ରିଲିଜ୍‌କୁ ଅପେକ୍ଷା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ବ୍ଲକବଷ୍ଟର ‘ବାହୁବଲୀ’ପରେ ପ୍ରଭାସ ପୁଣି ଏବେ ଚର୍ଚ୍ଚାରେ। କାରଣ ଆଉ ଏକ ବିଗ୍‌ ବଜେଟ୍‌ ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୩୦ରେ ରିଲିଜ ହେବାକୁ ଯାଉଛି, ଯାହାର ନାୟକ ସାଜିଛନ୍ତି ଏହି ଅଭିନେତା। ତାହା ହେଲା ‘ଶାହୋ’। ଭାରତୀୟ ସିନେମା ଇତିହାସରେ ଏହା ରେକର୍ଡ ସୃଷ୍ଟି କରିବ ବୋଲି ସିନେ ସମୀକ୍ଷକମାନେ ଏବେଠାରୁ ପୂର୍ବାନୁମାନ କଲେଣି। ଅପରପକ୍ଷରେ ଅଫରଟି ମିଳିବା ପରେ ନିଜ ଉପରେ ଶତ ପ୍ରତଶତ ଭରସା ରଖି ହଁ ଭରିଥିଲେ ପ୍ରଭାସ। ବେଶ୍‌ ସାହସର ସହ ସେ ଏହି ଫିଲ୍ମରେ କେତୋଟି ଷ୍ଟଣ୍ଟ ଶଟ୍‌ ଦେଇଛନ୍ତି। ସୁଜିତଙ୍କ ନିର୍ଦ୍ଦେଶିତ ଏହି ବ୍ୟୟବହୁଳ ଫିଲ୍ମଟିକୁ ଶୁଟିଂ କରିବାକୁ ଦୁଇବର୍ଷ ସମୟ ଲାଗିଛି। ଖାସ୍‌ କଥା ହେଲା ଖ୍ୟାତି ସମ୍ପନ୍ନ ପ୍ରଡକ୍ସନ ଡିଜାଇନର ଶାବୁ ସିରିଲ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ଶୁଟିଂ ସେଟ୍‌ ନିର୍ମାଣ କରିବା ପାଇଁ ବ୍ୟୟ ହୋଇଛି ୬୫ କୋଟି। ଏହି ଫିଲ୍ମ ପାଇଁ ଆବୁଧାବିରେ ଏକ ମରୁଭୂମିର ପ୍ରତିକୃତି ନିର୍ମାଣ କରିବାକୁ ପ୍ରଡକ୍ସନ ଡିଜାଇନରଙ୍କୁ ବେଶ୍‌ ସହାୟତା କରିଥିଲେ ପ୍ରଭାସ। ଏହାକୁ ଚୂଡାନ୍ତ ରୂପ ଦେବାକୁ ୩୦୦ ଟେକ୍ନିସିଆନଙ୍କୁ କାମରେ ନିୟୋଜିତ କରାଯାଇଥିଲା। ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ଏହି ଚର୍ଚ୍ଚିତ ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ଜ୍ୟାକି ଶ୍ରଫ, ନୀଲ ନୀତୀଶ ମୁକେଶ, ମନ୍ଦିରା ବେଦୀ, ଚଙ୍କି ପାଣ୍ଡେ, ମହେଶ ମଞ୍ଜେରକର, ଅରୁଣ ବିଜୟ ଏବଂ ମୁରଲୀ ଶର୍ମାଙ୍କ ପରି କଳାକାର ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ପରଦାକୁ ଫେରିଲେ କରଣ, ଏକ୍‌ତାଙ୍କ ସାମ୍ନାରେ ରଖିଥିଲେ ସର୍ତ୍ତ

୬ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି ଅଭିନେତା କରଣ ସିଂହ ଗ୍ରୋଭର। ଏକ୍‌ତା କପୁରଙ୍କ ଟିଭି ଶୋ ‘କସୌଟି...

ସୋସିଆଲ ମିଡିଆରେ ଭାଇରାଲ ହେଲେଣି ଆଉ ଜଣେ ରାନୁ ମଣ୍ଡଳ

ନୂଆଦିଲ୍ଲୀ,୨୫।୧୧: ପଶ୍ଚିମବଙ୍ଗ ରାଣାଘାଟ ରେଲଓ୍ବେ ଷ୍ଟେଶନରେ ଗୀତଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭାଇରାଲ ଭିଡିଓ ତାଙ୍କୁ ରାତାରାତି ସେଲିବ୍ରିଟି କରି ଦେଇଥିଲା। ତାଙ୍କ...

‘ବେଲା ହେଡିଡ୍‌’ ବିଶ୍ୱର ସବୁଠୁ ସୁନ୍ଦରୀ

ନୂଆଦିଲ୍ଲୀ: ଗ୍ରୀକ୍‌ ଗଣନା ଅନୁସାରେ ୨୩ ବର୍ଷୀୟା ସୁପର୍‌ ମଡେଲ୍‌ ବେଲା ହେଡିଡ୍‌ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା। ‘ଗୋଲ୍‌ଡେନ୍‌ ରେସିଓ ଅଫ୍‌ ବିଉଟି...

ନେକ୍ସଟ ଏ କମେଡିରେ ମୃଣାଳ

ମୁମ୍ବାଇ: ଉମେଶ ଶୁକ୍ଲା ନିର୍ଦ୍ଦେଶିତ ‘ନେକ୍ସଟ ଏ କମେଡି’ରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ। ମରାଠି ଓ ହିନ୍ଦୀ ଫିଲ୍ମରେ ନିଜର କମାଲ୍‌ ଦେଖାଇ...

ତାପସୀଙ୍କୁ ପସନ୍ଦ ନୁହେଁ ଫିଲ୍ମରେ ଘରୋଇ ହିଂସା

ମୁମ୍ବାଇ: ବଲିଉଡ୍‌ ନାୟିକା ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ’ ଏବେ ରହିଛି ଚର୍ଚ୍ଚାରେ। ଏହାର ଟ୍ରେଲରଠାରୁ ଆରମ୍ଭ କରି ସୋସିଆଲ ମେସେଜ ପର୍ଯ୍ୟନ୍ତ ସବୁକିଛି...

ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ୍‌

ମୁମ୍ବାଇ: ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ ହୋଇସାରିଥିବାବେଳେ ଏହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଅନୁପ୍ରେରିତ କରିଛି। ସବୁଠୁ...

ମାଡାମ ତୁଷାଦରେ ପ୍ରଥମ ସାଉଥ୍‌ ଅଭିନେତ୍ରୀ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତ୍ରୀ ତଥା ସିଂଘମ ଫ୍ରେମ୍‌ କାଜଲ ଅଗ୍ରଓ୍ବାଲ ନିଜ ଅଭିନୟ ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ପ୍ରଂଶସକ...

ନାଗିନ୍‌ଙ୍କ ବ୍ରାଇଡ୍‌ ଲୁକ୍‌:ଫଟୋ ଶେୟାର କରି ଜିତିଲେ ପ୍ରଶଂସକଙ୍କ ହୃଦୟ

ଟିଭି ସିରିଏଲ ନାଗିନ୍‌-୪ରେ ନାଗିନ୍‌ ଭୂମିକାରେ ଅଭିନୟ କରୁଥିବା ନିଆ ଶର୍ମା ପ୍ରାୟତଃ ପ୍ରଶଂସକ ପାଇଁ ଫଟୋ ଶେୟାର କରିଥାନ୍ତି। ନିଆ ପୁଣି ଇନ୍‌ଷ୍ଟାଗ୍ରାମରେ ବ୍ରାଇଡ୍‌...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *