ଲେଖିକା ମଣିଦୀପାଙ୍କ ସନ୍ଦେହଜନକ ମୃତ୍ୟୁ : ୫ ଦିନ ପରେ ଘରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର,୧୭।୫(ବ୍ୟୁରୋ) – ବିଶିଷ୍ଟ ଲେଖିକା ଡା. ମଣିଦୀପା ପଟ୍ଟନାୟକ(୪୮)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ରହୁଥିବା ପୁରୁଣା ଭୁବନେଶ୍ୱରର ଲିଙ୍କରାଜ ନଗରସ୍ଥିତ ବସେରା ଆପାର୍ଟମେଣ୍ଟରୁ ତାଙ୍କ ଗଳିତ ମୃତଦେହକୁ ଲିଙ୍ଗରାଜ ଥାନା ପୋଲିସ କବାଟ ଭାଙ୍ଗି ଗୁରୁବାର ଉଦ୍ଧାର କରିଛି। ୪ ଦିନରୁ ଊର୍ଦ୍ଧ୍ୱ ହେବ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଏନେଇ ଥାନାରେ ୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମଣିଦୀପାଙ୍କର କିଭଳି ମୃତ୍ୟୁ ଘଟିଲା ତାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହାର କିଛି ବି ସୁରାକ ପାଇପାରିନି ପୋଲିସ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟ ପଦାକୁ ଆସିବ ବୋଲି ପୋଲିସ କହୁଛି।
ଉଚ୍ଚଶିକ୍ଷିତା ମଣିଦୀପା ଜଣେ ପରିଚିତ ଲେଖିକା। ତାଙ୍କର ଅନେକ କାବ୍ୟ ଓ କବିତା ବେଶ୍‌ ପାଠକୀୟ ଆଦୃତିଲାଭ କରିଛି। ମିଳିଥିବା ସୂଚନାନୁସାରେ, ପାରିବାରିକ ବିବାଦକୁ ନେଇ ମଣିଦୀପା ୫ବର୍ଷ ହେବ ସ୍ବାମୀଠାରୁ ଅଲଗା ରହୁଥିଲେ। ତାଙ୍କର ଗୋଟିଏ ପୁଅ ଦିଲ୍ଲୀରେ ରହୁଥିବାବେଳେ ମଣିଦୀପା ଭୁବନେଶ୍ୱରରେ ଏକୁଟିଆ ରହୁଥିଲେ। ସେ ପ୍ରାୟତଃ ଏକାକୀ ରହିବାକୁ ଭଲ ପାଉଥିଲେ। ଲେଖିକା ହୋଇଥିବାରୁ ଘର ଭିତରେ ଏକାଏକା ଲେଖାଲେଖି କରୁଥିବା ଭାବି ପଡୋଶୀ ତାଙ୍କ ନିକଟକୁ ଯାଆନ୍ତି ନାହିଁ। ବାତ୍ୟା ଫନୀ ପରେ ରାଜଧାନୀରେ ମୋବାଇଲ୍‌ ନେଟ୍‌ଓ୍ବର୍କ ଫେଲ୍‌ ହୋଇଯିବାଠାରୁ ତାଙ୍କ ସହ ପୁଅଙ୍କର ଯୋଗାଯୋଗ ହୋଇପାରି ନ ଥିଲା। ତେବେ ନେଟ୍‌ଓ୍ବର୍କ ଆସିବା ପରେ ପୁଅ ତାଙ୍କ ମୋବାଇଲ୍‌ ଫୋନ୍‌କୁ ବାରମ୍ବାର କଲ୍‌ କରୁଥିଲେ ମଧ୍ୟ ସେ ଉଠାଉ ନ ଥିଲେ। ସନ୍ଦେହ ହେବାରୁ ପୁଅ ତାଙ୍କ ଅଜାଙ୍କୁ ଫୋନ୍‌ କରି ଜଣାଇ ଦେଖି ଆସିବାକୁ କହିଥିଲେ। ଗୁରୁବାର ମଣିଦୀପାଙ୍କ ବାପା ଉକ୍ତ ଆପାର୍ଟମେଣ୍ଟକୁ ଯାଇ କବାଟ ଭିତରପଟୁ ବନ୍ଦଥିବା ଓ କେହି ନ ଖୋଲିବାରୁ ତୁରନ୍ତ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ମଣିଦୀପାଙ୍କ ମୃତଦେହ ଏକ କୋଠରିର ବେଡ୍‌ ଉପରେ ତଳମୁହଁା ହୋଇ ପଡିରହିଥିଲା। ମୃତଦେହଟି ଫୁଲି ଯାଇଥିବାବେଳେ ପୋକ ସାଲୁବାଲୁ ହେଉଥିଲେ। ମୃତଦେହ ନିକଟରେ ଏକ ଡବାରେ ଚୂନ ଭଳି ଦିଶୁଥିବା କିଛି ପଦାର୍ଥ ପଡ଼ିଥିଲା। କିନ୍ତୁ ମୃତଦେହରେ କୌଣସି କ୍ଷତଚିହ୍ନ ନ ଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ମଣିଦୀପା ଆତ୍ମହତ୍ୟା କରିଥାଇପାରନ୍ତି କିମ୍ବା ତାଙ୍କର ହୃଦ୍‌ଘାତରୁ ମୃତ୍ୟୁ ଘଟିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ମାତ୍ର ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଉଠୁଥିବାରୁ ଏହାକୁ ଗୁରୁତ୍ୱର ସହ ନେଇ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

କଟକ ଅଫିସ, ୫।୧: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରି ଶନିବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ହାଇକୋର୍ଟର ବରିଷ୍ଠ ବିଚାରପତି...

ଏଣିକି ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା ବଦଳିବ। ଏଥର ଗୋଟିଏ ଦିନରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ...

୫୦% ସଂରକ୍ଷଣ ସୀମା ହଟୁ: ବିଜେଡି

ଭୁବନେଶ୍ୱର,୨୫ା୮(ବ୍ୟୁରୋ):ପଛୁଆବର୍ଗଙ୍କୁ ନେଇ ରାଜନୀତି ଜୋର ଧରିଛି। ଏହାକୁ ନେଇ ବିଜେଡି ଓ ଭାଜପା ପରସ୍ପର ଉପରେ ଦୋଷ ଲଦାଲଦିରେ ଲାଗିଛନ୍ତି। ଦେଶରେ ଜାତିଭିତ୍ତିକ ଜନଗଣନା ହେଉ...

ବଜ୍ରକାପ୍ତା ଚାଲାଣ ରୋକିବାକୁ ପ୍ରୟାସ: ସୂଚନା ଦେଲେ ମିଳିବ ୧୦ହଜାର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ବଜ୍ରକାପ୍ତା ଚୋରାଚାଲାଣ ବନବିଭାଗର ନିଦ ହଜାଇ ଦେଇଛି। ବନ୍ୟପ୍ରାଣୀ ଚୋରାଚାଲାଣରେ ବଜ୍ରକାପ୍ତାର ସବୁଠାରୁ ଅଧିକ କାରବାର ହୋଇଥାଏ। ଗତ କିଛିମାସ ହେବ ରାଜ୍ୟର ବିଭିନ୍ନ...

ଆଜି ରାଜ୍ୟରୁ ୩୪୦ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୫୦ ଶିଶୁ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ୩୪୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୫,୪୧୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ମୁଖ୍ୟମନ୍ତ୍ରୀଙ୍କୁ ଖୋଜି ବାହାରିଲା ଭାଜପା, ପଛରେ ବିଜେଡି; ନବୀନ ନିବାସ ଆଗରେ ସ୍ବାଗତ ପାଇଁ ଅପେକ୍ଷା

ଭୁବନେଶ୍ୱର,୧୮।୩(ବ୍ୟୁରୋ): ବିଧାନସଭାରେ ଶାସକ-ବିରୋଧୀ ଦଳ ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ବେଳେ ଗୁରୁବାର ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବା ପାଇଁ...

ସ୍କୁଲରୁ ଅଲିମ୍ପିକ୍ସ ପ୍ରସ୍ତୁତି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ପାଠଶାଳାରୁ ଆରମ୍ଭ ହେବ ଅଲିମ୍ପିକ୍ସ ପ୍ରସ୍ତୁତି। ଛାତ୍ରୀଛାତ୍ର ସ୍କୁଲ ସମୟରୁ ଅଲିମ୍ପିକ୍ସର ମୂଲ୍ୟ ବୁଝିବେ। ସ୍କୁଲରେ ଦିଆଯିବ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା। ଆମେରିକା, ଚାଇନା...

ବିମାନ ଯାତ୍ରା ପାଇଁ ଏସ୍‌ଓପି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଦେଶରେ ଘରୋଇ ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଗୁରୁବାର ଏନେଇ ଷ୍ଟାଣ୍ଡାର୍ଡ...

Advertisement
Archives

Model This Week