Posted inକଟକ

ଲକ୍‌ଡାଉନରେ ପିଲାଙ୍କୁ ଶିଖାଯାଉଛି ଯୋଗ

ଚୌଦ୍ୱାର,୧ା୪(ଡି.ଏନ୍‌.ଏ): ଭୟାବହ କରୋନାକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଲାଗୁ ହୋଇଛି ୨୧ ଦିନିଆ ଲକ୍‌ଡାଉନ। ଏହାକୁ ସମର୍ଥନ କରି ଜନସାଧାରଣ ନିଜ ନିଜ ଘରେ ରହୁଥିବାବେଳେ ସର୍ବସାଧାରଣ ସ୍ଥାନଗୁଡ଼ିକ ଶୂନଶାନ ହୋଇପଡ଼ିଛି। ଏଭଳି ସ୍ଥିତିରେ ପ୍ରାପ୍ତ ବୟସ୍କମାନେ ନିଜକୁ ପରିସ୍ଥିତି ସହ ଖାପ୍‌ଖୁଆଇ ଚଳାଇ ନେଉଥିବାବେଳେ ଘରେଥିବା ପିଲାମାନଙ୍କ ପ୍ରତି ସମସ୍ୟା ସୃଷ୍ଟି କରିଛି। ପିଲାମାନଙ୍କ ସବୁପ୍ରକାର ଖେଳ ବନ୍ଦ ରହିବା ହେତୁ ସେମାନେ ମାନସିକ ସ୍ତରରେ ଅସ୍ଥିର ହେବା, ଚିଡ଼ିଚିଡ଼ି ହେବା, ଖାଇବା କମାଇବା ଆଦି ଲକ୍ଷଣ ଦେଖାଯାଉଛି। ପିଲାମାନଙ୍କ ମନକୁ ପ୍ରଫୁଲ୍ଲ କରିବାକୁ ଚୌଦ୍ୱାର ଅଞ୍ଚଳରେ ଥିବା ଶିଶୁ ଅନୁଷ୍ଠାନ ଶିଶୁ ସଦନରେ ଯୋଗ କରାଯିବା ସହ ବିଭିନ୍ନ ପ୍ରକାର ଖେଳ ଶିଖାଯାଉଥିବାର ଦେଖିବାକୁ ମିଳୁଛି। ୧୦୦ରୁ ଊର୍ଦ୍ଧ୍ୱ ପିଲା ଏହି ଅନୁଷ୍ଠାନରେ ଥିବାବେଳେ ସମସ୍ତଙ୍କୁ ସଚେତନ କରିବା ସହ ବିଭିନ୍ନ ଖେଳ ଶିଖାଉଛନ୍ତି ଅନୁଷ୍ଠାନର ମୁଖ୍ୟ ତଥା ହିନ୍ଦ୍‌ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ। ଶିଶୁ ସଦନରେ ପିଲାମାନଙ୍କୁ ଧାର୍ଯ୍ୟ ଦୂରତା ରକ୍ଷାକରି ପୃଥକ୍‌ ଭାବେ ରଖା ଯାଇଥିବାବେଳେ ପିଲାମାନଙ୍କ ପାଇଁ ପୃଥକ୍‌ ଭାବେ ଖାଇବା ବ୍ୟବସ୍ଥା କରାଯାଇଛି। ଶିଶୁ ସଦନର ନର୍ସ ଓ ଫାର୍ମାସିଷ୍ଟ ନିୟମିତ ଭାବେ ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ପିଲାମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ପିଲାଙ୍କ ଦାୟିତ୍ୱରେ ଥିବ ଗୃହମାତାମାନେ ବ୍ୟକ୍ତିଗତ ଭାବେ ଚିତ୍ରାଙ୍କନ, ହସ୍ତ କଳା, ଗଳ୍ପ ଓ କବିତା ଲିଖନ, ସଂଗୀତ ପରିବେଷଣ, ଯୋଗ ଆଦି ବହୁବିଧ କାର୍ଯ୍ୟରେ ପିଲାମାନଙ୍କୁ ନିୟୋଜିତ ରଖୁଛନ୍ତି। ଟାଙ୍ଗୀ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ନିୟମିତ ଶିଶୁ ସଦନ ପରିଦର୍ଶନ କରି ପିଲାମାନଙ୍କ ସ୍ବାସ୍ଥ୍ୟପରୀକ୍ଷା କରିବା ସହ କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ଛୋଟ ପିଲାମାନଙ୍କୁ ବିଶେଷ ଧ୍ୟାନ ରଖାଯାଉଥିବା ଅନୁଷ୍ଠାନ ମୁଖ୍ୟ କହିଛନ୍ତି। ଅନୁଷ୍ଠାନର ଉପଦେଷ୍ଟା କମିଟି ଚେୟାରମ୍ୟାନ୍‌ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ନିୟମିତ ଭାବେ ପିଲାମାନଙ୍କ ସ୍ଥିତି ସମ୍ପର୍କରେ ବୁଝିବା ସହ ସେମାନଙ୍କ ଖାଦ୍ୟପେୟ ଓ ମନୋରଞ୍ଜନ ପାଇଁ ପରାମର୍ଶ ଦେଉଥିବାବେଳେ କର୍ମଚାରୀମାନେ ସହାୟତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

କଟକ: ୬୯ ଗାଁକୁ ପଶିଛି ବନ୍ୟାଜଳ

କଟକ ଅଫିସ୍‌,୩୧।୮: ମହାନଦୀରେ ବନ୍ୟାଜଳ ପ୍ରବେଶ କରିବା ପରେ କଟକ ଜିଲାର ୮ଟି ବ୍ଲକର ୩୯ଟି ପଞ୍ଚାୟତ ଓ ୬୯ଟି ଗ୍ରାମରେ ପାଣି ମାଡ଼ି ଯାଇଛି।...

ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ

କଟକ ଅଫିସ, ୨୪ା୩: ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକ ପାଳନ ଅବସରରେ କଟକ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ...

ଆଜି ଦୁଲୁକିବ ବାରବାଟୀ ଷ୍ଟାଡିୟମ

କଟକ ଅଫିସ,୧୧ା୧: ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆରମ୍ଭ ହୋଇ ଯାଇଛି କାଉଣ୍ଟଡାଉନ। ଉଦଘାଟନୀ ସଂନ୍ଧ୍ୟା କାର୍ଯ୍ୟକ୍ରମ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି।...

ଜଳ ନିଷ୍କାସନରେ ବାଧା: ତାତିଲେ ଚାଷୀ

ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତରେ ଜଳ ନିଷ୍କାସନ କରାଯିବା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଡ୍ରେନରେ...

ନୂତନ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ସ୍ଥିତି ପରଖିଲେ ଜିଲାପାଳ

ଚୌଦ୍ୱାର,୨୫ା୪(ଡି.ଏନ୍‌.ଏ.) : କଟକ ଜିଲା ଚୌଦ୍ୱାର ସହାରାଞ୍ଚଳରେ ଗାନ୍ଧିଛକସ୍ଥିତ ଟାଉନ୍‌ହଲରେ ୬୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ ସେଣ୍ଟର ଚାଲୁ ରହିଛି। ଆସନ୍ତା ମେ’ ୩ ତାରିଖ...

ପ୍ରଥମ ଦିନରେ ଧରାହେଲେ ୮୪ ନାବାଳକ

କଟକ ଅଫିସ୍‌,୨୯ା୩: ରାଜ୍ୟରେ ଦୁର୍ଘଟଣା ରୋକିବାକୁ ମଙ୍ଗଳବାରଠାରୁ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହୋଇଛି। ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏବଂ ପୋଲିସର ମିଳିତ ସହଯୋଗରେ ରାଜ୍ୟର...

ସଙ୍କଟରେ ରୋଗୀସେବା, ଡିଏମ୍‌ ପାଠ୍ୟକ୍ରମ

କଟକ ଅଫିସ,୧୮ା୭: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ହେପାଟୋଲୋଜି ଏବଂ ଏଣ୍ଡୋକ୍ରାଇନୋଲୋଜି। କିନ୍ତୁ ଉଭୟ ବିଭାଗ ଏବେ ଡାକ୍ତର...

ଭଟ୍ଟାରିକା ମନ୍ଦିରରେ ପଶିଲା ପାଣି

ବଡ଼ମ୍ବା,୩।୮(ମାୟାଧର ମଲ୍ଲିକ )କଟକ ଜିଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ଭଜନ ମଣ୍ଡପ ଓ ମନ୍ଦିରରେ ମହାନଦୀର ପ୍ରଥମ ବନ୍ୟାଜଳ ବୁଧବାର ରାତିରେ ପଶିଛି।...

Advertisement
Archives

Model This Week