ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ଖୁବ୍‌ଶୀଘ୍ର ପର୍ଦ୍ଦାଫାଶ କରିବ ପୋଲିସ

ଅନୁଗୋଳ ଅଫିସ, ୧୧।୧୧:  ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁରା ନାଏକ(୧୯)ଙ୍କ ମୃତଦେହ ସାକସିଙ୍ଗା ରାସ୍ତା ପାର୍ଶ୍ୱରୁ ଶୁକ୍ରବାର ଅନୁଗୋଳ ପୋଲିସ ଉଦ୍ଧାର କରିବା ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରିବାର ଲୋକଙ୍କ ହତ୍ୟା ଅଭିଯୋଗକୁ ଆଧାର କରି ଅଧିକ ଖୋଳତାଡ଼ ଚଳାଇଥିବା ପୋଲିସ ଇତିମଧ୍ୟରେ ପରିବାର ଓ କେତେଜଣ ସମ୍ପର୍କୀୟଙ୍କୁ ପଚରାଉଚରା କରିସାରିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିସାରିଥିବାରୁ ତଦନ୍ତର ଦିଗ ମଧ୍ୟ ସ୍ଥିର ହୋଇସାରିଛି। ତେଣୁ ଖୁବ୍‌ଶୀଘ୍ର ଘଟଣା ଉପରୁ ପୋଲିସ ପରଦା ଉଠାଇବ ବୋଲି ସୂଚନା ମିଳିଛି।
ପ୍ରକାଶ ଯେ, ଭୁବନେଶ୍ୱରରେ ଏକ କମ୍ପାନୀରେ ମେଶିନ୍‌ ଅପରେଟର ଭାବେ କାର୍ଯ୍ୟ କରୁଥିବା ଗୁରଙ୍ଗ ଗ୍ରାମର ତ୍ରିପୁରା ଗତ ୪ ତାରିଖରେ ନିଜ ମୋଟରସାଇକେଲ ସଜାଡ଼ିବା ସହ ଅନ୍ୟ କେତେକ କାର୍ଯ୍ୟରେ ଅନୁଗୋଳ ଯାଉଥିବା କଥା ଘରେ କହିଥିଲେ। ତେବେ ରାତିରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ପ୍ରଥମେ ବନ୍ତଳା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। କିନ୍ତୁ ଗତ ୮ ତାରିଖରେ ସାକସିଙ୍ଗା-ଘୁଷାପାଳ ରାସ୍ତା ପାର୍ଶ୍ୱରୁ ତ୍ରିପୁରାଙ୍କ ଗଳିତ ମୃତଦେହ ମିଳିବା ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିଲା। ମୃତ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ପୋଲିସ ତଦନ୍ତକୁ ଦିଗ ମିଳୁ ନ ଥିଲା। ତଥାପି ପରିବାର ଓ ସମ୍ପର୍କୀୟଙ୍କୁ ପୋଲିସ ପଚରାଉଚରା ଚଳାଇଥିଲା। ଏବେ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ନିକଟରେ ପହଞ୍ଚି ସାରିଥିବାରୁ ସେହି ଆଧାରରେ ତଦନ୍ତ ଆଗକୁ ବଢ଼ିଛି। କେଉଁ ପରିସ୍ଥିତିରେ ତ୍ରିପୁରାଙ୍କ ମୃତ୍ୟୁ ହେଲା ଓ ତାଙ୍କ ବାଇକ୍‌ ଏବେ କେଉଁଠି ତାହା ଜାଣିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା ବେଳେ କରିଥିବା ପଚରାଉଚରାରୁ ଏ ନେଇ କିଛି ତଥ୍ୟ ମିଳିଛି। ଏହାଛଡ଼ା ପରିବାର ଲୋକେ କରିଥିବା ହତ୍ୟା ଅଭିଯୋଗ ମଧ୍ୟ ଦୃଢ଼ ହୋଇଛି। ତେଣୁ ଖୁବ୍‌ଶୀଘ୍ର ପୂରା ଘଟଣା ଉପରୁ ପୋଲିସ ପରଦା ହଟାଇବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା, ଆଶଙ୍କାରେ ଜିଲା ପରିଷଦ ପ୍ରାର୍ଥୀ

କଣାସ,୭।୨(ସ୍ବ.ପ୍ର.): ଆସନ୍ତା ୧୬ତାରିଖରେ କଣାସ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ହେବ। ଏହିଦିନ ପାଖେଇ ଆସୁଥିବା ହେତୁ ବ୍ଲକର ୩, ୪ ଓ ୫...

ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ...

ନୋଟିସ ବଦଳରେ ନୋଟିସ

କେନ୍ଦ୍ରାପଡ଼ା ଅଫିସ, ୨୪ା୧୦: ଗତ ୧୮ ତାରିଖରେ ଜାରି ହୋଇଥିବା ଦୁଇ ନୋଟିସ ଏବେ ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦକୁ ଅଧିକ ରୋଚକ...

ଦୁର୍ନୀତି ଆଁରେ ଧାନ, ଚାଉଳ ସଂଗ୍ରହ ପ୍ରକ୍ରିୟା

ଯାଜପୁର ଅଫିସ,୨୫ା୪: ଯାଜପୁର ଜିଲା ଯୋଗାଣ ବିଭାଗ ଉଭୟ ଖେଳାଳି ଓ ରେଫରୀ ସାଜି ଧାନ ସଂଗ୍ରହରେ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି। ନବନିର୍ମାଣ କୃଷକ ସଂଗଠନ...

ନୂଆ ଥାଇ ବି ପୁରୁଣା ସାହା

ଛେଣ୍ଡିପଦା, ୨।୬(ସ୍ବ.ପ୍ର.) – ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୩ ବର୍ଷ ତଳୁ ନିର୍ମାଣ ସରିଛି ପୋଲ। ହେଲେ ଆପ୍ରୋଚ ରୋଡ୍‌ ସମ୍ପୂର୍ଣ୍ଣ ହୋଇପାରି...

ଦ୍ୱିତୀୟ ପର୍ଯ୍ୟାୟରେ ୭୨ହଜାର ୪୭ଟଙ୍କା ସହାୟତା ରାଶି ପ୍ରଦାନ

ସିମୁଳିଆ,୧୯ା୪(ଡି.ଏନ.ଏ.)-କରୋନା ସହାୟତା ପାଇଁ ବାଲେଶ୍ୱର ଜିଲା ସିମୁଳିଆବାସୀ ପ୍ରୟାସ ଜାରି ରଖିଛନ୍ତି। ଶନିବାର ସିମୁଳିଆ ବ୍ଲକର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୨୨ହଜାର ୫ଶହ ଟଙ୍କା...

‘ସମାଜର ଉନ୍ନତିରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କେସିଙ୍ଗା,୧ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କୋଣାର୍କ ସୂତାକଳ ପରିସରରେ ରବିବାର ଶ୍ରମିକ ଦିବସ ପାଳିତ ହୋଇଛି। ସଭାପତି ଲିଙ୍ଗରାଜ ଆଜାଦଙ୍କ ସଭାପତିତ୍ୱରେ ପାଳିତ ଉକ୍ତ...

‘କୋର୍ଟଙ୍କ ନିଷ୍ପତ୍ତି ଆମେ ମାନିବୁ’

ବ୍ରହ୍ମପୁର ଅଫିସ,୨୬ା୧୧: ନ୍ୟାୟ ଗୁହାରି କରି ବ୍ରହ୍ମାନଗରଠାରେ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି ବୋହୂ ତପସ୍ବିନୀ ଦାଶ। ତପସ୍ବିନୀ ଭାରପ୍ରାପ୍ତ ସମାଜ ମଙ୍ଗଳ...

Advertisement
Archives

Model This Week