ଲକ୍‌ଡାଉନ୍‌: ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ, ସାମୁଦ୍ରିକ ମାଛ ଦର ଆକାଶଛୁଆଁ

କେନ୍ଦ୍ରାପଡ଼ା ଅଫିସ, ୧।୪: କେନ୍ଦ୍ରାପଡ଼ା ଜିଲାରେ ତାଲା ବନ୍ଦର ପ୍ରଭାବ ସାମୁଦ୍ରିକ ଖାଦ୍ୟ ଉପରେ ପଡିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା, ରାଜନଗର ବ୍ଲକଠାରୁ ଆରମ୍ଭ କରି ଜିଲାର ସମସ୍ତ ମାଛ ବ୍ୟବସାୟୀ ଏହି ସମୟରେ ଦର ବଢ଼ାଇ ଚାଲିଛନ୍ତି। ସମୁଦ୍ରରୁ ମିଳୁଥିବା କାଣି, ପାମ୍ପଲେଟ, ଖଇଙ୍ଗା, ଖୁରାଣ୍ଟ, ଭେକ୍‌ଟି, ଖାସୁଲି ଆଦି ମାଛ ଦର ଆକାଶଛୁଆଁ ହୋଇଛି। ୨୧ ଦିନିଆ ତାଲାବନ୍ଦ ଯୋଗୁ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଉ ନ ଥିବାରୁ ମାଛ ଦର ବଢ଼ୁଛି। ଦରବୃଦ୍ଧିରେ ଆମର କୌଣସି ହାତ ନାହିଁ ବୋଲି କେନ୍ଦ୍ରାପଡା ସହରସ୍ଥ ମାଛମଣ୍ଡିର ବ୍ୟବସାୟୀ ଅରକ୍ଷିତ ବେହେରା କହିଛନ୍ତି। ସାଧାରଣରେ ପାମ୍ପଲେଟ ମାଛ ୩୦୦ ଟଙ୍କା ପ୍ରତି କିଗ୍ରା ମିଳୁଥିବା ବେଳେ ଏବେ ଏହା ୪୫୦ ଟଙ୍କା ହୋଇଛି। କାଣି ମାଛ ପୂର୍ବରୁ ୧୫୦ ଟଙ୍କା କିଗ୍ରା ଥିବା ବେଳେ ଏବେ ବଜାରରେ ୨୫୦ ଟଙ୍କାରେ ବିକ୍ରି ହେଉଛି। ଏ ନେଇ ବ୍ୟବସାୟୀ ବେହେରା କହିଛନ୍ତି ଯେ, ତାଲାବନ୍ଦ ଯୋଗୁ ପାରାଦୀପ ବନ୍ଦର ଅଞ୍ଚଳ ଏକପ୍ରକାର ଅଚଳ ହୋଇଛି। ଏଠାରେ ଥିବା ମାଛ ପ୍ରକ୍ରିୟାକରଣ କେନ୍ଦ୍ରଗୁଡିକ ବନ୍ଦ ହୋଇଛି। ତାଲାବନ୍ଦ ଯୋଗୁ ଶ୍ରମିକଙ୍କ ଅଭାବ ଥିବାବେଳେ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବାକୁ ଅମଙ୍ଗ ହେଉଥିବା ବ୍ୟବସାୟୀ ବେହେରା ପ୍ରକାଶ କରିଛନ୍ତି। ଓଡିଶା ମତ୍ସ୍ୟଜୀବୀ ସଂଘ କର୍ମକର୍ତ୍ତା ହଳଧର ସେଠୀ କୁହନ୍ତି ଯେ, ଜିଲାରେ ଥିବା ୧ଲକ୍ଷରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ତାଲାବନ୍ଦ ଯୋଗୁ ସମସ୍ୟାରେ ପଡିଛନ୍ତି। ମହାମାରୀ ପାଇଁ ଗରିବ ଲୋକଙ୍କ ନିମନ୍ତେ କେନ୍ଦ୍ର ସରକାର ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି, କିନ୍ତୁ ଏହି ମତ୍ସ୍ୟଜୀବୀଙ୍କ କାର୍ଯ୍ୟରେ ଆସିବ ନାହିଁ। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିରେ ଏମାନେ ସାମିଲ ହୋଇନାହାନ୍ତି। ତାଲାବନ୍ଦ ଯୋଗୁ ସମୁଦ୍ରକୁ ଯାଇପାରୁ ନ ଥିବାରୁ ମତ୍ସ୍ୟଜୀବୀ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ପ୍ରତି ମତ୍ସ୍ୟଜୀବୀ ପରିବାରକୁ ମାସିକ ଅନୂ୍ୟନ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଆସନ୍ତା ୩ ମାସ ପାଇଁ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ନିଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦନ ସଂଘ ସାଧାରଣ ସମ୍ପାଦକ ସୁମନ୍ତ ବିଶ୍ୱାଳ କହିଛନ୍ତି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନାକରାଯାଇନାହିଁ। ତେବେ ଶ୍ରମିକ ଅଭାବ, ମାଛର ପ୍ରକ୍ରିୟାକରଣ, ପରିବହନ ଆଦି ବ୍ୟବସ୍ଥା ତାଲାବନ୍ଦ ଯୋଗୁ ଠପ୍‌ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଘରେ ରହିଥିବା ମତ୍ସ୍ୟଜୀବୀ ପରିବାରଙ୍କୁ ଚିହ୍ନଟ କରାଯାଇ ସହଯୋଗ ଯୋଗାଇ ଦେବା ଆବଶ୍ୟକ ବୋଲି ବିଶ୍ୱାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ସମେତ ଆଉ ୨୫ ବିମାନବନ୍ଦରକୁ ଲିଜ୍‌ରେ ଦିଆଯିବ

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ):ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍‌ରେ ଦିଆଯିବ। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ଦ୍ୱାରା ପରିଚାଳିତ ଏହି ବିମାନବନ୍ଦର ସମେତ ଦେଶର ଆଉ ୨୫ଟି...

ବିଭିନ୍ନ ଦେଶରେ ଭିନ୍ନ ନିୟମ

କରୋନା ସମଗ୍ର ବିଶ୍ୱରେ କାୟା ମେଲାଇଛି। ଏହାକୁ ରୋକିବାର ଏକମାତ୍ର ଉପାୟ ହେଲା ସାମାଜିକ ଦୂରତା। ତେଣୁ ଅଧିକାଂଶ ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।...

ମୟୂରଭଞ୍ଜ ଏମ୍‌ପିଙ୍କୁ ରଥ କର୍ଡନକୁ ନ ଛାଡ଼ିବା ଘଟଣା : ଭିଡିଓ ଭାଇରାଲ୍‌, ତଦନ୍ତ କରିବେ ଏସ୍‌ପି

ବାରିପଦା ଅଫିସ,୮।୭ : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ...

ଠକେଇର ଶିକାର ହୋଇଥିଲେ ରିପୋର୍ଟ କର

କଟକ ଅଫିସ,୧୩ା୧୨: ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ଚାକିରି କରାଇ ଦେବାକୁ କହି ବହୁ ଯବତୀଯୁବକଙ୍କଠାରୁ ବହୁ କୋଟି ଟଙ୍କା...

ଚିତି ସାପ କାମୁଡ଼ାରେ ମହିଳା ମୃତ

କେନ୍ଦୁଝର, ୨୫ା୬ (ସ୍ବ.ପ୍ର.)-ବିଷାକ୍ତ ସାପ କାମୁଡ଼ାରେ ଆଉ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ନିରାଶ ମୁଣ୍ଡା (୩୦)। ଘର ବାଉଁଶୂଳୀ ଗ୍ରାମରେ ବୋଲି...

କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍‌ଡୋଜର…

ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...

ଏବେ ନିୟନ୍ତ୍ରଣରେ, ଆଗକୁ କ’ଣ ହେବ କହିବା କଷ୍ଟକର; ରୁହନ୍ତୁ ସତର୍କ-ସଚେତନ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ଓଡ଼ିଶାରେ ଏହା ପାଖାପାଖି ୯ ହଜାରରେ...

ସାମାନ୍ୟ ଥଣ୍ଡାଜ୍ୱରକୁ ନେଇ ମାନସିକ ଚାପଗ୍ରସ୍ତ କନ୍ଧମାଳବାସୀ

କନ୍ଧମାଳ,୧ା୮: କନ୍ଧମାଳ ଜିଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏଥିରୁ ବାଦ୍‌ ପଡ଼ିନାହିଁ ଜିଲାର କୌଣସି ବ୍ଲକ। ବର୍ତ୍ତମାନ ବାଲିଗୁଡ଼ା ସହର ସମେତ...

Advertisement
Archives

Model This Week