ଶିଳ୍ପଜଗତରେ ଖୁସିର ଲହରି

ନୂଆଦିଲ୍ଲୀ,୧୪।୫: ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଘୋଷଣାକୁ ନେଇ ଦେଶର ଶିଳ୍ପଜଗତରେ ଖୁସିର ଲହରି ଖେଳିଯାଇଛି। ଏମ୍‌ଏସ୍‌ଏମ୍‌ଇ, ବିଦ୍ୟୁତ୍‌ ବିତରଣ କମ୍ପାନୀ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଶିଳ୍ପ ଜଗତ ପକ୍ଷରୁ ପ୍ରଶଂସା କରାଯାଇଛି। ପ୍ୟାକେଜ ୨.୦ କରୋନାର ପ୍ରଭାବକୁ କମ୍‌ କରିବାରେ ସହାୟକ ହେବ ବୋଲି ଏହା କହିଛି। ସରକାରଙ୍କ ଦ୍ୱାରା ବଜାରକୁ ଅଧିକ ପରିମାଣର ନଗଦ ଆସିବାରେ ସହାୟକ ହେବ। ଏହା ଏମ୍‌ଏସ୍‌ଏମ୍‌ଇଗୁଡିକ ନୂଆ ଜୀବନରେଖା ହେବ ବୋଲି କୁହାଯାଉଛି। ଏମ୍‌ଏସ୍‌ଏମ୍‌ଇ ଲାଗି ସରକାର ବନ୍ଧକମୁକ୍ତ ଋଣ ପ୍ରଦାନ ସମ୍ପର୍କରେ ଘୋଷଣା କରିଛନ୍ତି। ଅଣ ବେତନ ପେମେଣ୍ଟ ଉପରେ ଟିକସ ହାର ହ୍ରାସ, ଅଣ ବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନଗୁଡିକ ଲାଗି ସହାୟତା ବଜାର ଲାଗି ଲାଭକାରୀ ହେବ ବୋଲି ଶିଳ୍ପଜଗତ ମତ ରଖିଛି। ଆୟକର ରିଟର୍ନ ସୀମାରେ ବୃଦ୍ଧି, ଏମ୍‌ଏସ୍‌ଏମ୍‌ଇ ସଂଜ୍ଞାରେ ପରିବର୍ତ୍ତନ ଭଳି ପଦକ୍ଷେପ ଯୁଗାନ୍ତକାରୀ ବୋଲି ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି। ସରକାରଙ୍କ ପଦକ୍ଷେପ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ, ମାଇକ୍ରୋ ଫାଇନାନ୍ସ, ହାଉସିଂ ଫାଇନାନ୍ସ କମ୍ପାନୀ, ରିୟଲ ଇଷ୍ଟେଟ ଏବଂ କନଷ୍ଟ୍ରକଶନ କ୍ଷେତ୍ର ଲାଭବାନ ହେବ ବୋଲି ଆସୋଚାମ ମହାସଚିବ ଦୀପକ ସୁଦ କହିଛନ୍ତି। ସରକାରଙ୍କ ପ୍ୟାକେଜ ଶିଳ୍ପ ଏବଂ ଅର୍ଥ ବ୍ୟବସ୍ଥାକୁ ପୁନର୍ଗଠନ ଦିଗରେ ସହାୟକ ହେବ ବୋଲି ଫିକି ସଭାପତି ସଙ୍ଗୀତା ରେଡ୍ଡୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍‌ସଙ୍ଗ ଗାଲାକ୍ସି ନୋଟ୍‌ ୧୦ ଲାଇଟ୍‌ରେ ମିଳୁଛି ଜବରଦସ୍ତ ଅଫର୍‌; ୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍

‌ନୂଆଦିଲ୍ଲୀ,୨୧।୬: ପ୍ରମୁଖ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ସାମ୍‌ସଙ୍ଗ ଏହାର ଲୋକପ୍ରିୟ ସିରିଜ୍‌ ଗାଲାକ୍ସି ନୋଟ୍‌ ୧୦ ଲାଇଟ୍‌ ମୂଲ୍ୟରେ ହ୍ରାସ କରିଛି। ଏହା କମ୍ପାନୀର ଏକ...

ଭାରତ-ଚାଇନା ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରଭାବିତ ଆଶଙ୍କା

ନୂଆଦିଲ୍ଲୀ,୧୭।୬: ଚାଇନା ସହ ସୀମା ବିବାଦ ଲଗାତର ବଢ଼ିଚାଲିଛି। ଲଦାଖ ସୀମାରେ ଚାଇନା ସେନାର ବଳପୂର୍ବକ ପ୍ରବେଶ ଯୋଗୁ ଭାରତର ୩ ଯବାନ ଶହୀଦ ହୋଇଛନ୍ତି।...

ଲାଲକିଲ୍ଲାରୁ ମୋଦିଙ୍କ ହୁଙ୍କାର;୫ଲକ୍ଷ କୋଟି ଡଲାର ଅର୍ଥନୀତି ହାସଲ ସମ୍ଭବ

ନୂଆଦିଲ୍ଲୀ,୧୭-୮: ଅର୍ଥନୀତି ଧିମା ହୋଇଯିବା ଭିତରେ ପ୍ରଧାନମନ୍ତ୍ରୀ ନମରେନ୍ଦ୍ର ମୋଦି ନିବେଶ ମାଧ୍ୟମରେ ଆର୍ଥିକ ବୃଦ୍ଧି କରିବା ଲାଗି ଏନ୍‌ଡିଏ ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି। ଦେଶ...

ଆଇଡିବିଆଇ ବ୍ୟାଙ୍କକୁ ମିଳିବ ୯୩୦୦ କୋଟି ପୁଞ୍ଜି ସହାୟତା

ନୂଆଦିଲ୍ଲୀ, ୪-୯: ଆଇଡିବିଆଇ ବ୍ୟାଙ୍କକୁ କେନ୍ଦ୍ର ସରକାର ୯,୩୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିବେ। ବ୍ୟାଙ୍କର ପୁଞ୍ଜିକୁ ବୃଦ୍ଧି କରିବା ତଥା ଏହାକୁ...

ବିମାନ କମ୍ପାନୀ ରାଜସ୍ବ ୮୫.୭% କମିଛି

ନୂଆଦିଲ୍ଲୀ,୧୭।୯: ଆର୍ଥତ୍କ ବର୍ଷ ୨୦୨୦-୨୧ର ପ୍ରଥମ ତ୍ରୈମାସରେ ବିମାନ କମ୍ପାନୀଗୁଡିକର ରାଜସ୍ବ ୮୫.୭% ହ୍ରାସ ଘଟି ୩,୬୫୧ କୋଟି ରହିଛି। କୋଭିଡ୍‌-୧୯ ଯୋଗୁ ବିମାନ ସେବା...

୧.୭୫ ଲକ୍ଷ କୋଟିର ବିନିବେଶ ଲକ୍ଷ୍ୟ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ୧.୭୫ ଲକ୍ଷ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଗତ...

ରାଜ୍ୟଗୁଡ଼ିକୁ ମିଳିଲା ୬,୧୯୫ କୋଟି

ନୂଆଦିଲ୍ଲୀ,୧୧।୬: କେନ୍ଦ୍ର ସରକାର ବୁଧବାର ରାଜ୍ୟଗୁଡିକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡିକର ଅଂଶ ବାଦ୍‌ ରାଜସ୍ବ କ୍ଷତି ଅନୁଦାନ ବାବଦରେ...

ଶସ୍ତା ମୂଲ୍ୟରେ ଅଧିଗ୍ରହଣକୁ ମିଳିବନି ଅନୁମତି

ନୂଆଦିଲ୍ଲୀ,୩୧।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ କମ୍ପାନୀଗୁଡିକର ଶେୟାର ମୂଲ୍ୟ ହ୍ରାସ ହେଉଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ଆକ୍ରମକ ଭାବେ କମ୍ପାନୀଗୁଡ଼ିକରେ ଅଂଶଧନ ହାସଲ ହେଉଥିବା...

Advertisement


Archives

Model This Week