ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ତୁଳସୀପତ୍ରର କାଢ଼ା

ନ୍ୟାଶନାଲ ସେଣ୍ଟର ଫର୍‌ ବାୟୋଟେକ୍ନୋଲୋଜି ଇନ୍‌ଫର୍‌ମେଶନ ଅନୁସାରେ, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ତୁଳସୀପତ୍ର ବେଶ୍‌ ଲାଭଦାୟକ। ପ୍ରତି ସଂକ୍ରାମକ ରୋଗରୁ ଏହି ପତ୍ର ମୁକ୍ତି ଦେଇଥାଏ। ବିଶେଷକରି ତୁଳସୀ ପତ୍ରର କାଢ଼ା ଦେହ ପାଇଁ ଆହୁରି ଭଲ। ତେବେ ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ଏହାର କାଢ଼ା…

ସାମଗ୍ରୀ:
୧୦-୧୨ଟି ତୁଳସୀପତ୍ର
କିଛି ଡାଲ୍‌ଚିନ୍‌ ଏବଂ ଅଦା ଖଣ୍ଡ
୧-୨ ଗ୍ଲାସ ପାଣି

ପ୍ରସ୍ତୁତ ପ୍ରଣାଳୀ:
ଗୋଟିଏ ପାତ୍ରରେ ପାଣି ଗରମ କରନ୍ତୁ। ପାଣି ଫୁଟିଲେ ଏଥିରେ ତୁଳସୀପତ୍ର, ଅଦା, ଡାଲଚିନ୍‌ ଖଣ୍ଡ ପକାନ୍ତୁ। ଏହାକୁ ଅତି କମ୍‌ରେ ୧୫-୨୦ ମିନିଟ୍‌ ଭଲ ଭାବେ ଫୁଟାନ୍ତୁ। ଧ୍ୟାନ ରଖନ୍ତୁ ପାତ୍ରକୁ ଭଲ ଭାବରେ ଘୋଡ଼ାଇ ରଖିବେ। ଏହା ପରେ ଷ୍ଟ୍ରେନରେ ଛାଣି ଦିଅନ୍ତୁ। କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ପରେ ଏହାକୁ ପିଅନ୍ତୁ। ସପ୍ତାହକୁ ଦୁଇଥର କାଢ଼ା ସେବନ କଲେ ଦେହ ପାଇଁ ବହୁତ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳଭୋଜନରେ ଏସବୁ ଖାଦ୍ୟପଦାର୍ଥ ସାମିଲ କରୁଛନ୍ତି କି…

ସୁସ୍ବାସ୍ଥ୍ୟ ପାଇଁ ନିୟନ୍ତ୍ରିତ ଆହାର ଜରୁରୀ। କୁହାଯାଏ ଠିକ୍‌ ସମୟରେ ସକାଳଭୋଜନ କରିବା ଦ୍ୱାରା ଅନେକ ରୋଗରୁ ରକ୍ଷା ପାଇହୁଏ। ଏହା ଦିନ ତମାମ ଜଣଙ୍କୁ...

ନିତି ଏହି ଜୁସ୍‌ରୁ ଅଧାକପ୍‌ ରଖେ ହାର୍ଟ ଆଟାକ୍‌ରୁ ଦୂରେଇ…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍‌କୁ ନିୟମିତ ପିଇଲେ...

ପୁରୁଷ ବନ୍ଧ୍ୟାତ୍ୱ

ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଜୀବନରେ ସନ୍ତାନଟିଏ ନିହାତି କାମ୍ୟ। ଏପରି କେତେକ ଦମ୍ପତି ଅଛନ୍ତି ଯେଉଁମାନଙ୍କ ପାଇଁ ସନ୍ତାନଟିଏ ଜନ୍ମ ଦେବା ସମ୍ଭବ ହୁଏନାହିଁ। ଏଥିପାଇଁ...

ମାନସିକ ଚାପଗ୍ରସ୍ତ ଥିଲେ ଏହିସବୁ ଦିଗପ୍ରତି ଧ୍ୟାନ ଦିଅନ୍ତୁ

ଆଜିର ଦୁନିଆରେ ପ୍ରତ୍ୟେକ ଲୋକ କାମ, ସଫଳତା, ପଦ ଓ ଅର୍ଥ ପଛରେ ଦୌଡ଼ୁଛନ୍ତି। ସମ୍ପର୍କରେ ମଧ୍ୟ ଆଗପରି ମଧୁରତା ନାହିଁ। ଲୋକମାନେ ଆତ୍ମକୈନ୍ଦ୍ରିକ ହୋଇଗଲେଣି...

ଉପକାରୀ କ୍ୟାପ୍‌ସିକମ୍‌: ଦୂର ହୁଏ ଏସବୁ ରୋଗ

ସାଧାରଣତଃ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ରୋଷେଇରେ କ୍ୟାପ୍‌ସିକମ୍‌ ବ୍ୟବହାର କରାଯାଇଥାଏ। ବିଶେଷକରି ମ୍ୟାଗି, ଚାଓମିନ୍‌, ପାସ୍ତା, ପନିର, ନୁଡୁଲ୍ସ ଆଦିରେ କ୍ୟାପ୍‌ସିକମ୍‌ ବ୍ୟବହୃତ ହୁଏ।...

୪-୬ ମାସ ମଧ୍ୟରେ ମିଳିପାରେ ଖୁସି ଖବର: କରୋନା ପ୍ରତିଷେଧକ ଟୀକାର ପ୍ରୟୋଗ ପ୍ରାଣୀଙ୍କଠାରେ ଆରମ୍ଭ !

ନୂଆଦିଲ୍ଲୀ,୮।୪: କରୋନା ବିରୋଧରେ ଲଢ଼େଇ କରିବା ଲାଗି ଭାରତ ଅଣ୍ଟା ଭିଡ଼ିଛି। କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତି ଉପରେ ଭାରତରେ...

ଓଜନ କମାନ୍ତୁ ଏହି ଉପାୟରେ

ଦୁଇଟି ସାଧାରଣ ଉପାୟରେ ଧନିଆ ପତ୍ର ଉପଯୋଗ କରି ଓଜନ କମାଇପାରିବେ। * ୧୦ରୁ ୨୦ଟି ଧନିଆ ପତ୍ର ରାତିରେ ପାଣିରେ ପକାଇ ସକାଳୁ ଛାଣି...

ଖସି ଯାଇଥିବା ଖଞ୍ଜାକୁ ଠିକ୍‌ କରେ ଅଦା

ଆଜିକାଲି ଅଣ୍ଟା ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଯଦି ଅଣ୍ଟା ଭିତରେ ଅବା ମେରୁଦଣ୍ଡର ଶେଷ ଭାଗରେ ଥିବା ହାଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥାଏ...

Coronavirus Update


Archives

Model This Week

Why Dharitri