ଲକ୍‌ଡାଉନ୍‌: ୯୦ ଦେଶର ୪୫୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ; ଆଇନ ନ ମାନିଲେ ଜରିମାନା-ଜେଲ୍‌ଦଣ୍ଡ-ଗୁଳି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ/ୱାଶିଂଟନ,୫।୪: ପୃଥିବୀର ୨୦୫ଟି ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥ୍‌ିତି ଅସମ୍ଭାଳ ହେବାରେ ଲାଗିଛି । ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ୍ ଦେଶର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାଯୋଗୁ ୯୦ ଦେଶର ୪୫୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ ହୋଇ ରହିଛନ୍ତି । ଲୋକେ ଲକ୍‌ଡାଉନ୍‌ର ଉଲ୍ଲଘଂନ କରି ଘରୁ ବାହାରିଲେ କେତେକ ଦେଶରେ ଜରିମାନା ମଧ୍ୟ ଲାଗୁ ହୋଇ ଥିବାବେଳେ ଅନ୍ୟ କେତେକ ଦେଶରେ ଜେଲ୍‌ଦଣ୍ଡ ଏବଂ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଟାଲିରେ ଘରୁ ବାହାରୁଥିବା ଲୋକଙ୍କ ଉପରେ ଅଢ଼େଇଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡାଦେଶ ଲାଗୁ ହୋଇଛି । ଏଠାରେ ଇତିମଧ୍ୟରେ ୪୦ ହଜାରରୁ ଅଧିକ ଲୋକଙ୍କ ଉପରେ ଜରିମାନା କରାଯାଇଛି । ରୁଷିଆରେ କ୍ୱାରାଣ୍ଟାଇନ୍ ନିୟମ ଭାଙ୍ଗିଲେ ୭ ବର୍ଷ ଜେଲ୍ ଏବଂ କରୋନା ସଂକ୍ରମଣ ହୋଇଥିବା ଲୁଚାଇଲେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଆଇନ ପ୍ରଚଳନ କରାଯାଇଛି । ଫିଲିପାଇନ୍ସ୍‌ରେ ଲକ୍‌ଡାଉନ୍ ଉଲ୍ଲଂଘନ କରାଗଲେ ଗୁଳି ମାରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଅଷ୍ଟ୍ରିଆରେ ଘରୁ ବାହାରିଲେ ମାସ୍କ୍ ପିନ୍ଧିବାକୁ ଆଇନ ଜାରି ହୋଇଛି । ସୌଦିରେ ଘରୁ ବାହାରିଲେ ୧ କୋଟି ଟଙ୍କାର ଜରିମାନା ଏବଂ ସଂକ୍ରମଣ ସମ୍ପର୍କରେ ଲୁଚାଇଲେ ୯୩ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି । ପାନାମାରେ ମହିଳାମାନେ ସପ୍ତାହର ସୋମ, ବୁଧ ଏବଂ ଶୁକ୍ରବାର ବାହାରକୁ ବାହାରି ପାରିବେ । ସେହିପରି ପୁରୁଷମାନେ ରବି, ମଙ୍ଗଳ, ଗୁରୁ ଏବଂ ଶନିବାର କେବଳ ୨ ଘଣ୍ଟା ପାଇଁ ବାହାରକୁ ବାହାରି ପାରିବେ ବୋଲି ଆଇନ ଜାରି ହୋଇଛି । କଲମ୍ବିଆରେ ଆଇଡି ନମ୍ବର ଆଧାରରେ ଲୋକେ ସପ୍ତାହର ନିର୍ଦ୍ଦିଷ୍ଟ ବାରରେ ଘରୁ ବାହାରି ପାରିବେ ବୋଲି ଆଇନ ପ୍ରଚଳନ କରାଯାଇଛି । ୦,୪,୭ ଆଇଡି ନମ୍ବର ଥିବା ବ୍ୟକ୍ତି ସୋମବାର ବାହାରକୁ ବାହାରି ପାରିବେ । ସେହିଭଳି ଅନ୍ୟ ଆଇଡି ଥିବା ବ୍ୟକ୍ତି ଭିନ୍ନ ଭିନ୍ନ ବାରରେ ବାହାରକୁ ଆସିପାରିବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣା ଉଲ୍ଲଙ୍ଘନ: ସାପ୍ତାହିକ ହାଟରେ ପ୍ରବଳ ଭିଡ଼

ଆରଡ଼ି,୨୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକର ବେତାଳିଗାଁଠାରେ ଶୁକ୍ରବାର ସକାଳେ ସାପ୍ତାହିକ ହାଟ ବସିଥିଲା। ଏହି ହାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲ। ଲୋକେ ସାମାଜିକ...

୧୦ ଦିନ ପରେ କୋଇଲା ଖଣିରୁ ମିଳିଲା ୧୪ ଶ୍ରମିକଙ୍କ ମୃତଦେହ

ବେଜିଂ,୬।୩: ଚାଇନାରେ ଭୁଶୁଡ଼ି ପଡ଼ିଥିବା ଏକ କୋଇଲା ଖଣିରେ ୧୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫେବୃୟାରୀ ୨୫ରେ ଗୁଇଝୋଉ ପ୍ରଦେଶର ସାନ୍‌ହେ ଶୁନଜୁନ୍‌ କୋଇଲା...

କରୋନା ଭାଇରସ୍‌ରେ ସଂକ୍ରମିତ ରୁଷ ପ୍ରଧାନମନ୍ତ୍ରୀ: ଆଶୁ ଆରୋଗ୍ୟ କାମନା କଲେ ମୋଦି

ମସ୍କୋ/ନୂଆଦିଲ୍ଲୀ,୧।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ୨ଲକ୍ଷ ୨୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩୨ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା...

ଭୂତ, ଚକୁଳିିଆ ପଣ୍ଡା ବେଶରେ ସଚେତନତା

ଖୋର୍ଦ୍ଧା ଅଫିସ,୧୬ା୪: ବଜାରରେ ବୁଲୁଥିବା ଅମାନିଆ ବାଇକ ଚାଳକଙ୍କୁ ସଚେତନ କରିବା ଲାଗି ଆଗେଇ ଆସିଛନ୍ତି ସାମାଜିକ କର୍ମୀ ତଥା ଖବରଦାତା ଧନେଶ୍ୱର ବିଧାର। ସମ୍ପୂର୍ଣ୍ଣ...

ରାଜଧାନୀରେ ଶତାଧିକ ଗାଡ଼ି ଧରାପଡ଼ିଲା

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ଲକ୍‌ଡାଉନ୍‌କୁ ନ ମାନି ରାଜଧାନୀ ରାସ୍ତାରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଧରିଛି କମିଶନରେଟ ପୋଲିସ। ଶତାଧିକ ଗାଡ଼ି ଧରାଯାଇଥିବାବେଳେ କେତେକ ମାଲିକ ଓ...

ବୁଷ୍ଟର ଡୋଜ୍‌ ପାଇଁ କୋର୍ବେଭାକ୍ସକୁ ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ, ୪।୬ : ଭାରତରେ, ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ, ବାୟୋଲୋଜିକାଲ ଇ ଲିମିଟେଡର କରୋନା ଟିକା କୋର୍ବେଭାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ପ୍ରଦାନ କରାଯାଇ ପାରିବ।...

ଏମିତି ଦେଶ, ଯେଉଁଠି ଗର୍ଭପାତ ପରେ ସ୍ତ୍ରୀ-ସ୍ବାମୀଙ୍କୁ ମିଳେ ୩ ଦିନର ପାରିଶ୍ରମିକ ସହ ଛୁଟି

ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ କାନୁନ ରହିଛି। ସେମିତି ନ୍ୟୁଜିଲାଣ୍ଡରେ ଏକ ନିୟମ ରହିଛି ଯେ, ଯଦି କୌଣସି କର୍ମଜୀବୀ ମହିଳାଙ୍କ ଗର୍ଭପାତ ହୁଏ...

୩ ଦିନ ପାଇଁ ସିଲ୍‌ ହେଲା ରିମ୍ସର ମାଇକ୍ରୋବାୟୋଲୋଜି ଡିପାର୍ଟମେଣ୍ଟ

ରାଞ୍ଚି,୧।୫: ରାଞ୍ଚିରେ ଥିବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ରିମ୍ସ)ର ମାଇକ୍ରୋବାୟୋଲୋଜି ଡିପାର୍ଟମେଣ୍ଟକୁ ୩ ଦିନ ପାଇଁ ସିଲ୍‌ କରିଦିଆଯାଇଛି। ସେଠାରେ ଜଣେ ଲାବୋରୋଟୋରୀ ଟେକ୍ନିସିଆନ୍‌...

Advertisement
Archives

Model This Week