ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌: ୫ ଆହତ, କଣ୍ଡକ୍ଟରଙ୍କ ଗୋଡ଼ ଭାଙ୍ଗିଲା

ପଟ୍ଟାଙ୍ଗି,୭।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତ ଅଧୀନ ତେଲରାଇ ଗ୍ରାମ ଛକ ତଥା ୨୬ନଂ ଜାତୀୟ ରାଜପଥ କଡ଼କୁ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍‌ ‘ନଡ଼ିଆ ରାଣୀ’ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ୫ଜଣ ଆହତ ହୋଇଥିବା ବେଳେ ଅନ୍ୟ ୨୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତମାନଙ୍କ ମଧ୍ୟରୁ ବସ୍‌ କଣ୍ଡକ୍ଟର ନିରଞ୍ଜନ ମୁଦୁଲିଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ଯୋଗୁ ତାଙ୍କୁ ଜିଲା ସଦର ମହକୁମାସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ତେବେ ବସ୍‌ଟି କଟକରୁ କୋରାପୁଟ ଜିଲା ଜୟପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୬ ପଜିଟିଭ୍‌: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୭୪

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ସୋମବାର ସକାଳେ ରାଜ୍ୟରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ଟି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ...

ପଦ୍ମପୁର ଉପନିର୍ବାଚନ: ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ

ବରଗଡ ଅଫିସ, ୫।୧୨: ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ୩୧୯ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଉଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ...

ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୧।୨(ବ୍ୟୁରୋ): ଶନିବାରଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି ମାଘ ସପ୍ତମୀ ମେଳା। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଖଣ୍ଡଗିରି ଉଦୟଗିରି ପାଦଦେଶ। ସାରା ଦେଶରୁ ୩ହଜାରରୁ ଊର୍ଦ୍ଧ୍ୱ...

୩ରୁ ପ୍ରବଳ ବର୍ଷା

ଭୁବନେଶ୍ୱର, ୧।୯(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩ତାରିଖରୁ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ନେଇ ବିଭିନ୍ନ...

ଓଡ଼ିଶୀରେ ଶିବ ତାଣ୍ଡବ ପରିବେଷଣ: ତିନିଜଣଙ୍କୁ ଜ୍ୟୋତି କଳାମନ୍ଦିର ଓଡ଼ିଶୀ ସମ୍ମାନ

ପୁରୁଣା ଭୁବନେଶ୍ୱର,୩୧ା୮ (ଡି.ଏନ.ଏ.): ଜ୍ୟୋତି କଳାମନ୍ଦିର ଏବଂ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ମିଳିତ ଆୟୋଜନରେ ଜ୍ୟୋତି କଳାମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ...

ଦ୍ରୌପଦୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଓଡ଼ିଶାର ଝିଅ ତଥା ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାରେ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଏହି...

ରାଜ୍ୟରେ ୨୫ ଛୁଇଁଲା ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ସଂଖ୍ୟା

ଭୁବନେଶ୍ୱର,୩୦।୫(ବ୍ୟୁରୋ): କରୋନା ପରେ ବ୍ଲାକ୍‌ ପଙ୍ଗସ୍‌ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୫ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗ...

ଆଦିବାସୀ ମହାସଂଘ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାୟଗଡ଼ା ଅଫିସ,୧୫।୧୨: ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀଙ୍କ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବିରେ ରବିବାର ଆଦିବାସୀ ମହାସଂଘ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

Advertisement
Archives

Model This Week