ଲକ୍‌ଡାଉନ୍‌ ନ ମାନି ୨ ଗିରଫ, ବୋଲେରୋ ସହ ୬ ବାଇକ୍‌ ଜବତ

ଠାକୁରମୁଣ୍ଡା,୨୬।୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ପଦକ୍ଷେପ ଆରମ୍ଭ କରିଥିବା ବେଳେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳରେ ଲକ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଛି। ଅପରପକ୍ଷରେ କଟକଣା ନ ମାନିବାରୁ ଠାକୁରମୁଣ୍ଡା ପୋଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଥିବା ଗୋଟିଏ ବୋଲେରୋ ଏବଂ ୬ଟି ବାଇକ ଜବତ କରି ଥାନାରେ ଅଟକ ରଖିଛି। ଗିରଫ ୨ ଜଣ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ ବିଷ୍ଣୁ ହୋ ଓ ପ୍ରହଲ୍ଲାଦ ନାୟକ। ଉଭୟଙ୍କ ନାମରେ ୩୬ ଓ ୩୭/୨୦ରେ ଏକ ମାମଲା ରୁଜୁ ହୋଇଛି। ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନରେ ଠାକୁରମୁଣ୍ଡା ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ପୋଲିସ ପକ୍ଷରୁ ପଇଁତରା ମରାଯାଉଛି। ବଜାର ଅଞ୍ଚଳରେ ଥିବା ଗ୍ରୋସରୀ, ଔଷଧ, କ୍ଷୀର, ଫଳ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି। ବିଡିଓ ଶ୍ୟାମ ସୁନ୍ଦର ଟୁଡୁ, ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ, ଠାକୁରମୁଣ୍ଡା ଥାନାଧିକାରୀ ନିରୋଜ କୁମାର ସାମଲ ଉପସ୍ଥିତ ରହି ଲୋକମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି ସ୍ବାସ୍ଥ୍ୟକର୍ମୀ ପୁଷ୍ପା

ମାଲକାନଗିରି,୨୯ା୭(ଡି.ଏନ.ଏ.)- ଦୀର୍ଘ ୧୧ ବର୍ଷ ଧରି ମାଓବାଦୀ ଅଞ୍ଚଳରେ ଲୋକଙ୍କ ସେବାରେ ଲାଗିଛନ୍ତି ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ। ଗତ ବର୍ଷେ ହେଲା ସେ ନିଜେ କ୍ୟାନସର...

ରାତ୍ରକାଳୀନ କର୍ଫ୍ୟୁରେ ହେବନି କୋହଳ: ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏ ବଳବତ୍ତର

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଜୁନ୍‌...

ଚାଉଳ ଦେଲେ କ’ଣ ହେବ, ପାଣି ନାହିଁ

ସମ୍ବଲପୁର,୧୫।୫ (ବ୍ୟୁରୋ): ଚାଉଳ ଦେଲେ କ’ଣ ହେବ, ପାଣି ଦିଅ। ନ ହେଲେ କିଭଳି ଭାତ ରୋଷେଇ ହେବ । ପ୍ରଥମେ ପିଇବାକୁ ପାଣି ତା...

ଚୋରି ପିକ୍‌ଅପ ଭ୍ୟାନ୍‌ ଉଦ୍ଧାର, ୪ ଗିରଫ

ଯୋଡ଼ା, ୨୯।୫ (ଡି.ଏନ.ଏ.)-କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଚୋରମାନେ ଏହାର ଫାଇଦା ପାଇବା ଉଠାଇବା ପାଇଁ ଅଧିକ ସକ୍ରିୟ ହୋଇପଡିଛନ୍ତି।...

ଚାଷୀଙ୍କୁ ଦିଆଯାଉଛି ପୁରୁଣା କୃଷି ଯନ୍ତ୍ରପାତି

ବାରିପଦା ଅଫିସ,୬ା୧୨- ମୟୂରଭଞ୍ଜ ଜିଲା ବାରିପଦାରେ କୃଷକମାନଙ୍କୁ ପୁରୁଣା ଯନ୍ତ୍ରପାତିକୁ ରଙ୍ଗ ଦେଇ ନୂଆ କରି ବିକ୍ରୟ କରାଯାଉଛି। ଏହାକୁ କୃଷକ ମହଲରେ ବିରୋଧ କରାଯାଇଛି।...

ଆଜି ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ: ନାମ ଲେଖାଇଲେନି ୧୨୦ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୩।୭- ଅନୁଗୋଳ ଜୁନିୟର ମହାବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଶନିବାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ...

ଜିଲାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

କେନ୍ଦ୍ରାପଡା ଅଫିସ, ୨୭ା୫ : ଆସନ୍ତା ଜୁନ ସୁଦ୍ଧା ଓଡ଼ିଶାରେ ମୌସୁମୀ ବାୟୁ ପ୍ରବାହିତ ହେବ ବୋଲି ପାଣି ବିଭାଗ ପୂର୍ବନୁମାନ କରିଛି। ମାତ୍ର ଏହି...

ଭାରତ ଲୁଚାଉଛି କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍‌

ଓ୍ବାଶିଂଟନ, ୩୦।୯: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଜୋ ବାଇଡେନ୍‌ଙ୍କ ମଧ୍ୟରେ ପ୍ରଥମ ନିର୍ବାଚନୀ ତର୍କ ଅନୁଷ୍ଠିତ ହୋଇଛି। ଏଥିରେ...


Coronavirus Update

Archives

Model This Week

Why Dharitri