ଲକ୍‌ଡାଉନ୍‌ କଟକଣାକୁ ଫୁ: ବ୍ୟାଙ୍କ ସମ୍ମୁଖରେ ଗ୍ରାହକଙ୍କ ପ୍ରବଳ ଭିଡ଼

ନିରାକାରପୁର,୮ା୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଫଳରେ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ସହିତ ସତର୍କତା ଅବଲମ୍ବନ କରାଯାଉଛି। ହେଲେ ଗାଁ ଗହଳିରେ ଅନେକ ଶିକ୍ଷିତ ଅମାନିଆ ସରକାରଙ୍କ ଲକ୍‌ଡାଉନ୍‌ କଟକଣାକୁ ଫୁ କରି ଗୋଟିଏ ସ୍ଥାନରେ ଏକାଠି ବସାଉଠା କରିବା ସହିତ ଭଲି, କ୍ରିକେଟ,କ୍ୟାରମ, ତାସ, ଚେସ୍‌ ଆଦି ଖେଳୁଛନ୍ତି। ଏଥିସହିତ ମାଛ, ମାଂସ ଦୋକାନରେ ରୁଣ୍ଡହୋଇ କିଣା ବିକା କରୁଛନ୍ତି। ସେହିପରି ନିରାକାରପୁରସ୍ଥିତ ଏକ ବ୍ୟାଙ୍କ ସମ୍ମୁଖରେ ବୁଧବାର ପୂର୍ବାହ୍ନରେ ଗ୍ରାହକମାନେ ସାମାଜିକ ଦୂରତା ରକ୍ଷା ନ କରି ଭିତରକୁ ପଶୁଥିବା ଦେଖିବାକୁ ମିଳିଛି। କରୋନାକୁ ନେଇ ଲୋକଙ୍କ ମନରେ ଟିକିଏ ଭୟ ନ ଥିବା ଚିତ୍ରରୁ ସ୍ପଷ୍ଟ ଜଣାପଡୁଛି। ଏହି ଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ଦୈନିକ ଦେଖିବାକୁ ମିଳୁଛି। ଏନେଇ ସ୍ଥାନୀୟ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଭିଡ଼ କମି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ପ୍ରସ୍ତୁତ କରୁଛି ନୂଆ କରୋନା ଭାଇରସ!

ଓ୍ବାଶିଂଟନ, ୧୫।୮: ସମଗ୍ର ବିଶ୍ୱରେ କରୋନା ମହାମାରୀ ସଙ୍କଟ ଥମିବାର ନାଁ ଧରୁନି। ଏଥିରୁ ମୁକ୍ତି ପାଇବା ପାଇଁ ସବୁ ଦେଶ ଟିକା ତିଆରି କରିବାରେ...

୨୮ ମାସରେ ୭୨୮ ଶିଶୁ ଅପପୁଷ୍ଟିର ଶିକାର

ନୟାଗଡ଼ ଅଫିସ,୨ା୮: ଯାଜପୁର ଜିଲା ନଗଡ଼ାକୁ କେହି ଭୁଲି ପାରିନାହାନ୍ତି। ୨୦୧୬ରେ ନଗଡ଼ାର ଶିଶୁମାନେ ଅପପୁଷ୍ଟିର ଶିକାର ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ...

ଅସାଧୁ ମେଣ୍ଟ ନଛୋଡ଼ବନ୍ଦା

ଯାଜପୁର ଅଫିସ,୫ା୧: ଧାନ ବିକ୍ରିରେ ଚାଷୀଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ଓଜନ, ଗୁଣମାନ ଓ ଗାଡ଼ି ଭଡା...

ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ: ୨ ଅନ୍ତେବାସୀଙ୍କ ବିରୋଧରେ ଏତଲା ଦେଲେ ସରପଞ୍ଚ

ଭଞ୍ଜନଗର,୨୭।୫(ଡି.ଏନ.ଏ)-ତାରସିଂ ଥାନା ଗାଲେରୀ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅନ୍ତେବାସୀମାନେ ବୁଧବାର ହୋହଲ୍ଲା କରିବା ସହ ଖାଦ୍ୟ ଗ୍ରହଣ କରିନଥିଲେ। ଏହାପରେ ପ୍ରଶାସନର ହସ୍ତକ୍ଷେପ ପରେ...

ସାତକୋଶିଆ: ସାଇକେଲରେ ବୁଲି ଦେଖିହେବ ବନ୍ୟଜନ୍ତୁ

ବନ୍ତଳା,୩ା୧ – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ଶୋଭା ବୃଦ୍ଧି କରାଯିବ। ପ୍ରତିବର୍ଷ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ...

୬୦ରୁ ଅଧିକ ବେଗରେ ବାଇକ୍‌ ଚଳାଇଲେ ଲାଗିବ ଫାଇନ୍‌

ବାରିପଦା ଅଫିସ,୧୫ା୭: ଜନସାଧାରଣଙ୍କ ସୁରକ୍ଷା ଲାଗି ମୟୂରଭଞ୍ଜ ଜିଲାରେ ଦ୍ରୁତ ଗାଡ଼ି ଚଳାଚଳ ଉପରେ ଜିଲାପାଳ ବିନୀତ ଭରଦ୍ୱାଜ ପ୍ରତିବନ୍ଧକ ଲଗାଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର...

ଅସୁରକ୍ଷିତ ନଦୀତଟ : ସୋନ ନଦୀରେ ଲୀନ ହେବ ୨୧ ଗାଁ

କପ୍ତିପଦା,୧୫ା୬(ଡି.ଏନ୍‌.ଏ) ଆଗକୁ ବଷର୍ର୍ା ଦିନ ଆସୁଥିତ୍ବାରୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ୨୧ଟି ଗ୍ରାମର ଲୋକେ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି। ବର୍ଷା ହେଲେ...

ରାଜ୍ୟରୁ ଚିହ୍ନଟ ହେଲେ ୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ୩...

Advertisement
Archives

Model This Week