ରାସ୍ତାରେ କାନ୍ଥ ଭୁଶୁଡିଲା, ଗମନାଗମନ ବାଧାପ୍ରାପ୍ତ

ଓଡ଼ଗାଁ,୧୭ା୮(ସ୍ବ.ପ୍ର.): ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ଧୋବା ସାହିରେ ଗୁରୁବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡିବାରୁ ଗୋଟିଏ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁସାରେ ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ରାସ୍ତା କଂକ୍ରିଟ ହେଉଥିବା ବେଳେ ଆଉ କେତେକ ରାସ୍ତାକୁ ଲାଗି ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି ା ଓଡ଼ଗାଁ ପାଟଣାସାହି ଛକଠାରୁ ଧୋବାସାହି ଦେଇ ଦରପଦାକୁ ଯାଇଥିବା ମୁଖ୍ୟ ରାସ୍ତା ଅନ୍ତର୍ଗତ ଧୋବାସାହିରେ ଡ୍ରେନ ନିର୍ମାଣ କରିବାକୁ ମନଇଚ୍ଛା ଜେସେବି ଦ୍ୱାରା ଖୋଳା ଯାଇଥିଲା। ଗୁରୁବାର ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷାରେ ଖୋଳାଯାଇଥିବା ଡ୍ରେନରେ ବର୍ଷାପାଣି ଆସିବାରୁ ଏଥିରେ ଡ୍ରେନ ସଂଲଗ୍ନ ଦୁଃଖି ସିଠ(୭୫) ନାମ୍ନୀ ବୃଦ୍ଧାଙ୍କ ଏକ ଟାଇଲ ଛପର ଘରର ମୂଳଦୁଆ ଧସିଯାଇଥିଲା ା ତାଙ୍କ ଘରର ମୁଖ୍ୟ କାନ୍ଥ ଭୁଶୁଡି ରାସ୍ତା ଉପରକୁ ଚାଲିଆସିଥିଲା ା ପରିବାର ଲୋକେ ଶୋଇଥିବା ବେଳେ ଘର ଭିତର ପରିବର୍ତ୍ତେ ବାହାର ପଟକୁ ଭୁଶୁଡିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ା ରାସ୍ତା ଉପରେ କାନ୍ଥର ଭଙ୍ଗାଅଂଶ ବିଛାଡି ହୋଇ ପଡିଥିବାରୁ ସେହି ରାସ୍ତା ଦେଇ ଗମନାଗମନ ବନ୍ଦ ରହିଛି ା ଏ ସମ୍ପର୍କରେ ପୂର୍ତ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଘର ମାଲିକଙ୍କୁ ବୁଝାଶୁଝା କରିବା ସତ୍ତ୍ୱେ ସେ ରାସ୍ତାରୁ ଭଙ୍ଗା କାନ୍ଥ ଉଠାଇବାକୁ ଦେଇ ନ ଥିଲେ। ତହସିଲଦାର ଓ ପୋଲିସ ଫୋର୍ସଙ୍କ ସହାୟତାରେ ଏହାକୁ ତୁରନ୍ତ ସଫା କରିବାକୁ ଉଦ୍ୟମ କରାଯିବ। ଏହାସହିତ ଘରମାଲିକଙ୍କ ଭାଙ୍ଗି ଯାଇଥିବା କାନ୍ଥ ଓ ଘର ତିଆରି କରିବାକୁ ଆବଶ୍ୟକ ସହାୟତା ଦେବାକୁ ଅନ୍ୟ ଏକ ପର୍ଯ୍ୟାୟରେ ଆଲୋଚନା କରାଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି...

ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ...

ହିତାଧିକାରୀଙ୍କ ଅଜାଣତରେ ଖୋଳାଯାଇଛି କ୍ଷେତ ପୋଖରୀ

ନୂଆଗାଁ,୭।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ ନାମରେ କ୍ଷେତ ପୋଖରୀ (ଫାର୍ମ ପଣ୍ଡ) ଖୋଳାଯାଇଛ। ହେଲେ ଯେଉଁ ବ୍ୟକ୍ତିଙ୍କ ନାମରେ...

ଭାଜପା ପ୍ରାର୍ଥୀ ଚୟନକୁ ନେଇ ବିବାଦ

ନୟାଗଡ଼, ୭।୪(ଲୋକନାଥ ମିଶ୍ର) ନୟାଗଡ଼ ଜିଲାର ଦଶପଲ୍ଲା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ରାଘବ ମଲିକଙ୍କୁ ପ୍ରାର୍ଥୀ କରିବା ପରେ ଦଳର କେତେଜଣ ନେତା ପ୍ରାର୍ଥୀ ପରିବର୍ତ୍ତନ...

ଜଙ୍ଗଲ ନିଆଁକୁ ନେଇ ଚିନ୍ତା

ନୟାଗଡ଼,୫।୪(ଲୋକନାଥ ମିଶ୍ର):ଜଙ୍ଗଲ ସୁରକ୍ଷାକାରୀଙ୍କୁ ଘାରିଛି ନିଅଁା ଚିନ୍ତା। ଜଙ୍ଗଲରେ ନିଅଁା ନ ଲାଗିବା ପାଇଁ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଆଦିବାସୀମାନେ ଗଁାରେ ଆଗୁଆ ସଭା...

ପ୍ରାର୍ଥୀ ଦେଇପାରୁ ନାହାନ୍ତି ବିଜେଡି, କଂଗ୍ରେସ

ନୟାଗଡ଼,୫ା୪(ଲୋକନାଥ ମିଶ୍ର):ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରୁନି। ଟିକେଟ୍‌ ଲବିରେ ବିଜେଡି ଓ କଂଗ୍ରେସ ନେତା...

୭ ବର୍ଷରେ ୧୭ ମୃତ

ନୟାଗଡ଼,୪।୪ (ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଚଢ଼େୟାପଲ୍ଲୀ ପଞ୍ଚାୟତର ଚଢ଼େୟାପଲ୍ଲୀ, ସୁନ୍ଦୁରୁକୁମ୍ପା (ଶ୍ୟାମ ଖଳିସାହି), ଓଷାମସ୍କା ଗଁାର ଦଳିତସାହି, ପୋଖରୀଗୋଛା ପଞ୍ଚାୟତର କଇଁଆଡିହ ଆଦି...

ବଦଳିଲା ସକାଳୁଆ ସ୍କୁଲ ସମୟ

ନୟାଗଡ଼, ୪।୪ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଜିଲାପାଳ ସ୍ବଧାଦେବ ସିଂ ବୁଧବାର ସକାଳୁଆ ସ୍କୁଲ ସମୟର ପରିବର୍ତ୍ତନ ଆଣିଛନ୍ତି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri