Posted inଭଦ୍ରକ

ଶଙ୍ଖାବାଲୀର ଶଙ୍ଖା, ଚୁଡ଼ି କିମିଆ

ଆରଡ଼ି, ୧୦।୧୨ (ଡି.ଏନ.ଏ.)- ଶଙ୍ଖା, ଚୁଡ଼ି, ସିନ୍ଦୂର ସୌଭାଗ୍ୟର ପ୍ରତୀକ। କାହିଁ କେଉଁ କାଳରୁ ବିବାହିତ ସଧବା ମହିଳାମାନେ ଏହାକୁ ପିନ୍ଧି ଆସୁଛନ୍ତି। ଆଜିକାଲି ହାଟବଜାରରେ ଲେଡିଜ କର୍ନ୍ନର ଓ ଫ୍ୟାଶନ ସେଣ୍ଟରରେ ଶଙ୍ଖାସିନ୍ଦୂର ଭଳି ନାନା ପ୍ରସାଧନ ସାମଗ୍ରୀ ବିକ୍ରି ହେଉଛି। ବିବାହ ଋତୁରେ ଏସବୁ ଜିନିଷର ଚାହିଦା ଅଧିକ। ଆଗ କାଳରେ ଗଁାଗଣ୍ଡାର ମହିଳାମାନେ ଫେରିବାଲା ଶଙ୍ଖାରୀଠାରୁ ଶଙ୍ଖା ସିନ୍ଦୂର କିଣି ପିନ୍ଧୁଥିଲେ। ସେତେବେଳେ ଏହି ଶଙ୍ଖା ବ୍ୟବସାୟକୁ କୌଳିକ ବୃତ୍ତି ଭାବେ ଗ୍ରହଣ କରି ଅନେକ ଜୀବିକା ନିର୍ବାହ କରୁଥିଲେ। ସମୟ ବଦଳିବା ଏବଂ ହାଟବଜାରରେ ଏସବୁ ସାମଗ୍ରୀ ହାଉଜାଉ ହେଉଥିବାବେଳେ ଶଙ୍ଖାରୀ ପରିବାରର ଅନେକ ମହିଳା ଓ ପୁରୁଷ ଆଜି ବି ପୁରୁଣା ବୃତ୍ତିକୁ ନେଇ ଶଙ୍ଖା ବ୍ୟବସାୟ କରି ପରିବାର ଚଳାଉଥିବା ଶୁଣିଲେ ବିସ୍ମୟ ଲାଗେ। ଏଭଳି ଜଣେ ଶଙ୍ଖାରୀ ହେଲେ ବାସନ୍ତୀ ଦାସ(୪୫)। ଘର ଭଦ୍ରକ ଜିଲାର ଆରଡ଼ି ନିକଟସ୍ଥ ଅମୃତମଣୋହୀରେ। ପରିବାର ପ୍ରତିପୋଷଣ ପାଇଁ ସେ ଓ ତାଙ୍କ ସ୍ବାମୀ ରବୀନ୍ଦ୍ର ଏହି ବ୍ୟବସାୟକୁ ଆଦରି ନେଇଛନ୍ତି। ବାସନ୍ତୀ ପ୍ରତିଦିନ ସକାଳୁ ବିଭିନ୍ନ ରଙ୍ଗବେରଙ୍ଗ କିସମର ଶଙ୍ଖା ଓ ଚୁଡି ଥିବା ଟୋକେଇ ଧରି ଘରୁ ବାହାରି ଯାଆନ୍ତି। ତାଙ୍କ ସ୍ବାମୀ ଅଲଗା ବାଟରେ ଯାଇ ବେପାର କରିଥାନ୍ତି। ବିଭିନ୍ନ ଗଁାଗଣ୍ଡା ବୁଲି ଶଙ୍ଖା, ଚୁଡ଼ି ବିକି ସନ୍ଧ୍ୟାକୁ ସେମାନେ ଘରକୁ ଫେରନ୍ତି।
ବାସନ୍ତୀ କହନ୍ତି, ପୂର୍ବ ରାତିରେ ସେ ଘରେ ବିକ୍ରି ସାମଗ୍ରୀକୁ ଟୋକେଇରେ ସଜାଡ଼ି ରଖିଥାନ୍ତି। ସକାଳେ ଏହାକୁ ମୁଣ୍ଡାଇ ବାହାରି ପଡ଼ନ୍ତି। କେବଳ ଶଙ୍ଖା, ଚୁଡ଼ି ନୁହେଁ, ଆଇନା, ପାନିଆ, ନେଲ୍‌ପଲିସ, ଛୁଞ୍ଚି, ସୂତା ଭଳି କେତେକ’ଣ ଷ୍ଟେସନେରୀ ସାମଗ୍ରୀ ତାଙ୍କ ଟୋକେଇରେ ରହିଥାଏ। ପ୍ରତିଦିନ ସେ ୧୦ କି.ମି. ପରିଧିରେ ବିଭିନ୍ନ ଗଁା ଗଣ୍ଡା ବୁଲି ଗ୍ରାହକଙ୍କୁ ଜିନିଷ ବିକନ୍ତି। ଏହି ବ୍ୟବସାୟ କରିବା ପରଠାରୁ ଅନେକ ଚିହ୍ନରା ଗ୍ରାହକଙ୍କୁ ସମ୍ପର୍କ ଡୋରିରେ ବାନ୍ଧି ରଖିଛନ୍ତି। ଆରଡ଼ି ନିକଟବର୍ତ୍ତୀ ଓଳଗ, କୁଳେଇପଦା, ଚମ୍ପାସାହି, ପାରଡିଆ, ବାଙ୍କମୁହଁା, ନାନ୍ଦପୁର, ତଳଦୁମୁକା, ବୋଡକ, ଷାଠିବାଙ୍କୁଡା ଆଦି ଗାଁ ତାଙ୍କ ବ୍ୟବସାୟର କ୍ଷେତ୍ର ପାଲଟିଛି। ଚିହ୍ନା ପରିଚୟ ବଢ଼ିବା ଯୋଗୁ ଲୋକଙ୍କଠାରୁ ତାଙ୍କୁ ମିଳୁଛି ଅନେକ ସ୍ନେହ ଶ୍ରଦ୍ଧା। ଏହା ତାଙ୍କ ବ୍ୟବସାୟକୁ ଚଳାଇ ରଖିବାରେ ସହାୟତା କରୁଛି। ଶଙ୍ଖା ବ୍ୟବସାୟ ଦେଇଛି ତାଙ୍କୁ ଦାନା ପାଣି। ଜମିବାଡ଼ି କିଛି ନ ଥିବାରୁ ଏହାକୁ ଭରସା କରି ସେ ତାଙ୍କ ସଂସାର ଚଳାଇଛନ୍ତି। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ। ସେମାନଙ୍କୁ ପାଠ ପଢ଼ାଇ ଶିକ୍ଷିତ କରାଇବା ସହ ବିବାହ କରାଇ ଦେଇଛନ୍ତି। ଘରକୁ ୨ ବୋହୂ ଆସି ସୁଖଦୁଃଖରେ ସାଥୀ ପାଲଟିଛନ୍ତି। ବଡ଼ ବୋହୂର ୨ ପୁଅ ଜନ୍ମ ନେବା ପରେ ଘରେ ସେ ଏହି କୁନି ପିଲାଙ୍କ ମେଳରେ ଅନ୍ୟ ସମୟ ବିତାଇଥାନ୍ତି। ପୁଅମାନେ ବଡ଼ ହେବା ପରେ ଏହି ପୁରୁଣା ବୃତ୍ତି ଛାଡ଼ି ଦେବା ଲାଗି ବାରଣ କରୁଥିଲେ ମଧ୍ୟ ସେ ଗ୍ରାହକଙ୍କ ଭଲପାଇବାକୁ ଏଡ଼ାଇ ନ ପାରି ବ୍ୟବସାୟକୁ ଜାରି ରଖିଛନ୍ତି। ହାତଗୋଡ଼ ଚାଲୁଥିବା ଯାଏ ସେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି। ଶଙ୍ଖା ବେପାର କରୁଥିବା ବାସନ୍ତୀଙ୍କ ବ୍ୟବହାର ଓ ମଧୁର ଆଳାପରେ ଅନେକ ମହିଳା ଗ୍ରାହକ ଶ୍ରଦ୍ଧାରେ ତାଙ୍କୁ ମାଉସୀ ଡାକିଥାନ୍ତି। ସେହିଭଳି ତାଙ୍କ ସ୍ବାମୀ ଗ୍ରାହକଙ୍କ ମନ ଜିଣି ଏହି କୌଳିକ ବୃତ୍ତି ବଜାୟ ରଖିବା ସହ ତାଙ୍କୁ ଉତ୍ସାହିତ କରିଆସୁଛନ୍ତି। ହାଟ ବଜାର ଦର ତୁଳନାରେ ସେ ବେଶି ଲାଭ ନ ରଖି ସୁଲଭ ମୂଲ୍ୟରେ ଶଙ୍ଖା ଚୁଡ଼ି ଆଦି ବିକ୍ରି କରିଥାନ୍ତି। ଘରେ ବସି ଲୋକେ ଚାହିଦା ମୁତାବକ ଜିନିଷ ପାଇପାରୁଥିବାରୁ ଏହା ତାଙ୍କୁ ଦେଇଛି ବ୍ୟବସାୟିକ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

ଧୁଷୂରୀ ଏରିଆ ହସ୍ପିଟାଲରେ ତାଲା ପକାଇଲେ ଲୋକେ: ରୋଗୀ ହନ୍ତସନ୍ତ

ଧାମନଗର,୨୩।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ଏରିଆ ହସ୍ପିଟାଲରେ ଶନିବାର ସ୍ଥାନୀୟ ଲୋକେ ତାଲା ପକାଇଛନ୍ତି। ତେବେ ଡାକ୍ତର ସମସ୍ୟା ନେଇ ସେମାନେ ଏଭଳି...

ଭାଜପା ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭଦ୍ରକ ଅଫିସ,୧୫।୨: ରାଜ୍ୟରେ ମନ୍ତ୍ରୀଙ୍କୁ ପୋଲିସ ଗୁଳି କରି ହତ୍ୟା କରୁଛି। ବିଜେଡି ଶାସନରେ ଲୋକ ସୁରକ୍ଷିତ ନୁହଁନ୍ତି । ରାଜ୍ୟ ସରକାରଙ୍କ ଅରାଜକତା ଓ...

ପୂଜାରୀ ସାହି ହତ୍ୟା ଘଟଣା, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୧।୫: ଭଦ୍ରକ ସହର ପୂଜାରୀ ସାହିର ଯୁବକ ନୀଳକଣ୍ଠ ଦାସଙ୍କୁ ଧାମରା ବ୍ରିଜ ନିକଟରେ ଗତ ଫେବୃୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ହତ୍ୟାର...

ବାବା ଆଖଣ୍ଡଳମଣିଙ୍କ ପାଖରେ ଲାଗିହେଲା ମକର ପୋଡ଼ପିଠା

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଶୁକ୍ରବାର ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କ ପାଖରେ ମକର ପୋଡ଼ପିଠା ଲାଗି କରାଯାଇଛି । ଭୋର ୫ଟାରେ...

ରାଶନକାର୍ଡ ଦିଆ ନ ଗଲେ ଅନଶନ

ଭଦ୍ରକ ଅଫିସ, ୧୪ା୧୦-ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରକୃତ ହତାଧିକାରୀ ବଞ୍ଚିତ ହେବା ଅଭିଯୋଗ ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ପରିକି...

୧୪୦ ଲିଟର ରନ୍ଧା ମଦ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ

ଭଦ୍ରକ ଅଫିସ, ୧୯।୩: ଭଦ୍ରକ ଅବକାରୀ ଉପଅଧୀକ୍ଷକ ଅନୀତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଏକ ଟିମ୍‌...

ରାସ୍ତାରୋକୋ କଲେ ଚାଷୀ :  ଏସ୍‌ଏଚ୍‌ଜିର ଧାନକିଣାକୁ ବିରୋଧ

ଭଦ୍ରକ ଅଫିସ/ପଦ୍ମପୁର,୨୩ା୧୨(ଡି.ଏନ୍‌.ଏ.)- ଭଦ୍ରକ ବ୍ଲକ ଅଧୀନ ବରହମ୍‌ପୁର ପଞ୍ଚାୟତର ସେବା ସମବାୟ ସମିତିରେ ସ୍ବୟଂ ସହାୟକ ଗୋଷ୍ଠୀର ଧାନକିଣାକୁ ବିରୋଧ କରି ମଙ୍ଗଳବାର ଶତାଧିକ ଚାଷୀ...

ଖେଳିବାକୁ ଯାଇଥିବା ବେଳେ ଫୁଟିଲା ବୋମା:୩ ନାବାଳିକା ଗୁରୁତର

ଭଦ୍ରକ ଅଫିସ/ବନ୍ତ,୨୮।୩(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଟିଲୋ ତ୍ରିକୋଣା ଛକସ୍ଥିତ ଇଟା ଫ୍ୟାକ୍ଟ୍ରି ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ସୋମବାର ଅପରାହ୍ନରେ...

Advertisement
Archives

Model This Week