Posted inକଟକ

ଲକ୍‌ଡାଉନରେ ପିଲାଙ୍କୁ ଶିଖାଯାଉଛି ଯୋଗ

ଚୌଦ୍ୱାର,୧ା୪(ଡି.ଏନ୍‌.ଏ): ଭୟାବହ କରୋନାକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଲାଗୁ ହୋଇଛି ୨୧ ଦିନିଆ ଲକ୍‌ଡାଉନ। ଏହାକୁ ସମର୍ଥନ କରି ଜନସାଧାରଣ ନିଜ ନିଜ ଘରେ ରହୁଥିବାବେଳେ ସର୍ବସାଧାରଣ ସ୍ଥାନଗୁଡ଼ିକ ଶୂନଶାନ ହୋଇପଡ଼ିଛି। ଏଭଳି ସ୍ଥିତିରେ ପ୍ରାପ୍ତ ବୟସ୍କମାନେ ନିଜକୁ ପରିସ୍ଥିତି ସହ ଖାପ୍‌ଖୁଆଇ ଚଳାଇ ନେଉଥିବାବେଳେ ଘରେଥିବା ପିଲାମାନଙ୍କ ପ୍ରତି ସମସ୍ୟା ସୃଷ୍ଟି କରିଛି। ପିଲାମାନଙ୍କ ସବୁପ୍ରକାର ଖେଳ ବନ୍ଦ ରହିବା ହେତୁ ସେମାନେ ମାନସିକ ସ୍ତରରେ ଅସ୍ଥିର ହେବା, ଚିଡ଼ିଚିଡ଼ି ହେବା, ଖାଇବା କମାଇବା ଆଦି ଲକ୍ଷଣ ଦେଖାଯାଉଛି। ପିଲାମାନଙ୍କ ମନକୁ ପ୍ରଫୁଲ୍ଲ କରିବାକୁ ଚୌଦ୍ୱାର ଅଞ୍ଚଳରେ ଥିବା ଶିଶୁ ଅନୁଷ୍ଠାନ ଶିଶୁ ସଦନରେ ଯୋଗ କରାଯିବା ସହ ବିଭିନ୍ନ ପ୍ରକାର ଖେଳ ଶିଖାଯାଉଥିବାର ଦେଖିବାକୁ ମିଳୁଛି। ୧୦୦ରୁ ଊର୍ଦ୍ଧ୍ୱ ପିଲା ଏହି ଅନୁଷ୍ଠାନରେ ଥିବାବେଳେ ସମସ୍ତଙ୍କୁ ସଚେତନ କରିବା ସହ ବିଭିନ୍ନ ଖେଳ ଶିଖାଉଛନ୍ତି ଅନୁଷ୍ଠାନର ମୁଖ୍ୟ ତଥା ହିନ୍ଦ୍‌ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ। ଶିଶୁ ସଦନରେ ପିଲାମାନଙ୍କୁ ଧାର୍ଯ୍ୟ ଦୂରତା ରକ୍ଷାକରି ପୃଥକ୍‌ ଭାବେ ରଖା ଯାଇଥିବାବେଳେ ପିଲାମାନଙ୍କ ପାଇଁ ପୃଥକ୍‌ ଭାବେ ଖାଇବା ବ୍ୟବସ୍ଥା କରାଯାଇଛି। ଶିଶୁ ସଦନର ନର୍ସ ଓ ଫାର୍ମାସିଷ୍ଟ ନିୟମିତ ଭାବେ ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ପିଲାମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ପିଲାଙ୍କ ଦାୟିତ୍ୱରେ ଥିବ ଗୃହମାତାମାନେ ବ୍ୟକ୍ତିଗତ ଭାବେ ଚିତ୍ରାଙ୍କନ, ହସ୍ତ କଳା, ଗଳ୍ପ ଓ କବିତା ଲିଖନ, ସଂଗୀତ ପରିବେଷଣ, ଯୋଗ ଆଦି ବହୁବିଧ କାର୍ଯ୍ୟରେ ପିଲାମାନଙ୍କୁ ନିୟୋଜିତ ରଖୁଛନ୍ତି। ଟାଙ୍ଗୀ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ନିୟମିତ ଶିଶୁ ସଦନ ପରିଦର୍ଶନ କରି ପିଲାମାନଙ୍କ ସ୍ବାସ୍ଥ୍ୟପରୀକ୍ଷା କରିବା ସହ କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ଛୋଟ ପିଲାମାନଙ୍କୁ ବିଶେଷ ଧ୍ୟାନ ରଖାଯାଉଥିବା ଅନୁଷ୍ଠାନ ମୁଖ୍ୟ କହିଛନ୍ତି। ଅନୁଷ୍ଠାନର ଉପଦେଷ୍ଟା କମିଟି ଚେୟାରମ୍ୟାନ୍‌ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ନିୟମିତ ଭାବେ ପିଲାମାନଙ୍କ ସ୍ଥିତି ସମ୍ପର୍କରେ ବୁଝିବା ସହ ସେମାନଙ୍କ ଖାଦ୍ୟପେୟ ଓ ମନୋରଞ୍ଜନ ପାଇଁ ପରାମର୍ଶ ଦେଉଥିବାବେଳେ କର୍ମଚାରୀମାନେ ସହାୟତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, କଟକ View All

ବର୍ଷାରେ ଡ୍ରେନ୍‌ ପାଣି ନିଷ୍କାସନ ନ ହେବାରୁ ନିଜେ ସଫା କଲେ ସରପଞ୍ଚ, ଦିବ୍ୟାଙ୍ଗ ହୋଇ ବି…

କେସିଙ୍ଗା,୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତର ପଲସାପଡ଼ା ଗ୍ରାମରେ ଡ୍ରେନ୍‌ ପୋତି ହୋଇଯିବାରୁ ଗାଁ ରାସ୍ତାରେ ପାଣି ଜମିରହିଥିଲା। ଗାଁ ରାସ୍ତାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି, ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୫ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ୫୦ କିମି ଦୂରରେ ଅବପାତ ହୋଇଥିବାବେଳେ ଚାନ୍ଦବାଲିର ଉତ୍ତରପୂର୍ବ ଦିଗର ୬୦ କିମି ଦୂରରେ କେନ୍ଦ୍ରୀଭୂତ…

ବିଦ୍ୟାଳୟ ଭିତରେ ପଶିଲା ପାଣି, ପିଲା ପାଠ ପଢ଼ିବାରେ ବ୍ୟାହତ

କର୍ଲାମୁଣ୍ଡା,୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର୍‌ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି।…

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ: ମା’ ଅଣ୍ଡାଦାନସ୍ଥଳରେ ଜଗି ରହିଥିବାବେଳେ ପୁରୁଷ କୁମ୍ଭୀର…

ମହାକାଳପଡ଼ା,୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହାନଦୀ ତ୍ରିକୋଣଭୂମି ଅବବାହିକା ଶାଖା ନଦୀ, ନାଳ ଘେରାରେ ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା…

ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ଖବର! ବଦଳିଲା ସପ୍ଲାଇ ନିୟମ, ସରକାର ହଟାଇଲେ ଜରୁରୀକାଳୀନ ନିୟନ୍ତ୍ରଣ

ନୂଆଦିଲ୍ଲୀ,୫/୭: ମିଡିଲ୍ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଯୁଦ୍ଧବିରତି ଏବଂ ହୋର୍ମୁଜ୍ ଷ୍ଟ୍ରେଟ୍‌ (Strait of Hormuz) ଦେଇ ସାମୁଦ୍ରିକ ଜାହାଜ ଚଳାଚଳ ପୁଣି ଥରେ ଆରମ୍ଭ ହେବା…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri