ଲକଡାଉନ୍‌ ଅମାନିଆଙ୍କୁ ଛାଟ

ବାରିପଦା ଅଫିସ, ୨ା୪- ମୟୂରଭଞ୍ଜ ଜିଲାରେ ଲକ୍‌ଡ଼ାଉନ ଅମାନ୍ୟ କରୁଥିବା ଲୋକଙ୍କୁ ବାଜିଛି ଛାଟ। ୭ ଦିନ ମଧ୍ୟରେ ଜିଲାର ବିଭିନ୍ନ ଥାନାରେ କୋଭିଡ଼-୧୯ ଆଇନ ଅମାନ୍ୟ କରାଯାଇଥିବା ନେଇ ୧୦୬ଟି ମାମଲା ରୁଜୁ ହୋଇଛି। ୧୪୨ ଜଣଙ୍କୁ ଗିରଫ କରାଯାଇ ଜାମିନ୍‌ରେ ଛଡ଼ା ଯାଇଥିବା ବେଳେ ୧୦୬ଟି ଗାଡ଼ିକୁ ଜବତ କରାଯାଇଥିବା ଜିଲା ପୋଲିସ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଅନ୍ୟ ପକ୍ଷେ ଏହି ଆଇନ ଉଲ୍ଲଂଘନକାରୀଙ୍କଠାରୁ ୧ଲକ୍ଷ ୪୭ ହଜାର ୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ ପାଳନ କରିବା ପାଇଁ କୁହାଯାଇଛି। ହେଲେ କେତେକ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ବିଭିନ୍ନ ସମୟରେ ବଜାରକୁ ଯାଉଥିବା ଦେଖିବାକୁ ମିଳୁଛି। କଡ଼ାକଡ଼ି ଯାଞ୍ଚ ଯୋଗୁଁ କିଛି ମାତ୍ରାରେ ଲୋକେ ଜରୁରୀ କାମ ନ ଥିଲେ ପଦାକୁ ବାହାରୁ ନ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri