Posted inଜାତୀୟ

ଲଦାଖ ଏମ୍‌ପି ସୋସିଆଲ ମିଡିଆ ଷ୍ଟାର:ଲୋକ ସଭାରେ ପ୍ରଭାବୀ ମତ ରଖି ପ୍ରଶଂସିତ

ନୂଆଦିଲ୍ଲୀ, ୯।୮:ଲୋକ ସଭାର ଶେଷ ବେଞ୍ଚରେ ବସୁଥିବା ଲଦାଖର ଯୁବ ଏମ୍‌ପି ଜାମ୍‌ୟାଙ୍ଗ ସେରିଙ୍ଗ ନମ୍ବୟାଲ୍‌ ରାତାରାତି ସୋସିଆଲ ମିଡିଆର ଷ୍ଟାର୍‌ ପାଲଟି ଯାଇଛନ୍ତି। ଏବେ ଟୁଇଟରରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିଛି। ମଙ୍ଗଳବାର ସୁଦ୍ଧା ଏହା ୪ ହଜାର ପାର୍‌ କରିଥିବା ଜଣାପଡ଼ିଛି। ସେହିଭଳି ଫେସ୍‌ବୁକରେ ମଧ୍ୟ ତାଙ୍କ ବନ୍ଧୁ ସଂଖ୍ୟା ବଢି ୫ ହଜାର ପାର୍‌ ହୋଇଛି। ଗତ ମଙ୍ଗଳବାର ଲୋକ ସଭାରେ ତାଙ୍କ ଅଲିଖିତ ଅଭିଭାଷଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ସଦସ୍ୟଙ୍କୁ ପ୍ରଭାବିତ କରିଥିଲା। ଭାଜପାର ନିର୍ବାଚନୀ ଇସ୍ତାହାରରେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା କଥା ଉଲ୍ଲେଖ ଥିଲା। ଏଥିପ୍ରତି ଲୋକଙ୍କ ସମର୍ଥନ ମଧ୍ୟ ରହିଥିଲା। ମୁସଲମାନ ଓ ବୌଦ୍ଧ ଧର୍ମାବଲମ୍ବୀ ମୋତେ ଏଥିଲାଗି ବିଜୟୀ କରାଇଥିଲେ ବୋଲି ଲୋକ ସଭାରେ ଲଦାଖ ଏମ୍‌ପି କହିବା ସହ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ୩୭୦ ଧାରା ଜମ୍ମୁ-କଶ୍ମୀରରୁ ଉଚ୍ଛେଦ କରାଯିବା ଓ ଲଦାଖର ବିକାଶ ଲାଗି ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବାକୁ ସେ ଦୃଢ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁର୍ଶିଦାବାଦରେ ୧୭.୫୪ ପ୍ରତିଶତ ଭୋଟିଂ: ମତଦାନ କେନ୍ଦ୍ରରେ ଉତ୍ତେଜନା, ୩ ଟିଏମ୍‌ସି କର୍ମକର୍ତ୍ତା ଆହତ

ମୁର୍ଶିଦାବାଦ,୨୩।୪:  ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳୁ ମତଦାତାମାନେ ବହୁ ଉତ୍ସାହର ସହ ଭୋଟଦାନ କରିଥିବା ବେଳେ ୧୧ ଆଶାୟୀ ପ୍ରାର୍ଥୀଙ୍କ...

୧୦୦ ଦିନ ପୂରଣ କଲେ ସିଜେଆଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ,୧୭।୨(ପି.ଟି.):ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ପ୍ରଥମ ୧୦୦ ଦିନ ପୂରଣ କରିଛନ୍ତି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ସଂସ୍କାରରେ ଅନେକ...

କୋଭାକ୍ସିନ୍‌-କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ ୬ ଗୁଣା ଅଧିକ ଆଣ୍ଟିବଡ଼ି ସୃଷ୍ଟି କରିବାକୁ ସକ୍ଷମ…

ନୂଆଦିଲ୍ଲୀ, ୧୯।୩ : ପୃଥିବୀର ବହୁ ଦେଶରେ ପୁଣି କରୋନା ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଟିକାକରଣ ହୋଇଥିବା ଲୋକଙ୍କୁ କରୋନା ସଂକ୍ରମଣରୁ...

ବିବାହ କଲେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା

ତ୍ରିଶୂର,୨୯।୧୨: କେରଳ ତ୍ରିଶୂର ଜିଲାର ରାମାଭରମାପୁରମରେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା ବିବାହ କରିବା ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଛି। ଏକ ସରକାରୀ...

ନୀରବି ଗଲେ ସ୍ୱରର ସରସ୍ୱତୀ, ଆଜି ହେବ ଅନ୍ତିମ ସଂସ୍କାର

ମୁମ୍ବାଇ,୬ ।୨: ‘ଭାରତ ରତ୍ନ’ ସ୍ୱର କୋକିଳା ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ୯୨ ବର୍ଷ ବୟସରେ ଲତା ମଙ୍ଗେସକର ରବିବାର(୬...

ବାଲ୍ୟ ବିବାହ ଉପରେ ଅଙ୍କୁଶ: ଆଗାମୀ ୧୦ ଦିନରେ ହେବେ ୩ ହଜାର ଗିରଫ, ବିଶ୍ୱ ଶର୍ମାଙ୍କ ନିର୍ଦ୍ଦେଶ…

ଗୁଆହାଟୀ,୧୧।୯ : ଆସାମରେ ବାଲ୍ୟ ବିବାହରେ ସମ୍ପୃକ୍ତ ଥିବା ୩ ହଜାର ଲୋକଙ୍କୁ ଗିରଫ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଚେତାବନୀ...

ଓସ୍କାର ବିଜେତାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଓସ୍କାର ବିଜେତା ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ ହ୍ବିସ୍‌ପର୍‌’ର ନିର୍ମାତା-ନିର୍ଦ୍ଦେଶକ ଗୁନିତ ମୋଙ୍ଗା ଏବଂ କାର୍ତ୍ତିକି ଗୋନସାଲଭସଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ...

ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ମିଠା ଆଦାନ ପ୍ରଦାନ…

ନୂଆଦିଲ୍ଲୀ, ୧୪।୮ : ଭାରତ ଏବଂ ପାକିସ୍ତାନ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୂୁଛନ୍ତି। ଏହା ସହିତ ଉଭୟ ଦେଶ ୭୬ ତମ ସ୍ବାଧୀନତା...

Advertisement
Archives

Model This Week