ଶିକ୍ଷାବିତ୍‌ ତାରାପ୍ରସାଦ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର ଅଫିସ,୨୧।୧: ବରିଷ୍ଠ ଶିକ୍ଷାବିତ୍‌ ତଥା ସ୍ବର୍ଗତ ପଣ୍ଡିତ ବାଇକୋଳି ମହାପାତ୍ର(ଜ୍ୟୋତିଷ ବିଶାରଦ)ଙ୍କ ପୁତ୍ର ତାରାପ୍ରସାଦ ମହାପାତ୍ରଙ୍କ(୮୫)ର ସୋମବାର ପରଲୋକ ଘଟିଛି। ସ୍ବର୍ଗତ ମହାପାତ୍ର ଖଲ୍ଲିକୋଟର ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ, ବ୍ରହ୍ମପୁର ସିଟି କଲେଜ, ବୀରମିତ୍ରପୁର ମହାବିଦ୍ୟାଳୟ ଏବଂ ଗୁଣପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ା ଖଲ୍ଲିକୋଟ ନିବାସୀ ସ୍ବର୍ଗତ ତାରାପ୍ରସାଦଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଜପତିନଗର ୩ୟ ଲାଇନରେ ଥିବା ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ଖଲ୍ଲିକୋଟ ଆରସିଏମ୍‌ ବିଜ୍ଞାନ କଲେଜ ଛାତ୍ରୀଛାତ୍ର ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ବଡଦାଣ୍ଡ ସାହିରେ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସନ୍ଧ୍ୟାରେ ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏ ଅବସରରେ ତାଙ୍କ ପୁତ୍ର ସୁଧାଂଶୁ ମୋହନ ମହାପାତ୍ର, ଜଗନ ମୋହନ ମହାପାତ୍ର, ଅଖିଳ ମୋହନ ମହାପାତ୍ର, ନିଖିଳ ମୋହନ ମହାପାତ୍ର, ପ୍ରୀତିମୋହନ ମହାପାତ୍ରଙ୍କ ସମେତ ଝିଅ ନମିତା ଦାଶ, ଜ୍ୱାଇଁ ରବୀନ୍ଦ୍ର କୁମାର ଦାଶ, ଲୋକସେବକ ମଣ୍ଡଳ ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା, ରାଜେଶ କୁମାର ସାହୁ, ସୁବ୍ରତ କୁମାର ସାହୁ ଓ ଗୌରୀ ଶଙ୍କର ମିଶ୍ରଙ୍କ ସମେତ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍‌: ଗତ ୨୮ ଦିନ ଭିତରେ କୋଲକାତାରୁ ଫେରିଥିଲେ ତୁରନ୍ତ ଜଣାନ୍ତୁ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଗତ ୨୮ ଦିନ ମଧ୍ୟରେ କୋଲକାତାରୁ ଫେରିଥିଲେ ତୁରନ୍ତ ସ୍ଥାନୀୟ ତହସିଲଦାର, ବିଡିଓ, ସରପଞ୍ଚଙ୍କୁ ଜଣାନ୍ତୁ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଛେଣ୍ଡିପଦା,୧୨।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ଜରପଡ଼ା ଥାନା ଅଧୀନ ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ବିଏମ୍‌ସି ଘେରିବେ ବାଦ୍‌ପଡ଼ିଥିବା ଉଠାଦୋକାନୀ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ବାତ୍ୟା ‘ଫନୀ’ରେ କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀର ଉଠା ଦୋକାନୀଙ୍କୁ ସହାୟତା ରାଶି ବଣ୍ଟନରେ ଆରମ୍ଭରୁ କେଁ ସୃଷ୍ଟି ହୋଇଛି। ଉଠାଦୋକାନୀଙ୍କ ୨୦୧୫ ସର୍ଭେରେ ମୋଟ...

ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ

ରାଉରକେଲା ଅଫିସ,୧୪।୫: ଦୁଇ ଦିନିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶୁକ୍ରବାର ଅପରାହ୍ନ୍ଣରେ ପହଞ୍ଚି କୋପସିଂଙ୍ଗା ଗାଁରେ...

ଲୋକାୟୁକ୍ତରେ ୮୨ ଦୁର୍ନୀତି ମାମଲା ବିଚାରାଧୀନ :ମାର୍ଚ୍ଚ ୩୧ ପୂର୍ବରୁ ସମ୍ପତ୍ତି ଘୋଷଣା ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷା ପରେ ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ରାଜ୍ୟରେ ୨୦୧୮ ଜୁଲାଇ ୭ରୁ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଲୋକାୟୁକ୍ତ ଗଠନ କରାଯାଇଛି। ଲୋକାୟୁକ୍ତ ଆଇନର...

ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଭୁବନେଶ୍ୱର ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ଏସ୍‌ଆଇ ଏସ. କେ. ବେହେରାଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ଜଣେ ଇନ୍ସପେକ୍ଟର ର଼୍ୟାଙ୍କର ଅଧିକାରୀ...

ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

କଟକ ଅଫିସ,୧୩।୧: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବୁଧବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବି କୋଭିଡ୍‌ ହସ୍ପିଟାଲ୍‌ରେ...

ବୁଗୁଡ଼ା ବ୍ଲକ, ଏନ୍‌ଏସିର ୪୦ ସଙ୍ଗରୋଧ କେନ୍ଦ୍ରରେ ୨୦୫୯ ପ୍ରବାସୀ ଓଡ଼ିଆ

ବୁଗୁଡ଼ା,୭ା୫(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଓ ଏନ୍‌ଏସିରେ ଥିବା ୪୦ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ସୁଦ୍ଧା ମୋଟ ୨୦୫୯ ପ୍ରବାସୀ ଓଡ଼ିଆ (ସୁରାଟ ଫେରନ୍ତା) ଆସି ରହିଛନ୍ତି।...

Advertisement
Archives

Model This Week