ଲାଉମୁଣ୍ଡାେରେ ଭାଜପାର ରୋଡ୍‌ ଶୋ’: ପୂର୍ବତନ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ବିଜେପୁର, ୧୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁଁ ଭାଜପା ତାର ପ୍ରଚାର ଅଭିଯାନକୁ ଜୋରଦାର୍‌ କରିଛି। ଏହିକ୍ରମରେ ଶୁକ୍ରବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲାଉମୁଣ୍ଡାରେ ରୋଡ୍‌ ଶୋ’ କରିଛନ୍ତି। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରଧାନ ଯୋଗଦେଇ ଧାନର ଅଭାବୀ ବିକ୍ରି, ପାଇଖାନା ନିର୍ମାଣରେ ପିସି କାରବାର ଚାଲିଥିବା କହିଛନ୍ତି। ଦୀର୍ଘ ୨୦ ବର୍ଷଧରି ରାଜ୍ୟରେ ଶାସନ କଲେ ମଧ୍ୟ ମୋ ସରକାର ଯୋଜନା ପ୍ରଣୟନ କରିବା କେତେ ଦୂର ଠିକ୍‌ବୋଲି ମନ୍ତ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ। ପ୍ରାର୍ଥୀ ସନତ କୁମାର ଗଡତୀୟାଙ୍କୁ ଭୋଟ୍‌ଦେଇ ଜୟଯୁକ୍ତ କରିବାକୁ ମତଦାତାମାନଙ୍କୁ ସେ ନିବେଦନ କରିଥିଲେ। ଏମ୍‌ପି ସୁରେଶ ପୁଜାରୀ ଏହି ଉପନିର୍ବାଚନକୁ ବୋଲଡୋଜର ସହିତ ତୁଳନା କରିଥିଲେ। ଏଥିରେ ବିଜୟୀ ହେଲେ ମଧ୍ୟ ଆମେ ସରକାର ଗଠନ କରିପାରିବୁ ନାହିଁ। ହେଲେ ଆଗାମୀ ଦିନରେ ନବୀନ ସରକାରକୁ ଧକ୍କା ଦେଇ ଓଡିଶାରେ ଭାଜପା ସରକାର ଗଠନ ପାଇଁ ରାସ୍ତା ପରିଷ୍କାର ହେବବୋଲି ପୁଜାରୀ ମତଦାତାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପି ବସନ୍ତ ପଣ୍ଡା, ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟିକା କୁସୁମ ଟେଟେ, ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଅଶ୍ବିନୀ ଷଡ଼ଙ୍ଗୀ, ମିଲନ ସେଠ ମଞ୍ଚାସୀନ ଥିଲେ। ଭାଜପାର ଏହି ହାଇପ୍ରୋଫାଲ ପ୍ରଚାରରେ ପୂର୍ବତନ ବିଧାୟକ ଅଶୋକ କୁମାର ପାଣିଗ୍ରାହୀଙ୍କ ଅନୁପସ୍ଥିତି ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜାଛୁଟି ପରେ ଖୋଲିପାରେ ସ୍କୁଲ୍‌: ବିଦ୍ୟାଳୟ ପରିସର ସଫା ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୮ା୧୦(ବ୍ୟୁରୋ)-  ରାଜ୍ୟ ସରକାର ପୂଜା ଛୁଟି ପରେ ସ୍କୁଲ୍‌ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସ୍କୁଲ ପରିସର ସଫେଇ ସହ ସ୍କୁଲ୍‌ ଭିତ୍ତିଭୂମି ସଜାଡ଼ିବା, ଶିକ୍ଷକଙ୍କୁ...

ଆଜିଠୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ କୋଭିଡ୍‌-୧୯ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏ ନେଇ ସୋମବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ପୋଷ୍ଟମର୍ଟମ ରିପୋର୍ଟରେ ପ୍ରତିବାଦର ସୁରାକ ମିଳିଲା

ନିଶ୍ଚିନ୍ତକୋଇଲି(ସ୍ବ.ପ୍ର.)/ ମାହାଙ୍ଗା(ଡି.ଏନ୍‌.ଏ),୨୦ା୪: କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତିକୁ କେନ୍ଦ୍ର କରି ବଡ଼ ଭାଇଙ୍କ ପରିବାରର ୫ଜଣଙ୍କୁ ହତ୍ୟା କରିବା ଘଟଣାର ୮ଦିନ...

ପରୀ ହତ୍ୟା ଘଟଣା: ଯଦୁପୁରର ୩ ଜଣଙ୍କୁ ଉଠାଇ ନେଲା ପୋଲିସ

ନୟାଗଡ଼ ଅଫିସ,୧୯।୧୨: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ଶିଶୁକନ୍ୟା ପରୀ ହତ୍ୟା ଘଟଣାରେ ଯଦୁପୁର ଗାଁର ୩ଜଣଙ୍କୁ ଉଠାଇ ନେଇଛି ଏସ୍‌ଆଇଟି। ଯଦୁପୁର ଗାଁର...

ପୋଲିସକୁ ଚକମା ଦେଖାଇ ଖସିଆସୁଥିଲେ, ରାସ୍ତାରେ ଓଲଟିଲା ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ

ଭଞ୍ଜନଗର,୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳିଗ୍ରାମ ନିକଟରେ ବୁଧବାର ସକାଳେ ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା...

ଲକ୍‌ଡାଉନ୍‌ ଯୋଗୁ ବଢ଼ିଛି ଦେଶୀ ମଦ ମାଫିଆଙ୍କ ପ୍ରାର୍ଦୁଭାବ: ଜଙ୍ଗଲରେ ଚଢ଼ାଉ କରି ୧୨୦୦ଲିଟର ମହୁଲ ପୋଚ ନଷ୍ଟ କଲା ବାଲିଗୁଡ଼ା ପୋଲିସ, ଜଣେ ଗିରଫ

ବାଲିଗୁଡ଼ା,୧୮।୪.(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ପୋଲିସ ୧୨୦୦ ଲିଟର ମହୁଲ ପୋଚ ସହ ମଦ...

ପିକ୍‌ନିକ୍‌ ସ୍ପଟ୍‌ରେ ଗଣ୍ଡଗୋଳ ଘଟଣା: ୭ ଜଣଙ୍କୁ ଗିରଫ କଲା ପୋଲିସ

ପଦ୍ମପୁର,୨୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଦେବଦର୍ହା ପିକନିକ୍‌ ସ୍ପଟ୍‌ରେ ରବିବାର ସଂଘଟିତ ଗଣ୍ଡଗୋଳ ଘଟଣାରେ ଜଗଦଲପୁର ଥାନା ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ...

ପୋଲିସ କର୍ମଚାରୀଙ୍କୁ ସିପିଙ୍କ ଟାର୍ଗେଟ: ଏଣିକି ଫିଟ୍‌ନେସ୍‌ ନଥିଲେ ଅବସର !

ଭୁବନେଶ୍ୱର,୧୭।୭(ବ୍ୟୁରୋ): କମିଶନରେଟ ପୋଲିସର ସମସ୍ତ କର୍ମଚାରୀଙ୍କୁ ଦିଆଗଲା ଫିଟ୍‌ନେସ୍‌ ଟାର୍ଗେଟ। ଏନେଇ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେ କହିଛନ୍ତି, ଏକ...

Advertisement
Archives

Model This Week