ଲିଭର : କିଛି କଥା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଲା ଲିଭର (ଯକୃତ)। ଏହାର କାର୍ଯ୍ୟଦକ୍ଷତା ପ୍ରତିହତ ହେଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଯାଇଥାଏ। ତେବେ ଲିଭର ସମ୍ପର୍କରେ ଜାଣନ୍ତୁ କିଛି କଥା…
-ଲିଭରରୁ ନିର୍ଗତ ହେଉଥିବା ପିତ୍ତ ଶରୀରରେ ବୃଦ୍ଧିପାଉଥିବା ଫ୍ୟାଟ୍‌ ପରିମାଣକୁ ନିୟନ୍ତ୍ରିତ ରଖିଥାଏ।
-ଲିଭରର ଲମ୍ବ ୬.୫ ଇଞ୍ଚ, ଚଉଡ଼ା ୮ ଇଞ୍ଚ ଏବଂ ଗୋଲେଇ ୪.୫ ଇଞ୍ଚ। ଏହାର ଓଜନ ୩.୫ ପାଉଣ୍ଡ।
-ଲିଭରର କାର୍ଯ୍ୟକୁ ତିନିଭାଗରେ ବିଭକ୍ତ କରାଯାଇଛି। ଏହାର ପ୍ରଥମ ଜୋନ୍‌ରେ ରକ୍ତ ପ୍ରବେଶ କରିବା ପରେ ଦ୍ୱିତୀୟ ଜୋନ୍‌କୁ ଯାଇଥାଏ। ତା’ପରେ ତୃତୀୟ ତଥା ଶେଷ ଜୋନ୍‌ରେ ରକ୍ତ ବିଶୁଦ୍ଧ ହୋଇ ଶରୀରରେ ପ୍ରବାହିତ ହୋଇଥାଏ। ତେଣୁ ଲିଭର ସୁସ୍ଥ ରହିବା ନିହାତି ଦରକାର।
-ଆମେ ଖାଉଥିବା ଖାଦ୍ୟରୁ ଲିଭର କାର୍ବୋହାଇଡ୍ରେଟ୍‌ ଏବଂ ଭିଟାମିନ୍‌ ସଂଗ୍ରହକରି ମସ୍ତିଷ୍କକୁ ଯୋଗାଇଥାଏ। ଏହାଦ୍ୱାରା ମସ୍ତିଷ୍କ ଠିକ୍‌ ଭାବରେ କାର୍ଯ୍ୟ କରିଥାଏ।
-ଲିଭର ଆମ ଶରୀର ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାମ କରିଥାଏ। ଶରୀର ଭିତରେ ନିର୍ମିତ ହେଉଥିବା ବିଷାକ୍ତ ତତ୍ତ୍ୱକୁ ଏହା ନଷ୍ଟ କରିଦିଏ।
-ଲିଭର ଭିତରେ ପ୍ରସ୍ତୁତ ହେଉଥିବା ପ୍ରୋଟିନ୍‌ ରକ୍ତକୁ ପରିଷ୍କାର ରଖେ।
-ଆମ ଶରୀରରେ ନଷ୍ଟହୋଇପାରୁ ନ ଥିବା ଟକ୍ସିନ୍‌ଗୁଡ଼ିକ ଲିଭର ଭିତରେ ଗଚ୍ଛିତ ହୋଇ ରହିଥାଏ।
-ଯଦି ଲିଭରଜନିତ ସମସ୍ୟା ଦେଖାଯାଏ ତେବେ ଅଧିକାଂଶ ସମୟ ମୁଣ୍ଡ ବିନ୍ଧିଥାଏ। ବାନ୍ତି ଲାଗେ, ବେଳେବେଳେ ବାନ୍ତି ହୋଇଥାଏ। ଚର୍ମ ହଳଦିଆ ଦେଖାଯାଏ ଏବଂ ଜଣ୍ଡିସ୍‌ର ଲକ୍ଷଣ ଦେଖାଦେଇଥାଏ। ଲିଭର ସମସ୍ୟା ଦେଖାଦେବା ମାତ୍ରେ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଏମିତି ଯଦି ହେଉଥାଏ…

କେତେଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

ସକାଳେ କାହିଁକି ଖାଇବେ ସଦାବିହାରୀ ପତ୍ର

ସଦାବିହାରୀ, ସଦାଫୁଲି ବା ନୟନ ତାରା ନାଁରେ ପରିଚିତ ଏହି ଫୁଲ ଦେଖିବାକୁ ଯେ ସୁନ୍ଦର ତା’ ନୁହେଁ ଏଥିରେ ରହିଛି ଔଷଧୀୟ ଗୁଣ। ଡାକ୍ତର...

କରୋନାରୁ ସୁସ୍ଥ ହେବାପରେ ଦେଖାଦେଉଛି ପାର୍ଶ୍ୱ ପ୍ରତିକ୍ରିୟା: ୧୦ରୁ ୯ ଜଣଙ୍କର ରହିଛି ଏହି ସମସ୍ୟା

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମାତ୍ର...

ଫ୍ଲୋରାଲ୍‌ ଫ୍ୟାଶନ

ଖରାଦିନେ ଫ୍ୟାଶନେବଲ୍‌ ଦେଖାଯିବା ପାଇଁ ସବୁଠାରୁ ଷ୍ଟାଇଲିଶ୍‌ ପ୍ରିଣ୍ଟ ହେଉଛି ଫ୍ଲୋରାଲ୍‌। ତା’ଛଡ଼ା ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେବା ସହ ସବୁ ପ୍ରକାରର...

କରୋନାର ନୂଆ ରୂପ ‘ଓମିକ୍ରନ’ର ଲକ୍ଷଣ ଜାଣନ୍ତୁ

କେପଟାଉନ,୧।୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ପ୍ରକାର ଭାରିଏଣ୍ଡ ‘ଓମିକ୍ରନ’ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଏହି ସମୟରେ,...

ହ୍ବାଇଟ୍‌ ବିଚ୍‌ ହେଭେନ୍‌

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ଉପକୂଳରେ ଥିବା ହ୍ବିଟ୍‌ସଣ୍ଡେ ଦ୍ୱୀପରେ ରହିଛି ହ୍ବାଇଟ୍‌ ବିଚ୍‌ ହେଭେନ୍‌ । ୭ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ବେଳାଭୂମିରେ ପ୍ରାୟ ୯୮...

ଗୃହ ଶାନ୍ତି ପାଇଁ କ’ଣ କହେ ବାସ୍ତୁଶାସ୍ତ୍ର…

* ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରି ଆମ୍ବ ଡାଳ ବାନ୍ଧିଲେ ଘରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ ହେବା ସହ ପ୍ରଭୂକୃପା ଲାଭ...

ପୂଜାରେ ଫ୍ୟାଶନ

ଶାରଦୀୟ ଦୁର୍ଗାପୂଜା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମା’ଙ୍କୁ ସ୍ବାଗତ କରିବାକୁ ଚାରିଆଡେ ଚାଲିଛି ସଜବାଜ। ପୂଜାମଣ୍ଡପଗୁଡିକ ନିଜକୁ ପ୍ରସ୍ତୁତ କରିନେଇଥିବା ବେଳେ ଘରେ...

Advertisement
Archives

Model This Week