ଲକ୍‌ଡାଉନ୍‌ରେ ବି ଗୁରୁଦାୟିତ୍ୱ ଭୁଲିନାହାନ୍ତି ପିକକ୍‌ମ୍ୟାନ୍‌

ତ୍ରିନାଥ ମହାନ୍ତି
ଭୁବନେଶ୍ୱର,୨୯ା୪(ବ୍ୟୁରୋ): କରୋନା ମହାମାରୀ ପାଇଁ ସାରା ଦେଶରେ ମାସେରୁ ଊର୍ଦ୍ଧ୍ୱ ହେଲାଣି ଲକ୍‌ଡାଉନ୍‌ ଜାରି ରହିଛି। ରୋଜଗାର ହରାଇ ଲୋକେ ଘରେ ରହିଛନ୍ତି। ଲୋକେ ପେଟ ଚିନ୍ତାରେ ଦିନରାତି ଘାରି ହେଉଥିବାବେଳେ ପଶୁପକ୍ଷୀଙ୍କ କଥା ଭାବିବାକୁ କାହାର ସମୟ ନାହିଁ। ଏପରି ସଂକଟଜନକ ସମୟରେ ନିଜ ଗୁରୁଦାୟିତ୍ୱ ଭୁଲି ନାହାନ୍ତି ପିକକ୍‌ ମ୍ୟାନ୍‌ ଭାବେ ପରିଚିତ କଟକ ନରାଜର କାହ୍ନୁଚରଣ ବେହେରା। ଅର୍ଥାଭାବ ସହ ନାନା ଅସୁବିଧାରେ ଥିଲେ ମଧ୍ୟ ଅନ୍ୟଦିନ ଭଳି ଏବେବି ନରାଜ ଫାୟାରିଂ ରେଞ୍ଜ ନିକଟରେ ଶତାଧିକ ମୟୂରଙ୍କୁ ଖାଇବାକୁ ଦେଇ ଚାଲିଛନ୍ତି। କେବଳ ମୟୂର ନୁହେଁ କପୋତ, ଗୁଣ୍ଡୁରୀ, ନେଉଳ ଆଦି ଅନେକ ଜୀବଜନ୍ତୁ ତାଙ୍କ ହାତରୁ ଖାଦ୍ୟ ଖାଇବାକୁ ଧାଇଁ ଆସୁଛନ୍ତି। ଲକ୍‌ଡାଉନରେ କାହ୍ନୁଙ୍କ ଏପରି କାର୍ଯ୍ୟକୁ ନେଇ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ଫୋନ୍‌ରେ ମୟୂରଙ୍କ ଖାଇବା କଥା ପଚାରି ବୁଝିବା ସହ ତାଙ୍କୁ ଉତ୍ସାହିତ କରୁଛନ୍ତି।
ଏ ସମ୍ପର୍କରେ କାହ୍ନୁ କୁହନ୍ତି, ମୟୂରମାନଙ୍କୁ ସକାଳ ୮ଟା ଏବଂ ଅପରାହ୍ନ ୩ଟା ଦୁଇଥର ଧାନ, ଗହମ, ମୁଗ, ଖୁଦ ଆଦି ଖାଇବାକୁ ଦେଉଛନ୍ତି। ଏଥିପାଇଁ ଦିନକୁ ୫ଶହରୁ ୭ଶହ ଟଙ୍କା ଖର୍ଚ୍ଚ ହେଉଛି। ଖରା ଓ ଶୀତ ଦିନରେ ମୟୂରମାନଙ୍କୁ ଦେଖିବାକୁ ଆସୁଥିବା ଲୋକଙ୍କ ମଧ୍ୟରୁ କେହି କେହି ଅର୍ଥ ସହଯୋଗ କରନ୍ତି। ତାହାକୁ ସେ ବର୍ଷା ଦିନ ପାଇଁ ସାଇତି ରଖିଥାନ୍ତି। ଏଥର ଖରାଦିନରେ ଲକ୍‌ଡାଉନ୍‌ ପାଇଁ କେହି ଲୋକେ ଆସି ନାହାନ୍ତି। ତଥାପି କାହ୍ନୁ ଜୀବନ ଥିବା ପର୍ଯ୍ୟନ୍ତ ମୟୂରଙ୍କୁ ଏପରି ଖାଇବାକୁ ଦେଉଥିବି ବୋଲି କହିଛନ୍ତି।
ଜେଜେ ଦେଇଥିବା କଥାକୁ ପାଳନ କରୁଛି: କାହ୍ନୁ
୧୯୯୯ ମହାବାତ୍ୟାରେ ନିକଟ ଜଙ୍ଗଲ ଧ୍ୱଂସବିଧ୍ୱସ୍ତ ହୋଇଯାଇଥିଲା। ବହୁ ପଶୁପକ୍ଷୀ ମରିଯାଇଥିଲେ। ବଞ୍ଚତ୍ୟାଇଥିବା ୩ ମୟୂରକୁ ଅସୁସ୍ଥ ଅବସ୍ଥାରେ ଦେଖି କାହ୍ନୁଙ୍କ ଜେଜେ ବାପା ପାଣୁ ବେହେରା ଖାଇବାକୁ ଦେଇ ସୁସ୍ଥ କରିଥିଲେ। ଏପରିକି ସେମାନଙ୍କୁ ସେହିସ୍ଥାନରେ ପ୍ରତିଦିନ ଖାଦ୍ୟ ଦେଇ ଚାଲିଥିଲେ। କ୍ରମଶଃ ମୟୂରଙ୍କ ସଂଖ୍ୟା ବଢିଥିଲା। ଇତିମଧ୍ୟରେ ପାଣୁ ଅସୁସ୍ଥ ହୋଇପଡିବାରୁ ସେ ମୟୂରଙ୍କୁ ଖାଦ୍ୟ ଦେବା ଓ ଦେଖାଶୁଣା କରିବାର ଗୁରୁଦାୟିତ୍ୱ ସମ୍ଭାଳବାକୁ ନାତି କାହ୍ନୁଙ୍କୁ ବାଛିଥିଲେ। କିନ୍ତୁ ପାଠ ପଢ଼ୁଥିବାରୁ କାହ୍ନୁ ପ୍ରଥମେ ମନା କରିଦେଇଥିଲେ। ଜେଜେ ବାଧ୍ୟ କରିବାରୁ ଥରେ ଦେଖିବାକୁ ଯାଇ ମୟୂରଙ୍କ ପ୍ରେମରେ ପଡିଯାଇଥିଲେ କାହ୍ନୁ। ୨୦୧୭ ମେ ୨୬ରେ ଜେଜେଙ୍କ ମୃତ୍ୟୁ ପରେ କାହ୍ନୁ ୬୭ଟି ମୟୂରଙ୍କୁ ଦୈନିକ ଖାଦ୍ୟ ଦେବା ଆରମ୍ଭ କରିଥିଲେ। ସେତେବେଳେ ଏଥିପାଇଁ ସେ କଲେଜ ବହି ବିକ୍ରି କରିଦେଇଥିଲେ। ଏବେ ମୟୂରଙ୍କ ସଂଖ୍ୟା ୧୩୦ ଟପିଥିଲେ ମଧ୍ୟ କାହ୍ନୁ ସେମାନଙ୍କ ଯତ୍ନ ନେବାକୁ ହେଳା କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri