଶି ଏହାର ସଫଳ ରୂପାୟନ...

ନିଜ ବିକାଶ ନିଷ୍ପତ୍ତି ନେବେ ଆଦିବାସୀ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଆଦିବାସୀ ଗ୍ରାମକୁ ମିଳିବ କ୍ଷମତା। ସେମାନଙ୍କ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ କ୍ଷେତ୍ର ଅକ୍ଷୁଣ୍ଣ ରହିବ। ସବୁକିଛି ନିଷ୍ପତ୍ତି ନେବ ଗ୍ରାମ ପରିଷଦ(କାଉନ୍‌ସିଲ)। ସେମାନଙ୍କ ଜୀବନଜୀବିକା, ପରମ୍ପରା...

ସମ୍ବଲପୁରରେ ଏନ୍‌କାଉଣ୍ଟର୍‌: କୁଖ୍ୟାତ ଅପରାଧୀ ତ୍ରିଦେବ ଆହତ

ସମ୍ବଲପୁର,୧୦ା୯(ବ୍ୟୁରୋ): ସମ୍ବଲପୁର ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ତ୍ରିଦେବ ବାଗ(୨୫) ମଙ୍ଗଳବାର ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ...

ମହିମାଙ୍କ ବଡ ପୁଅଙ୍କୁ ସାଙ୍ଗରେ ନେଲା ସିବିଆଇ

କଟକ ଅଫିସ,୪।୮: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଗୁରୁବାର ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ପରେ ସିବିଆଇ ଅଧିକାରୀମାନେ ମହିମାଙ୍କ ବଡ ପୁଅଙ୍କୁ କଟକ...

ଦାଦନ ଖଟିବାକୁ ଯାଇ ଜୁଆଙ୍ଗ ଯୁବକଙ୍କ ଜୀବନ ଗଲା : ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ଜିଲାରେ କାମଧନ୍ଦା ମିଳୁ ନ ଥିବାରୁ ଜୁଆଙ୍ଗ ଓ ଭୂୟାଁ ପୀଢ଼ ଅଞ୍ଚଳର ବହୁ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନାନା...

ସ୍କୁଟି ଉପରେ ଚଢ଼ିଗଲା କ୍ରେନ୍‌: ଚାଲିଗଲା ୨ ଜୀବନ

ବାଲେଶ୍ୱର ଅଫିସ, ୨୩।୧୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ରାମେଶ୍ୱର ମନ୍ଦିର ଛକରେ ବୁଧବାର ଅପରାହ୍ନ ୪ଟା ବେଳେ ଏକ ଅଚଳ ଟ୍ରକ୍‌କୁ କ୍ରେନ୍‌ ଦ୍ୱାରା...

ସାବିତ୍ରୀ ବ୍ରତ ପାଇଁ ବଜାରରେ ଭିଡ଼: ମାନିଲେନି ସାମାଜିକ ଦୂରତା

ବୌଦ୍ଧ,୨୧ା୫ (ସ୍ବ.ପ୍ର.)-ବୌଦ୍ଧ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି ା ତେବେ ଆସନ୍ତାକାଲି ସାବିତ୍ରୀ ବ୍ରତ ପଡୁଥିବାରୁ ଲୋକେ ସାମାଜିକ ଦୂରତାକୁ ଭୁଲିଯାଇ ଗୁରୁବାର...

ରକ୍ତଦାନ କରୁଥିବା ବ୍ୟକ୍ତିଙ୍କ ତାଲିକା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନରେ ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ଓଡ଼ିଶା ମୋ ପରିବାର ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ...

Advertisement
Archives

Model This Week