ଲକ୍‌ଡାଉନ୍‌ ପରେ ହଷ୍ଟେଲ୍‌ ଛାଡୁଛନ୍ତି ଛାତ୍ରୀଛାତ୍ର, ଗାଡ଼ିମୋଟର ନ ଥିବାରୁ ସମସ୍ୟା ଭୋଗୁଛନ୍ତି ଅଭିଭାବକ

ରାଇକିଆ,୨୫।୩(ଡି.ଏନ୍‌.ଏ.): ସାରା ଦେଶରେ ଲକ୍‌ଡାଉନ୍‌ ଲାଗୁ ହେବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ। ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏପରିକି ଦୁଇ ଚକିଆ ଯାନକୁ ମଧ୍ୟ ଆଦୌ ଛଡ଼ା ଯାଉନାହିଁ। ଅନ୍ୟପକ୍ଷରେ ଦୁଇଦିନ ହେଲା ମଙ୍ଗଳ ବିଭାଗର ବିଭିନ୍ନ ହଷ୍ଟେଲରୁ ଛାତ୍ରୀଛାତ୍ରଙ୍କୁ ଘରକୁ ଛଡ଼ା ଯାଉଥିବା ବେଳେ ଏହାକୁ ନେଇ ଅଭିଭାବକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାଇକିଆ ପୋଲିସର କଡ଼ା ଯାଞ୍ଚ ଯୋଗୁ କିଛି ଅଭିଭାବକ ହଷ୍ଟେଲରେ ପହଞ୍ଚିବାରେ ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ଆବଶ୍ୟକୀୟ ପ୍ରମାଣପତ୍ର ନ ଥିଲେ ଛଡ଼ା ଯାଉନାହିଁ। ଯାନବାହନ ଚଳାଚଳ ହେଉ ନ ଥିବାରୁ ଦୂରଦୂରାନ୍ତକୁ ଚାଲିଚାଲି ଘରେ ପହଞ୍ଚିଛନ୍ତି। ଏ ନେଇ ରାଇକିଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତାପ ମହାନ୍ତି କହିଛନ୍ତି, ପ୍ରଥମେ ଷ୍ଟାଇପେଣ୍ଡ୍‌ ବ୍ୟାଙ୍କରୁ ଟଙ୍କା ଉଠାଇବା ବେଳେ ସମସ୍ୟା ହୋଇଥିଲା। ପରେ ଛାତ୍ରୀଛାତ୍ରଙ୍କୁ ଟଙ୍କା ଦେଇ ଛାଡ଼ିଲା ବେଳେ ମଧ୍ୟ ବିଳମ୍ବ ଘଟୁଛି। ଅନ୍ୟପକ୍ଷରେ ଅଭିଭାବକମାନେ ପିଲାଙ୍କୁ ନେବା ପାଇଁ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ବିଭିନ୍ନ ପ୍ରକାର ଯାଞ୍ଚର ସମ୍ମୁଖୀନ ହେବାକୁ ପଡୁଥିବାରୁ ଅଦ୍ୟାବଧି ସବୁ ପିଲାଙ୍କୁ ଛାଡ଼ିବା ସମ୍ଭବପର ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନେଇ ଗଣ୍ଡଗୋଳ: ସରପଞ୍ଚ ଓ ବିପକ୍ଷ ଗୋଷ୍ଠୀଙ୍କ ଥାନାରେ ଏତଲା

ହିଞ୍ଜିଳିକାଟୁ,୧୩ା୬(ଡ଼ି.ଏନ୍‌.ଏ): ହିଞ୍ଜିଳିକାଟୁ ବ୍ଲକ ଖରିଡା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ମାମଲା ହୋଇଛି। ନଂ.୧୯୬ ଓ ୧୯୭/୨୦ରେ ୨ଟି ମାମଲା...

ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ

କେନ୍ଦ୍ରାପଡ଼ା,୨୬ା୬ (ଜଗନ୍ନାଥ ଧଳ): ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଞ୍ଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ସାଧାରଣ ଖାଉଟି ଟମାଟୋ ବଜାରରୁ କିଣିପାରୁନାହିଁ। ୨ ସପ୍ତାହ ମଧ୍ୟରେ...

ଝିଅକୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁଲେ ମା’

ମାଲକାନଗିରି,୬ା୩: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ଚେଡେଙ୍ଗା ପଞ୍ଚାୟତର କଉଡ଼ିଗୁଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ୪ ବର୍ଷର ଶିଶୁକନ୍ୟାକୁ ଧରି...

ନିର୍ମାଣ ଅପେକ୍ଷାରେ ୯୮୮ ଅଙ୍ଗନୱାଡି କେନ୍ଦ୍ର

କେନ୍ଦ୍ରାପଡ଼ା ଅଫିସ, ୮।୬: ମହିଳା ଓ ଶିଶୁ ବିକାଶରେ ଅଙ୍ଗନୱାଡି କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ସରକାର ୫-ଟି ଅଧୀନରେ ମିଶନ ଶକ୍ତି ମାଧ୍ୟମରେ...

ହସ୍ପିଟାଲରେ ଭର୍ତ୍ତି ହେଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ,୨୯ା୮: ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ. ସୁକାନ୍ତ ନାୟକ ଅସୁସ୍ଥ । ଶନିବାର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା...

କଙ୍କଡ଼ାରେ ନୃସିଂହ ଅବତାର ଚର୍ଚ୍ଚା

ପୁରୀ ଅଫିସ, ୨୨।୯: ପୁରୀ ସମୁଦ୍ରରୁ ମିଳିଛି ଏକ ଭିନ୍ନ ପ୍ରଜାତିର କଙ୍କଡ଼ା। ପୂର୍ବରୁ ଏମିତି କଙ୍କଡ଼ା ଦେଖି ନ ଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। କଙ୍କଡ଼ାରେ...

କ୍ଲୋକ୍‌ ରୁମ୍‌ ସଙ୍କୁଚିତ: ଶ୍ରଦ୍ଧାଳୁ ହନ୍ତସନ୍ତ

ପୁରୀ ଅଫିସ,୧୭ା୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ବେରେଜ୍‌ ଲାଇନ୍‌ ସମେତ ଅନ୍ୟ ଭୂତଳ ସୁବିଧା ପାଇଁ ସମ୍ପ୍ରତି କାର୍ଯ୍ୟକ୍ଷମ ଥିବା କ୍ଲୋକ୍‌ ରୁମ୍‌ ଓ ଜୋତାଷ୍ଟାଣ୍ଡକୁ...

ରୋଟାରୀ କ୍ଲବ ଅନୁଗୋଳ ରୟାଲର ଅଧିଷ୍ଠାନ ଉତ୍ସବ:ସମାଜ ସେବା ବିସ୍ତାରିତ କରିବାକୁ ଆହ୍ବାନ

ଅନୁଗୋଳ ଅଫିସ, ୩୦।୭ଅନୁଗୋଳ ରୋଟାରୀ କ୍ଲବ ରୟାଲର ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ହୋଟେଲ କମଲେଶ କଣ୍ଟିନେଣ୍ଟାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ପ୍ରଭାତ କୁମାର...

Advertisement
Archives

Model This Week