ରୋଜଗାର ହରାଇ ଘରମୁହାଁ

କେନ୍ଦୁଝର, ୩୦ା୩(ସ୍ବ.ପ୍ର.)-ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ଆତଙ୍କ ଖେଳାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଜରୁରୀ କାମ ନ ଥିଲେ ଲୋକେ ପଦାକୁ ବାହାରି । ଏଭଳି ପରିସ୍ଥିତିରେ ବାହାରୁ ରାଜ୍ୟରୁ ଆସି ପେଟ ପୋଷୁଥିବା ଓଟ ମାଲିକମାନେ ଏବେ ରୋଜଗାର ହରାଇ ବ୍ୟତିବ୍ୟସ୍ତ ହୋଇ ଘରମୁହାଁ ହୋଇଛନ୍ତି। ଏପରିକି ଯାନବାହନ ସୁବିଧା ନ ଥିବାରୁ ସେମାନେ ଘରକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି।
କରୋନା କଟକଣା ଯୋଗୁ ଏବେ ପର୍ଯ୍ୟଟନ କେନ୍ଦ୍ରଗୁଡିକ ଖାଁ ଖାଁ ହୋଇପଡ଼ିଛିି। ପୁରୀ ବେଳାଭୂମିରେ ଉତ୍ତରପ୍ରଦେଶର ଓଟମାଲିକମାନେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ କରି ପେଟ ପୋଷୁଥିଲେ। ଏବେ କିଛି ରୋଜଗାର ହେଉ ନ ଥିବାରୁ ବଞ୍ଚିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡିଛି। ସେମାନେ ଓଟ ଧରି ଚାଲି ଚାଲି ଘରକୁ ଫେରିଯିବାକୁ ଚିନ୍ତା କରି ବାହାରି ପଡିଛନ୍ତି। ୯ଜଣ ଆରୋହୀ ସେମାନଙ୍କର ଓଟ ସହିତ ୨୦ନଂ. ଜାତୀୟ ରାଜପଥ ଦେଇ ରବିବାର ସକାଳେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଘର ସୁଦୂର ଉତ୍ତରପ୍ରଦେଶ ଓ ସେମାନେ ପୁରୀ ବେଳାଭୂମିରେ ଓଟ ଗୁଡିକୁନେଇ ପରିବାର ପ୍ରତିପୋଷଣ କରିଆସୁଥିଲେ ବୋଲି କହିଛନ୍ତି। ପୁରୀରୁ ଉତ୍ତରପ୍ରଦେଶର ଦୂରତ୍ୱ ପ୍ରାୟ ୧୦୦୦କି.ମି। କରୋନାକୁ ନେଇ ଲକ୍‌ଡାଉନ ପରେ ସେମାନେ ଜୀବନ ବିକଳରେ ଗତ ୨୩ ତାରିଖଠାରୁ ଘରମୁହାଁ ହୋଇଥିବା କହିଛନ୍ତି। ଭୋକ ଓପାସରେ ଜୀବନ ବଞ୍ଚାଇବା ପାଇଁ ସେମାନେ ପଳାଇଯାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ସହାନୁଭୂତି ପ୍ରଦର୍ଶନ କରୁଛନ୍ତି। ଯିବା ରାସ୍ତାରେ ସେମାନେ ନିଜର ତଥା ଓଟମାନଙ୍କ ଭୋକିଲା ପେଟ ପାଇଁ ହାତ ପାତୁଥିବା ମଧ୍ୟ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଫସିରହିଛି ହାତୀ

ସବଡେଗା,୩ା୧୨(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସବଡେଗା ବ୍ଲକର ଡମକୁଡା ପଞ୍ଚାୟତର ଭଦ୍ରାପଡ଼ା ଗାଁମୁଣ୍ଡ ଜଙ୍ଗଲ ପାଖେ ଥିବା ଛୋଟ ପୋଖରୀରେ ଶନିବାର ରାତିରୁ ଏକ ହାତୀ...

କୋରାପୁଟରେ ଭାଲୁ ଆକ୍ରମଣ ଜଣେ ଗୁରୁତର 

କୋରାପୁଟ,୩।୧୨(ଅମିତାଭ ବେହେରା): କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚଯାତର ରଙ୍ଗେଇଗୁଡା ଗ୍ରାମ ନିକଟରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଜିତେନ୍ଦ୍ର କୁମାର...

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ...

କାର୍ଯ୍ୟାଳୟରେ ତାଲା, ଅନୁକମ୍ପା ରାଶି ନ ପାଇ ଫେରିଲେ ମତ୍ସ୍ୟଜୀବୀ

ଅସ୍ତରଙ୍ଗ,୩।୧୨(ମମତା ଜେନା)ବର୍ତ୍ତମାନ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସମୟ ଚାଲିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସମୁଦ୍ରରୁ ମାଛ ମାରିବା ନିଷେଦ୍ଧ କରାଯାଇଛି। ଏହି ସମୟ ଭିତରେ...

ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ

ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ...

ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା

ସୁନ୍ଦରଗଡ,୩ା୧୨(ଜୟ ନାରାୟଣ ମେଣ୍ଡୁଳି)ଆବହମାନ କାଳରୁ ପୁଷ୍ଟିଶସ୍ୟ ବା ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ...

ଉଦ୍‌ଘାଟନ ସରିଛି, କାର୍ଯ୍ୟକାରୀ ହେଉନି

ସମ୍ବଲପୁର,୩ା୧୨ (ଭବାନୀ ଶଙ୍କର ଭୋଇ)ରାସ୍ତାଘାଟରେ ବଜାର ବସିବା କାରଣରୁ ସମ୍ବଲପୁରର ସର୍ବପୁରାତନ ଗୋଳବଜାର ସଙ୍କୁଚିତ ହୋଇଯାଇଛି। ଏଥିପାଇଁ ଟ୍ରାଫିକ ସମସ୍ୟା ଏଠାକାର ନିତିଦିନିଆ ସମସ୍ୟା ଭାବେ...

ପ୍ରକଳ୍ପ ଅଛି, ମିଳୁନି ପାଣି: ବସୁଧା ଯୋଜନାରୁ ଗ୍ରାମବାସୀ ବଞ୍ଚିତ

କାଲିମେଳା, ୩ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ତେଲରାଇ ଗ୍ରାମରେ ପ୍ରକଳ୍ପ ଅଛି, କିନ୍ତୁ ପାଣି ମିଳୁନି। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri