ଶତାଧିକ ମହିଳା ସଂଘକୁ ମିଳୁନି ବ୍ୟାଙ୍କ ଋଣ

ବ୍ରହ୍ମପୁର ଅଫିସ,୨୯ା୪-ବ୍ରହ୍ମପୁରର ୩ ଶତାଧିକ ମହିଳା ସଂଘ ବ୍ୟାଙ୍କ ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥିପାଇଁ ବିଏମ୍‌ସି (ମହାନଗର ନିଗମ)ର ଅବହେଳା ଓ ପ୍ରତାରଣାକୁ ଦାୟୀ କରାଯାଇଛି। ସହରାଞ୍ଚଳ ମହିଳାଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ‘ସଂଗଠନ ଶ୍ରୁତାଇ’ର ରବିବାର ଅନୁଷ୍ଠିତ ବୈଠକରେ ଏଭଳି ସଂଗୀନ ଅଭିଯୋଗ କରାଯାଇଛି। ସମସ୍ୟା ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଛି। ନଚେତ୍‌ ଏହାର ପ୍ରତିବାଦରେ ଶହ ଶହ ମହିଳାଙ୍କୁ ସଂଗଠିତ କରି ବିଏମ୍‌ସି ବିରୋଧରେ ଆନ୍ଦୋଳନ ସୂତ୍ରପାତ କରାଯିବାର ଚେତାବନୀ ଦିଆଯାଇଛି ।
ବୈଠକରେ ସଭାପତି ରବି ରଥ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୁତାଇ ସମ୍ପାଦିକା ଇନ୍ଦିରା କୁମାରୀ ନାୟକ ଉପରୋକ୍ତ ଅଭିଯୋଗ କରିଥିଲେ ।
ଶେଷରେ ସମ୍ପାଦିକା କହିଥିଲେ, ସମାଜର ଅବହେଳିତ ମହିଳାଙ୍କୁ ସଶକ୍ତୀକରଣ ଏବଂ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା ବ୍ୟାପକ ପ୍ରଚାର ଚାଲିଛି । ବ୍ୟାଙ୍କ ଋଣ ଯୋଗାଇବାର ବ୍ୟବସ୍ଥା ହୋଇଥିବା ବିଜ୍ଞାପନ ପ୍ରକାଶ କରାଯାଉଛି। ତେବେ ଶ୍ରୁତାଇ ଦ୍ୱାରା ଗଠନ ହୋଇଥିବା ୩ ଶତାଧିକ ମହିଳା ସଂଘ ବର୍ଷ ବର୍ଷ ଧରି ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଏମ୍‌ସି ଜରିଆରେ ନିୟମ ପ୍ରକାରେ ମହିଳା ଗ୍ରୁପଗୁଡ଼ିକ ଆବେଦନ କରିଥିବା ସତ୍ତ୍ବେ ଗୋଟିଏ ବି ଗ୍ରୁପକୁ ବ୍ୟାଙ୍କ ଋଣ ମିଳି ନ ଥିବା ସେ କହିଛନ୍ତି । ଗତ ୧୨ ବର୍ଷ ମଧ୍ୟରେ ବହୁବାର ବିଏମ୍‌ସି ଆଗରେ ମହିଳାମାନେ ଆନ୍ଦୋଳନ କରି ନିରାଶ ହୋଇଛନ୍ତି ।
ମହିଳା ଗ୍ରୁପର ଆବେଦନଗୁଡ଼ିକ ବିଏମ୍‌ସିର ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ପକାଇ ରଖିଥିବା ସମ୍ପାଦିକା ଇନ୍ଦିରା ସୂଚାଇଛନ୍ତି। ଏ ସମ୍ପର୍କରେ ଦକ୍ଷିଣାଞ୍ଚଳ ଆରଡିସି, ଗଞ୍ଜାମ ଜିଲାପାଳ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକଙ୍କୁ ଜଣାଇବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେ ଦର୍ଶାଇଛନ୍ତି। ତେଣୁ ସରକାରଙ୍କ ମହିଳା ସଶକ୍ତୀକରଣ ଯୋଜନା ପ୍ରହସନ ହୋଇଥିବା ସମ୍ପାଦିକା ସମାଲୋଚନା କରିଛନ୍ତି। ବୈଠକର ଆଲୋଚନାରେ ସଂଗଠନ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ଗନ୍ତାୟତଙ୍କ ସମେତ ସୁସ୍ମିତା ସାବତ, ବିଷ୍ଣୁ ପାଢ଼ୀ, ହରପ୍ରିୟା ସାହୁ ଓ ଗୀତାଲକ୍ଷ୍ମୀ ପଣ୍ଡା ପ୍ରମୁଖ କର୍ମକର୍ତ୍ତା ଭାଗ ନେଇଥିଲେ। ଆବେଦନଗୁଡ଼ିକ ବିଏମ୍‌ସି ପକ୍ଷରୁ ସୁପାରିସ କରି ବ୍ୟାଙ୍କ ଋଣ ମଞ୍ଜୁର ପାଇଁ ପଦକ୍ଷେପ ନିଆ ନ ଗଲେ ପରିସ୍ଥିତି ବିସ୍ଫୋରକ ହେବାର ସ୍ପଷ୍ଟ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସରରେ ବିସ୍ଫୋରଣ: ୨ମୃତ, ୩ ଗୁରୁତର

ବ୍ରହ୍ମପୁର ଅଫିସ,୧୯।୪: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଫାଦ୍ରୀପଲ୍ଲୀ ନିକଟରେ ଥିବା ଏକ କ୍ରସରରେ ସୋମବାର ପୂର୍ବାହ୍ନରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କର...

କରୋନା ଯୋଗୁ ପନିପରିବା ଚାଷୀ ପ୍ରଭାବିତ, ଋଣ ଛାଡ଼ ଦାବି

ଗଞ୍ଜାମ, ୩।୪(ଡି.ଏନ୍‌.ଏ.): କରୋନା (କୋଭିଡ-୧୯) ସଂକ୍ରମଣକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ l ଏଥିପାଇଁ ସମସ୍ତ ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଛି।...

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ୮ ଦିନ ପରେ ବି ୬ ଜଣଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ୍‌,୧୪ା୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୮ ଦିନ ବିତିଛି। କିନ୍ତୁ ଅଦ୍ୟାବଧି ୬ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ବର୍ତ୍ତମାନ...

ତାଗିଦ ସତ୍ତ୍ୱେ କରୁଥିଲେ କୋଭିଡ ନିୟମ ଉଲ୍ଲଂଘନ: ସିଲ୍‌ ହେଲା ମୋବାଇଲ୍‌ ଦୋକାନ

ଗଞ୍ଜାମ,୧୩।୮(ଡି.ଏନ୍‌.ଏ. ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ଗଞ୍ଜାମ ସହରର କିଛି ବ୍ୟବସାୟୀ କୋଭିଡ ନିୟମ ମାନୁନାହାନ୍ତି । ଫଳରେ...

ଉଦ୍‌ଘାଟନ ଅପେକ୍ଷାରେ ଆହାର କେନ୍ଦ୍ର

ଗଞ୍ଜାମ,୧୪।୩ (ଡି.ଏନ୍‌.ଏ.): ଗରିବ ଜନସାଧାରଣଙ୍କ ପାଇଁ ସରକାର ଆହାର ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ଜଣେ ଲୋକ ୫ ଟଙ୍କା ଦେଇ ଖାଇପାରିବେ। ଏ...

ଗଞ୍ଜାମକୁ ୬ ଜାତୀୟ ପଞ୍ଚାୟତ ଆଓ୍ବାର୍ଡ, ଟିମ୍‌କୁ ଶ୍ରେୟ ଦେଲେ ଜିଲାପାଳ

ଛତ୍ରପୁର,୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ୬ଟି ଜାତୀୟ ପଞ୍ଚାୟତ ଆଓ୍ବାର୍ଡ-୨୦୨୨ ମିଳିଛି। ସେଥିମଧ୍ୟରେ ଜିଲାର ହିଞ୍ଜିଳି ବ୍ଲକ, ଶେରଗଡ଼ ବ୍ଲକ, ସାରୁ ଓ କେଳୁଆପଲ୍ଲୀ ପଞ୍ଚାୟତକୁ ଦୀନଦୟାଲ...

ଘରୁ ଡାକନେଇ ମାରିଥିଲେ: ୩ ଅଭିଯୁକ୍ତ ଗିରଫ

ଆସିକା,୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧୀନ ବଡବୋରସିଙ୍ଗି-ଖାରିଗୁଡା ରାସ୍ତାରେ ଗତ ୧୪ତାରିଖ ରାତିରେ କାଳିଆଗୁଡା ଗ୍ରାମର ଅମର ରାଉତଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା।...

ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଅସଦ୍‌ ବ୍ୟବହାର ଅଭିଯୋଗ

ପୁରୁଷୋତ୍ତମପୁର,୨୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲଦାର ଓ ଅତିରିକ୍ତ ତହସିଲଦାର ବିରୋଧରେ ଅଭିଯୋଗ ଆଣିଛନ୍ତି ତହସିଲ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ। ତହସିଲଦାର ଅରୁଣ କୁମାର ନାୟକ...

Advertisement
Archives

Model This Week