Posted inଜାତୀୟ

ରାହୁଲଙ୍କ ନାଗରିକତ୍ୱକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୨୧ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତା ଏବଂ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ରାହୁଲ ନିଜକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ ବୋଲି ଶନିବାର ଭାଜପା ପକ୍ଷରୁ ଦାବି କରାଯାଇଛି। ରାହୁଲଙ୍କ ନାଗରିକତ୍ୱ ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅମେଠିର ରିଟନର୍ିଂ ଅଫିସରଙ୍କ ନିକଟରେ ଅଭିଯୋଗ ଦାଏର ହୋଇଛି। ଏହାର ଶୁଣାଣି ଆସନ୍ତା ସୋମବାର ହେବ। ତେବେ ରାହୁଲଙ୍କ ଓକିଲ ଜବାବ ଦାଖଲ କରିବା ଲାଗି ସମୟ ମାଗିବା ଆଶ୍ଚର୍ଯ୍ୟଜନକ ବୋଲି ଭାଜପା ମୁଖପାତ୍ର ଜି.ଭି.ଏଲ୍‌. ନରସିଂହ ରାଓ କହିଛନ୍ତି।
ରାହୁଲଙ୍କ ସତ୍ୟପାଠକୁ ନେଇ ରିଟର୍ନିଂ ଅଫିସର ରାମମନୋହର ମିଶ୍ରଙ୍କ ନିକଟରେ ୪ ଜଣ ଅଭିଯୋଗ କରିଥିଲେ। ଫଳରେ ଶନିବାର ସେ ରାହୁଲଙ୍କ ନାମାଙ୍କନପତ୍ର ଯାଞ୍ଚ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେବା ସହ ଏହା ଉପରେ ଜବାବ ମାଗିଛନ୍ତି। ଏହା ଅତି ଗୁରୁତର ଅଭିଯୋଗ। ରାହୁଲ ଭାରତୀୟ ନା ବ୍ରିଟିଶ ନାଗରିକ ତାହା ସେ ସ୍ପଷ୍ଟ କରିବା ଉଚିତ ବୋଲି ଭାଜପା ମୁଖପାତ୍ର କହିଛନ୍ତି। ତେବେ ଏହା ଉପରେ କଂଗ୍ରେସ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ରିଟର୍ନିଂ ଅଫିସର ଚୂଡାନ୍ତ କର୍ତ୍ତୃପକ୍ଷ ହୋଇଥିଲେ ମଧ୍ୟ ନିର୍ବାଚନ ସତ୍ୟପାଠରେ ଦିଆଯାଇଥିବା ତଥ୍ୟର ସତ୍ୟତାକୁ ଯାଞ୍ଚକରିବା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନ ସୂତ୍ରରୁ କୁହାଯାଇଛି।
ଅଭିଯୋଗ ଅନୁଯାୟୀ ୨୦୦୪ରେ ରାହୁଲ ବ୍ରିଟେନର ଏକ କମ୍ପାନୀରେ ପୁଞ୍ଜିନିବେଶ କଲାବେଳେ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଥିବା ଦସ୍ତାବିଜ୍‌ରେ ନିଜକୁ ବ୍ରିଟିଶ୍‌ ନାଗରିକ ବୋଲି ଉଲ୍ଲେଖ କରିଥିଲେ। ତେବେ ୨୦୦୪ରୁ ୨୦୧୪ ବିଭିନ୍ନ ନିର୍ବାଚନବେଳେ ସେ ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେଇଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡେଭେଲପ୍‌ମେଣ୍ଟ ଇକୋନୋମିକ୍ସରେ ଏମ୍‌.ଫିଲ୍‌ କରିଥିବା ପୂର୍ବରୁ କହିଥିବାବେଳେ ପରେ ସେ ଡେଭେଲପ୍‌ମେଣ୍ଟ ଷ୍ଟଡିଜ୍‌ରେ ଏମ୍‌.ଫିଲ୍‌ କରିଥିବା ଦାବି କରିଥିଲେ। ସେହିବର୍ଷ ରାହୁଲ ଗାନ୍ଧୀ ନୁହନ୍ତି ରାଉଲ ଭିନ୍ସି ଉକ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ତଦନ୍ତରୁ ଜଣାପଡିଛି। ବିଭିନ୍ନ ଦେଶରେ ରାହୁଲ ଭିନ୍ନ ନାମରେ ନାମିତ କି ବୋଲି ରାଓ ପ୍ରଶ୍ନ ଉଠାଇଛନ୍ତି। ପ୍ରତି ୫ ବର୍ଷରେ କଂଗ୍ରେସର ଇସ୍ତାହାର ବଦଳିବା ଭଳି ରାହୁଲଙ୍କ ଯୋଗ୍ୟତା ବଦଳୁଥିବା ଭାଜପା ମୁଖପାତ୍ର କହିଛନ୍ତି।
ଅମେଠିର ସ୍ବାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍‌ ଉପରୋକ୍ତ ଅଭିଯୋଗ ଆଣି ରାହୁଲଙ୍କ ପ୍ରାର୍ଥିତ୍ୱ ରଦ୍ଦ କରିବା ଲାଗି ଦାବି କରିଛନ୍ତି। ତାଙ୍କ ଓକିଲ ରବି ପ୍ରକାଶ କରିଥିବା ଅଭିଯୋଗ ଅନୁଯାୟୀ ବ୍ରିଟେନରେ ପଞ୍ଜୀକୃତ କମ୍ପାନୀର ଇନ୍‌କର୍ପୋରେଶନ ସାର୍ଟିଫିକେଟ୍‌ରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ଘୋଷଣା କରିଛନ୍ତି। ଜନପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ ଯିଏ ଭାରତର ନାଗରିକ ନୁହନ୍ତି ସେ ଦେଶରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ପ୍ରକାଶ କହିଛନ୍ତି। ସେ କିପରି ବ୍ରିଟିଶ ନାଗରିକ ହେଲେ ଏବଂ ଏବେ ଭାରତୀୟ ନାଗରିକତ୍ୱ ପାଇଛନ୍ତି, ତାହା ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ତାଙ୍କ ନାମାଙ୍କନପତ୍ର ଗ୍ରହଣ ନ କରିବାକୁ ସେ ରିଟର୍ନିଂ ଅଫିସରଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ୨୦୦୩ରୁ ୨୦୦୯ ମଧ୍ୟରେ ବ୍ରିଟେନ କମ୍ପାନୀରେ ଥିବା ରାହୁଲଙ୍କ ସମ୍ପତ୍ତି ସମ୍ପର୍କରେ ସେ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି। ସେ କଲେଜରେ ତାଙ୍କ ନାଁ ରାଉଲ ଭିନ୍ସି ଲେଖିଛନ୍ତି। ରାହୁଲ ଗାନ୍ଧୀ ନାମରେ କୌଣସି ସାର୍ଟିଫିକେଟ ନାହିଁ। ରାଉଲ ଭିନି୍ସ ଓ ରାହୁଲ ଗାନ୍ଧୀ ସମାନ ବ୍ୟକ୍ତି କି ବୋଲି ପ୍ରକାଶ ପ୍ରଶ୍ନ କରିବା ସହ ଯଦି ସେମାନେ ସମାନ ନୁହନ୍ତି ତେବେ ଯାଞ୍ଚ ପାଇଁ ମୂଳ ପ୍ରମାଣପତ୍ର ଦାଖଲ କରନ୍ତୁ ବୋଲି ପ୍ରକାଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଭାଇରାଲ ନିଶାରେ ବାପାଙ୍କ ବିପଜ୍ଜନକ କାଣ୍ଡ, ଝିଅକୁ ଡ୍ୟାମ କଡରେ ବସାଇ କଲେ ରିଲ୍

ନୂଆଦିଲ୍ଲୀ,୭।୭: ରାଜସ୍ଥାନରେ ଜଣେ ବାପା ନିଜ ଝିଅର ଜୀବନକୁ ବିପଦରେ ପକାଇ ରିଲ୍ ତିଆରି କରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା...

ନବମ ଶ୍ରେଣୀର ଛାତ୍ରୀଙ୍କ ଆତ୍ମହତ୍ୟା, ଶିକ୍ଷକଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ

ନୂଆଦିଲ୍ଲୀ,୭।୭: ଆସାମର ତିନସୁକିଆ ଜିଲାରେ ଜଣେ ନବମ ଶ୍ରେଣୀର ଛାତ୍ରୀ ଜୁନ୍‌ ମାସରେ ଶିକ୍ଷକଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।...

ଚାଇନାକୁ ଲାଗିଲା ଆଉ ଏକ ଝଟକା, ଦଲାଇ ଲାମାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଚାଇନା କହିଲା…

ନୂଆଦିଲ୍ଲୀ/ବେଜିଂ,୭।୭: ଚାଇନାକୁ ପୁଣିଥରେ ବଡ଼ ଝଟକା ଲାଗିଛି। ସୋମବାର ଚାଇନା କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ...

ଶାଶୁଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଇଞ୍ଜିନିୟର୍‌ ବୋହୂ: ଶ୍ୱଶୁର କହିଲେ ଭିତିରି କଥା

ଗାଜିଆବାଦ,୭।୭:ଉତ୍ତର ପ୍ରଦେଶର ଗାଜିଆବାଦରେ, ଜଣେ ସଫ୍ଟୱେର୍‌ ଇଞ୍ଜିନିୟର ବୋହୂ ତାଙ୍କ ଶାଶୁଙ୍କୁ ନିର୍ମମ ଭାବରେ ପିଟିଛନ୍ତି। ଏହି ଘଟଣାଟି ଗାଜିଆବାଦର ଗୋବିନ୍ଦପୁରମ ପୋଲିସ ଷ୍ଟେଶନ ଅଞ୍ଚଳର।...

ଶେଷ ବେଳକୁ ସବୁଠୁ ବଡ଼ ସତ କହିଲେ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ତହଓ୍ବୁର ରାଣା, ଖୋଲିଲେ ପାକିସ୍ତାନ ସେନାର ପୋଲ୍‌

ନୂଆଦିଲ୍ଲୀ,୭।୭: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣା ପାକିସ୍ତାନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ତହୱୁର କହିଛନ୍ତି ଯେ ସେ ପାକିସ୍ତାନୀ...

କାହିଁକି ନୋଟ୍‌ରେ ଥାଏ ଗାନ୍ଧୀଙ୍କ ଫଟୋ: RBI କଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୭:ଭାରତୀୟ ମୁଦ୍ରାରେ କେବଳ ମହାତ୍ମା ଗାନ୍ଧୀଙ୍କ ଫଟୋ ଥାଏ। ଭାରତ ଭଳି ଦେଶରେ ମହାନ ବ୍ୟକ୍ତିତ୍ୱଙ୍କ ଅଭାବ ନାହିଁ, କିନ୍ତୁ ଆଜି ମଧ୍ୟ ନୋଟରେ କେବଳ...

ପାକିସ୍ତାନ ପ୍ରତି ବନ୍ଧୁ ଚାଇନାର ସ୍ବର ବଦଳିଲା: ଭାରତର ବଡ଼ କୂଟନୈତିକ ବିଜୟ

ବ୍ରାସିଲିଆ,୭।୭: ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୫ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। ଏହି ଶିଖର ସମ୍ମିଳନୀ ଅଧୀନରେ, ପଶ୍ଚିମ ଦେଶଗୁଡ଼ିକ ବିଶେଷକରି ଆମେରିକା, ଏହି ବାର୍ତ୍ତା ପାଆନ୍ତି...

କେରଳ ସରକାରଙ୍କ ଟଙ୍କାରେ କେମିତି ବୁଲୁଥିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା? ସାମ୍ନାକୁ ଆସିଲା ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୭।୭: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଥିଲା। ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନକୁ ଅନେକ ଗୁପ୍ତ ସୂଚନା ପଠାଉଥିବା ଅଭିଯୋଗ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri