Posted inଜାତୀୟ

ଲକ୍‌ଡାଉନ ୪.୦ ପରେ ‘ଓ୍ବାର୍କ ଫ୍ରମ ହୋମ’ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାରଙ୍କ ୭୦ରୁ ଊର୍ଦ୍ଧ୍ୱ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୪।୫: କରୋନା ଭାଇରସର ସଂକ୍ରମଣ ବହୁ ଦିନ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ପକ୍ଷରୁ ମଧ୍ୟ ଏହି ସୂଚନା ଦିଆଯାଇଛି। ଡବ୍ଲୁଏଚ୍‌ଓ ଆହୁରି ମଧ୍ୟ କହିଛି କରୋନା କେବେବି ବିଶ୍ୱରୁ ମୂଳପୋଛ ନ ହୋଇପାରେ। ଏହାସହ ଗୋଟିଏ ଦିନ ପୂବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଛନ୍ତି ଆମେକୁ କରୋନା ସହ ମିଶି ବଞ୍ଚିବାକୁ ପଡିବ। ଏସବୁ ପରେ ମୋଦି ସରକାରଙ୍କର ପାଖାପାଖି ୭୫ ମନ୍ତ୍ରଣାଳୟ ‘ଓ୍ବାର୍କ ଫ୍ରମ ହୋମ’ ପରମ୍ପରାକୁ ଆପଣେଇ ନେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଜଣାପଡିଛି। ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେଇ ଏଭଳି କରାଯିବ। ତେବେ ଲକ୍‌ଡାଉନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗର ୮୦ ପ୍ରତିଶତ କାମ ଓ୍ବାର୍କ ଫ୍ରମ ହୋମରୁ କରାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀଘ୍ର ନାଇଜର ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧।୮: ତୁରନ୍ତ ନାଇଜର ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଭାରତର ବୈଦେଶିକ ମନ୍ତ୍ରଣାଳୟ ନାଇଜରରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା...

ଚାରିଆଡେ ଜଳନ୍ତା ଜୁଇ…

ଭୋପାଳ,୧୭।୪: କରୋନା ସଂକ୍ରମଣ ନେଇ ମଧ୍ୟପ୍ରଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ପ୍ରତିଦିନ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ମଶାନରେ...

ପନ୍ତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ଧାମି ସରକାର

ଡେରାଡୁନ,୩୦।୧୨: ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ସେ ଗୁରୁତର ହୋଇ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ...

ଆଦିପୁରୁଷ ଫିଲ୍ମକୁ ବ୍ୟାନ କରିବାକୁ ୟୁପିରେ ଉଠିଲା ଦାବି, ଯୋଗୀଙ୍କୁ ଚିଠି ଲେଖିଲା ଆରଏଲଡି

ଲକ୍ଷ୍ନୌ,୧୮।୬: ଉତ୍ତରପ୍ରଦେଶରେ ବଲିଉଡ ମୁଭି ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଛନ୍ତି। ରାଷ୍ଟ୍ରୀୟ...

ଆସୁଛି ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ୍‌

ନୂଆଦିଲ୍ଲୀ,୧୬।୪: ରୁଷିଆ ଭାରତକୁ ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ୍‌ ଦ୍ୱିତୀୟ ପର୍ଯ୍ୟାୟ ଯୋଗାଣ ଆରମ୍ଭ କରିଛି। ୟୁକ୍ରେନ୍‌ରେ ଯୁଦ୍ଧ ଚାଲିଥିବାବେଳେ ମସ୍କୋ ଉପରେ ନାଟୋ ପକ୍ଷରୁ କଟକଣା...

ଭାରତ ମହାସାଗରରେ ମିଳିତ ନଜର ରଖିବେ ଭାରତ, ଫ୍ରାନ୍ସ

ନୂଆଦିଲ୍ଲୀ,୯।୧୧: ଭାରତ ଓ ଫ୍ରାନ୍ସ ବାୟୁସେନାର ମିଳିତ ଯୁଦ୍ଧାଭ୍ୟାସ ରାଜସ୍ଥାନ ସେକ୍ଟରରେ ସଫଳତାର ସହ ସମ୍ପନ୍ନ ହେବା ପରେ ନୂଆଦିଲ୍ଲୀ ଏବଂ ପ୍ୟାରିସ ସେମାନଙ୍କ ରଣନୀତିକ...

ବଦଳିଲା ବ୍ୟାଙ୍କ କାର୍ଯ୍ୟ ସମୟ: ଅକ୍ଟୋବର ୧ରୁ ପୂର୍ବାହ୍ନ ୧୦ରୁ ଅପରାହ୍ନ ୪ ପର୍ଯ୍ୟନ୍ତ ରହିବ ଖୋଲା

ନୂଆଦିଲ୍ଲୀ,୩୦।୯: ଅକ୍ଟୋବର ୧ରୁ ଦେଶର ରାଷ୍ଟ୍ରାୟାତ ବ୍ୟାଙ୍କ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ  ଖୋଲା ରହିବ। ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି...

ତେଲ ଦର ଉପରୁ କମିଲା ଟ୍ୟାକ୍ସ

ମୁମ୍ବାଇ,୪।୭: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ତେଲ ଦର ଉପରରୁ ଭାଟ୍‌ ହ୍ରାସ କଲେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ସୋମବାର ବିଧାନସଭାରେ ଆସ୍ଥା...

Advertisement
Archives

Model This Week