ରୋଷେଇ ଘର ପାଣି ପାଇପରୁ ବାହାରିଲା ମଦ: ଲୋକେ ଆଶ୍ଚର୍ଯ୍ୟ

ତ୍ରିଶୂର,୬।୨: ଘରକୁ ଦିଆଯାଇଥିବା ପାଣି ପାଇପରୁ ପାଣି ବଦଳରେ ମଦ ବାହାରିବା ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ତେବେ କେରଳର ତ୍ରିଶୂର ଜିଲାରେ ଏମିତି ଦୃଶ୍ୟ ଦେଖିବାକୁ ମିିଳିଛି। ତ୍ରିଶୂର ଚଲାକୁଡି ଅଞ୍ଚଳରେ ଥିବା ଏକ ସୋଲୋମନେ ଏଭେନ୍ୟୁ ଆପାର୍ଟମେଣ୍ଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବା ପରେ ସେଠାରେ ରହୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ପାଇପରୁ ବାହାରୁ ଥିବା ପାଣିରୁ ମଦ ଗନ୍ଧ ବାହାରୁଥିବା ଖବର ପ୍ରଚାର ହୋଇଯିବା ପରେ ସ୍ଥାନୀୟ ଲୋକ ନଗର ନିଗମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଅବକାରୀ ବିଭାଗର ଏକ ବଡ ଭୁଲ୍‌ ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ୟ, ନିକଟରେ ଅବକାରୀ ବିଭାଗ ପ୍ରାୟ ୪୫୦୦ ଲିଟର ମଦ ଜବତ କରିଥିଲେ। ଯାହାକୁ ଏକ ଖାଲରେ ଫୋପାଡି ଦିଆଯାଇଥିଲା। ଏହା କାହା ନଜରକୁ ଆସି ନ ଥିଲା ଯେ ଉକ୍ତ ମଦ ବୋହିଯାଇ ନିକଟରେ ଥିବା କୂଅରେ ମିଶିଯିବ। ଯେଉଁଠାରୁ ସୋଲୋମନେ ଏଭେନ୍ୟୁ ଆପାର୍ଟମେଣ୍ଟକୁ ପାଣି ଯୋଗାଇବାର ମୁଖ୍ୟ ସ୍ରୋତ। ଏହି ଭୁଲ୍‌ ପାଇଁ ଆପାର୍ଟମେଣ୍ଟରକୁ ଯାଉଥିବା ପାଣିରେ ମଦ ମିଶିଯାଇଥିଲା। ଫଳରେ ପାଣି ପାଇପରେ ମଦ ମିଶା ପାଣି ଆସିବାରୁ ଲୋକେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ମହିଳା, ଯାହାଙ୍କୁ ଦେଖି ହାତ ଯୋଡ଼ିଲେ ମୋଦି-ଶାହା

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯାହାକି ଲୋକଙ୍କ ହୃଦୟ ଜିତୁଛି। ରାଜନେତାଠାରୁ ଆରମ୍ଭ କରି ସେଲିବ୍ରିଟି ସମସ୍ତେ ଫଟୋରେ ଥିବା ମହିଳାଙ୍କ ପ୍ରଶଂସାରେ...

ପର୍ଦ୍ଦା ଉପରେ ପରଦା

ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପର୍ଦ୍ଦା କଳାର ଗ୍ରାମ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ଧଳାପଥର। ଏହି ମାଟିରୁ ଦିନେ ଆରମ୍ଭ ହୋଇଥିଲା ପର୍ଦ୍ଦା କଳାର ସୂକ୍ଷ୍ମ କାରୁକାର୍ଯ୍ୟ।...

ଚାଇନାର ନୂଆ ଷଡ଼ଯନ୍ତ୍ର: ବ୍ରହ୍ମପୁତ୍ରରେ ନିର୍ମାଣ କରିବ ନଦୀବନ୍ଧ

ନୂଆଦିଲ୍ଲୀ,୯।୧୧: ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏପରିସ୍ଥଳେ ଚାଇନା ଅରୁଣାଚଳ ପ୍ରଦେଶ ନିକଟରେ ବ୍ରହ୍ମପୁତ୍ର ନଦୀର ନିମ୍ନ ଅବବାହିକାରେ ନଦୀବନ୍ଧ କରିବାକୁ...

ମମତାଙ୍କୁ ଭେଟିଲେ ମୋଦି

କୋଲକାତା,୧୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମରେ ଶନିବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛନ୍ତି। ସେଠାରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ...

ସ୍ତ୍ରୀ ଜିନ୍ସ ନ ପିନ୍ଧିବାରୁ ଏମିତି ପଦକ୍ଷେପ ନେଲେ ସ୍ବାମୀ

ମିରୁଟ, ୨୪।୧୨: ଉତ୍ତରପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଯିଛି। ସ୍ତ୍ରୀ ଜିନ୍ସ ପିନ୍ଧି ଡ୍ୟାନ୍ସ ନ କରିବାରୁ ତାଙ୍କୁ ତଲାକ ଦେଇଛନ୍ତି ସ୍ବାମୀ। କେବଳ...

ରାତ୍ର ୯ରୁ ଭୋର୍‌ ୫: ଘରୁ ବାହାରିବା ମନା

ଚଣ୍ଡିଗଡ଼,୧୮।୩: ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୪୫...

ପାକିସ୍ତାନରେ ଚର୍ଚ୍ଚାରେ ରହିଲେ ଅଭିନନ୍ଦନ-ସାରା

ନୂଆଦିଲ୍ଲୀ,୧୨।୧୨: ପାକିସ୍ତାନ ବିମାନକୁ ଧ୍ୱଂସ କରିଥିବା ତଥା ବାଲାକୋଟ ଏୟାର ଷ୍ଟ୍ରାଇକର ହିରୋ ବନିଥିବା ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଓ...

କୁକୁର ଗିଳିଥିଲା ଏହି ଜିନିଷ, ତଥାପି ହୋଇ ନ ଥିଲା ଖରାପ; ଅପରେଶନ ପରେ ବାହାରିଲା

ପୋଷା କୁକୁରଙ୍କୁ ନେଇ ବିଭିନ୍ନ ସମୟରେ ଅନେକ ଅଜବ ଘଟଣା ସାମ୍ନାକୁ ଆସିଥାଏ। ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପୋଷା କୁକୁର...

Advertisement


Archives

Model This Week