ଲମ୍ବା ରେସ୍‌ର ଘୋଡ଼ା

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ ସ୍ତ୍ରୀର ମାନ୍ୟତା ଦେବି। ତୁ ଭଲ ବୋହୂ ହୋଇପାରିବୁନି କି କେବେ କାହାର ଭଲ ଭଉଣୀ ହୋଇପାରିବୁନି। ନାରୀ ଜନ୍ମର ସାର୍ଥକତା ହେବ ତୋ ପାଇଁ ସାତ ସପନ। ପ୍ରତି ମୁହୂର୍ତ୍ତରେ ନିଜ ଭାଗ୍ୟକୁ ଘୃଣା କରିବୁ ଆଉ ଭାବିବୁ ତୁ ଏ ଧରାପୃଷ୍ଠରେ ଭଗବାନଙ୍କର ଗୋଟିଏ ଅଭିଶାପ।“ ଏପରି ଏକ ଛାତିଥରା ଡାଏଲଗ୍‌ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ଅପେରା ଜଗତରେ ସେ ଚଳିତ ସିଜନରେ ପାଦ ଦେଇଛନ୍ତି। ହେଲେ ପ୍ରଥମ ନାଟକରୁ ହିଁ ସେ ନିଜର ଦମ୍‌ ଦେଖାଇ ସାଉଁଟି ଚାଲିଛନ୍ତି ଯାତ୍ରାପ୍ରେମୀଙ୍କ ପ୍ରଶଂସା। ଏହି ଅଭିନେତା ଜଣକ ହେଲେ ସନ୍ଦୀପ କୁମାର ଦାସ ଏବଂ ନାଟକଟି ହେଲା ଅନ୍ୟତମ ଅଗ୍ରଣୀ ଅପେରା ପାର୍ଟି ବାଘାଯତୀନ ଲୋକନାଟ୍ୟ ଦ୍ୱାରା ଚଳିତ ଯାତ୍ରା ସିଜନରେ ପରିବେଷିତ ତଥା ଅରୁଣ ନାୟକଙ୍କ ରଚିତ ଏବଂ ମହେଶ ହାଜରାଙ୍କ ନିର୍ଦ୍ଦେଶିତ ‘ସୀତାର ଜଳୁଛି ଚିତା’। ଏହି ନାଟକରେ ସନ୍ଦୀପ ଏକ ଦମଦାର ନେଗେଟିଭ ଚରିତ୍ର (ମୃଗେଶ ମାନସିଂ)ରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଅପେରା ପାର୍ଟିରେ ଏଣ୍ଟ୍ରି କରିବା ପଛରେ ନିର୍ଦ୍ଦେଶକ ମହେଶଙ୍କ ଭୂମିକାକୁ ସର୍ବାଗ୍ରେ ସ୍ମରଣ କରନ୍ତି ସେ। ‘ଟିଟନ ସାର୍‌ଙ୍କ ଆକ୍ଟିଂ ଇନଷ୍ଟିଚ୍ୟୁଟ୍‌ରୁ ପାସ୍‌ କରିବା ପରେ ମୋତେ ସିଧାସଳଖ ଏହି ସୁଯୋଗ ମିଳିଛି। ଏଥିପାଇଁ ଟିଟନ ସାର୍‌, ମହେଶ ସାର୍‌, ନିର୍ଦ୍ଦେଶକ ଆଶୁତୋଷ ସାର୍‌ (ମହାପାତ୍ର) ଏବଂ ଗୁରୁ ପ୍ରଣୟ ସାହୁଙ୍କ ପ୍ରେରଣାକୁ ମୁଁ କଦାପି ଭୁଲି ପାରିବି ନାହିଁ। ଆଉ ଏକ ସଂଯୋଗ-ମୁଁ ବାଘାଯତୀନ ଲୋକନାଟ୍ୟର ଅନେକ ନାଟକ ଦେଖିଛି। ପୁଣି ସେହି ପାର୍ଟିରୁ ମୁଁ ମୋର ଅପେରା କ୍ୟାରିୟର ଆରମ୍ଭ କରୁଛି। ’ ବାଲେଶ୍ୱର ଜିଲା ଖନ୍ତାପଡା ଅନ୍ତର୍ଗତ ପଦାଗଁା ଗ୍ରାମରେ ଜନ୍ମିତ (ମା-ଗୀତାଞ୍ଜଳି ଦାସ, ବାପା-କ୍ଷିତିଶ କୁମାର ଦାସ) ତଥା ଏମବିଏ ଡିଗ୍ରୀ ହାସଲ କରିଥିବା ସନ୍ଦୀପଙ୍କ ଆଗରେ ଲମ୍ବା ଆକ୍ଟିଂ କ୍ୟାରିୟର। ନିଜ ଫିଗର ଅନୁସାରେ ନେଗେଟିଭ ରୋଲକୁ ପ୍ରାଥମିକତା ଦେବି ବୋଲି କହନ୍ତି ଅପେରା ଜଗତର ଏହି ଲମ୍ବା ରେସ୍‌ର ଘୋଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କଠୁ ଅଲଗା ହେବା ପରେ ଏହି ଅଭିନେତାଙ୍କୁ ଡେଟ୍‌ କରିଥିଲେ ଅଙ୍କିତା !

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନିତି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଏହି ସମୟରେ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି ତାଙ୍କ...

ବିରାଶତ୍‌କୁ ପୂରିଲା ୨୫ବର୍ଷ

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାମ୍ନୀ ଅଭିନେତା। ନିଜର ଦମ୍‌ଦାର ଅଭିନୟ ଓ ଫିଟନେସ୍‌ ପାଇଁ ଜଣାଶୁଣା ଅନିଲ କପୁର...

ବ୍ୟାଚେଲର ପାର୍ଟି ଦେଲେ ହଂସିକା ମୋଟୱାନି

ମୁମ୍ବାଇ: ଅଭିନେତ୍ରୀ ହଂସିକା ମୋଟୱାନୀ ଏବେ ନିଜ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଡିସେମ୍ବର ୪ରେ ସେ ସୋହେଲ କଥୁରିୟାଙ୍କୁ ବିବାହ କରିବାକୁ ଯାଉଛନ୍ତି...

ପ୍ରଥମ ସ୍ତ୍ରୀ ଅମ୍ରିତାଙ୍କ ପ୍ରଶଂସାରେ ସୈଫ୍‌

ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ତାଙ୍କର ପ୍ରଥମ ସ୍ତ୍ରୀ ଅମ୍ରିତାଙ୍କ ପ୍ରଶଂସାରେ ଲାଗିପଡ଼ିଛନ୍ତି। ସେ ହିଁ ତାଙ୍କୁ କାମ କରିବାର ଶୈଳୀ ଶିଖାଇଛନ୍ତି। ନିଜ କାମକୁ...

୩୦ ହଜାର ଟଙ୍କାରେ ପୁରସ୍କାର କିଣିଥିଲେ ଏହି ପ୍ରସିଦ୍ଧ ଅଭିନେତା. ଜାଣନ୍ତୁ କାହିଁକି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡର ଅନେକ ଅନ୍ଧକାର ଦିଗ ବିଷୟରେ ବାହାରକୁ ଆସୁଛନ୍ତି। ବଂଶବାଦ, ଗୋଷ୍ଠୀବାଦ ବିଷୟରେ ବିତର୍କ ଦୀର୍ଘ ଦିନ...

ବୋଲ୍ଡ ଶଟ୍‌ ପାଇଁ..

କିଆରା ଆଡଓ୍ବାନୀଙ୍କୁ ନେଇ ଏବେ ଚର୍ଚ୍ଚା। କାରଣ କ’ଣ ଜାଣନ୍ତି ? ନିକଟରେ ଏକ ସିନେମାରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। କିନ୍ତୁ ଏଥିରେ...

ଏହି ଅଭିନେତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଡ୍ରାମା କୁଇନ୍‌

ବିଗ ବସ ୧୪ର ପ୍ରତିଯୋଗୀ ତଥା ବଲିଉଡର ଡ୍ରାମା କୁଇନ୍‌ ଭାବେ ପରିଚିତ ରାକ୍ଷୀ ସାୱନ୍ତ ପ୍ରାୟତଃ ତାଙ୍କ ମନ୍ତବ୍ୟ ପାିଁ ଚର୍ଚ୍ଚାରେ ଥାନ୍ତି। ସୋସିଆଲ...

ଦୀପଙ୍କୁ ମନେପକାଇ ଏମିତି ଲେଖିଲେ ଗର୍ଲଫ୍ରେଣ୍ଡ

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ସଡ଼କ ଦୁର୍ଘଟଣାରେ ୧୬ ଫେବୃୟାରୀରେ ମତ୍ୟୁ ହୋଇଯାଇଛି । ଦୁର୍ଘଟଣା ବେଳେ ଗାଡ଼ିରେ ତାଙ୍କ ଗର୍ଲଫ୍ରେଣ୍ଡ ରୀନା ରାୟ ମଧ୍ୟ...

Advertisement
Archives

Model This Week