ଶକ୍ତି, ଶିଳ୍ପ ଓ ଗୃହ ମନ୍ତ୍ରୀଙ୍କ ସମୀକ୍ଷା: ୯ ସୁଦ୍ଧା ଏନ୍‌ଟିପିସି କାର୍ଯ୍ୟର ପ୍ରଗତି ଜଣାଇବାକୁ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୧୯ା୧୨ – ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବୁଧବାର ସନ୍ଧ୍ୟା ୬ଟାରେ ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଜିଲା ଯୋଜନା କମିିଟି ଅଧ୍ୟକ୍ଷ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଭାଗୀୟ କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଜିଲା ଗ୍ରାମ୍ୟ ବିଦ୍ୟୁତୀକରଣ କାର୍ଯ୍ୟକ୍ରମ ବାବଦରେ ସେସୁ ପକ୍ଷରୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା। ୭୭୬ଟି ଗ୍ରାମରୁ ୭୧୩ଟିରେ ଏହି ଯୋଜନାରେ କାର୍ଯ୍ୟ ଶେଷ ହୋଇଥିବା ସେସୁ ପକ୍ଷରୁ ସୂଚନା ଦିଆଯାଇଥିଲା ା ହିନ୍ଦୋଳ ଓ ଓଡାପଡା ବ୍ଲକର ଅଧିକାଂଶ ଗ୍ରାମରେ ଏହି ଯୋଜନା ଶେଷ ହୋଇନାହିଁ ା ଆସନ୍ତା ଫେବୃୟାରୀ ୨୦୨୦ ସୁଦ୍ଧା ସୌଭାଗ୍ୟ ଓ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ ଯୋଜନାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସେସୁ ନିର୍ବାହୀଯନ୍ତ୍ରୀ ସ୍ବପ୍ନସରିତ ମିଶ୍ର ଜଣାଇଥିଲେ ା ସେହିପରି ଆସନ୍ତା ଜାନୁୟାରୀ ୯ ତାରିଖ ସୁଦ୍ଧା ଏନ୍‌ଟିପିସି କରୁଥିବା ପ୍ରକଳ୍ପ କାର୍ଯ୍ୟର ପ୍ରଗତି ଜଣାଇବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଓଡ଼ାପଡ଼ା ବ୍ଲକର ଘଟିପିରି ଓ କଙ୍କଡାହାଡ ବ୍ଲକର ବିରାଶାଳ ବିଦ୍ୟୁତ ପ୍ରକଳ୍ପରେ ଥିବା ପ୍ରତିବନ୍ଧକ ଶୀଘ୍ର ଦୂର କରିବା ପାଇଁ ଜିଲାପାଳ ଓ ଏସ୍‌ପିଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ା ହାତୀ ଯାତାୟାତ ପଥରେ ବିଦ୍ୟୁତ ତାର ହଟାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ଫନି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ ପ୍ରକଳ୍ପ ଗୁଡିକୁ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ପରିସରରୁ ସମସ୍ତ ବିଦ୍ୟୁତ ସବ୍‌ଷ୍ଟେଶନ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲାରେ ବକେୟା ଥିବା ବିଦ୍ୟୁତ୍‌ ଦେୟ ତୁରନ୍ତ ଆଦାୟ କରିବା ସହ ଦେୟ ବକେୟା ରଖିଥିବା ଗ୍ରାହକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ କହିଥିଲେ ା ସମସ୍ତ ପୁରୁଣା ବିଦ୍ୟୁତ୍‌ ତାର ବଦଳାଯିବା ସହ ବିଦ୍ୟୁତ୍‌ ଶ୍ରମିକମାନଙ୍କୁ ନିରାପତ୍ତା ଯୋଗାଇଦେବାକୁ ସେ ପରାମର୍ଶ ଦେଇଥିଲେ ା ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏସ୍‌ପି ଅନୁପମା ଜେମ୍‌ସ କହିଲେ ଯେ, ୨୦୧୯ରେ ଜିଲାରେ ୨୮୬୦ଟି ମାମଲା ପଞ୍ଜୀକୃତ ହୋଇଛି। ବେନିୟମ ପଥରଖଣି, ପରଜଙ୍ଗ ଓ ଭୁବନ ବ୍ଲକରେ ଚୋରା ମଦ କାରବାର ମୁଣ୍ଡବ୍ୟଥାର କାରଣ ହୋଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ୨୦୧୯ରେ ମୋଟରଯାନ ଆଇନ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ବାବଦରେ ୧୯ କୋଟି ୭ଲକ୍ଷ ୭ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ୩୦୬ଟି ଦୁର୍ଘଟଣା ରିପୋର୍ଟ ହୋଇଛି ା ୨୦୧୯ ଅକ୍ଟୋବର ୨ରୁ ଜିଲା ଆରକ୍ଷୀ ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଚାଲୁ କରିଛି ା ଏସ୍‌ପିଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଲ ସେଣ୍ଟର କାର୍ଯ୍ୟ କରୁଛି। ଭାପୁର ଓ ମହାବିରୋଡ ଫାଣ୍ଡିକୁ ଥାନାକୁ ଉନ୍ନୀତ କରାଯିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୋଲିସ ଫାଣ୍ଡି ଏବଂ କାମାକ୍ଷାନଗର ଟ୍ରାଫିକ ଫାଣ୍ଡି ଖୁବଶୀଘ୍ର କାର୍ଯ୍ୟକାରୀ ହେବ। ଗ୍ରାମରକ୍ଷୀ ପଦ୍ଧତି ଚାଲୁ ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ା ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ସହ ଭିଡ଼ ସମୟରେ ଏସ୍‌ପି ଓ ଜିଲାପାଳ ଗସ୍ତ କଲେ ଶତକଡା ୩୦ଭାଗ ଦୁର୍ଘଟଣା ହ୍ରାସ ପାଇବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ା ଜିଲା ଶିଳ୍ପ ଓ ଖଦି ଗ୍ରାମଦ୍ୟୋୟ କେନ୍ଦ୍ର ଦ୍ୱାରା ସମୁଦାୟ ୨୯ଟି ପିଏମ୍‌ଇଜିପି ମଞ୍ଜୁର ହୋଇଥିବା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଉମାକାନ୍ତ ରାଜ ସୂଚନା ଦେଇଥିଲେ ା ଜିଲାର ବ୍ୟାଙ୍କ ଗୁଡିକ ଋଣ ଦେବାକୁ ପଛଘୁଞ୍ଚା ଦେଉଥିବା ସେ ସୂଚନା ଦେଇଥିଲେ। ମହିଷାପାଟଠାରେ ଥିବା ଜମିକୁ ଏମ୍‌ଏସ୍‌ଏମ୍‌ଇକୁ ଦିଆଯାଉ ବୋଲି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗଁଦିଆ ଠାରେ ନାଗେନା ତାଲିମ କେନ୍ଦ୍ରରେ ତାଲିମଧାରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି, ମିଶନଶକ୍ତି କାର୍ଯ୍ୟକ୍ରମକୁ ଅଧିକ ଏସଏଚ୍‌ଜିକୁ ପ୍ରେରଣ, କତାଶିଳ୍ପର ବିକାଶ, କାରିଗରୀ ଗ୍ରାମ କାର୍ଯ୍ୟର ସମାପନ ଉପରେ ଆଲୋଚନା ହୋଇଥିଲା। ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲାପାଳ ଭୂମେଶଚନ୍ଦ୍ର ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଓପିଟିସିଏଲ୍‌ ଡିଜିଏମ୍‌ ବିଜୟ କୁମାର ଦାସ, ଯୋଜନା ବିଭାଗ ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ, ତାଳଚେର ସେସୁ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ପାଣିଗ୍ରାହୀ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଜୟ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

ଥାଲାପତି ବିଜୟଙ୍କ ନୂଆ ରେକର୍ଡ: ଦେଶର ୫ ପ୍ରମୁଖ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏଣ୍ଟ୍ରି, ଜାଣନ୍ତୁ ନେଟ୍‌ୱର୍ଥ!

ନୂଆଦିଲ୍ଲୀ,୩।୬: ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ (Thalapathy Vijay) ଏବେ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ…

ପଟ୍ଟାଙ୍ଗି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ, ନନ୍ଦପୁର ବ୍ଲକ ଘେରିଲା ବିଜେଡି

ନନ୍ଦପୁର/ପାଡୁଆ,୩ା୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ନିର୍ବାଚନ ପରଠୁ ଶିତଳାବସ୍ଥାରେ ଥିବା ବିଜୁ ଜନତା ଦଳ ବୁଧବାର ଶକ୍ତି ପ୍ରଦର୍ଶନ…

ପ୍ରତିଷ୍ଠିତ ଜାତୀୟ ପଞ୍ଚାୟତ ପୁରସ୍କାର ସମାରୋହରେ ଚମକିଲା ଗଞ୍ଜାମ, ପୁରସ୍କାର ଗ୍ରହଣ କଲେ ଜିଲାପାଳ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ତଥା ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଏକ ଗର୍ବ ଓ ଆନନ୍ଦର ବିଷୟ । ବୁଧବାର ନୂଆଦିଲ୍ଲୀର ସ୍କୋପ୍ କନଭେନସନ…

ଛତ୍ରପୁର ଗସ୍ତରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ, ବୁଲି ଦେଖିଲେ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁର ସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ…

ଛାତିଥରା….ଦିଲ୍ଲୀ ଅଗ୍ନିକାଣ୍ଡରେ ୨୧ ମୃତ, ଜୀବନ ବଞ୍ଚାଇବା ପାଇଁ ଛୁଆଙ୍କୁ ଧରି ତୃତୀୟ ମହଲାରୁ ଡ଼େଇଁଲେ ମହିଳା

ନୂଆଦିଲ୍ଲୀ,୩ା୬: ବୁଧବାର ସକାଳେ ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଆଁରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri