ରାଶନ କାର୍ଡରୁ ବଞ୍ଚିତ ୧୦ କୁଟିଆ ପରିବାର

ତୁମୁଡ଼ିବନ୍ଧ,୨୬ା୪(ଡି.ଏନ୍‌.ଏ.)- କୁଟିଆ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ସରକାର ସ୍ବତନ୍ତ୍ର ଯୋଜନା କରି ଆସୁଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହେଉ କି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଏହି ସମ୍ପ୍ରଦାୟର ଲୋକଙ୍କ ନିମନ୍ତେ କୌଣସି  ମାନଦଣ୍ଡ ନାହିଁ। ତଥାପି କେତେକ ପରିବାର ଏହି ଯୋଜନାରୁ ବଞ୍ଚିତ ହୋଇଥିବା ଦେଖାଯାଇଛି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ବାଟିପଡ଼ା ଗ୍ରାମରେ ୧୦ କୁଟିଆ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ କାର୍ଡ ମିଳି ନ ଥିବା ଜଣାପଡିଛି। ଫଳରେ ଏମାନଙ୍କୁ ପରିବାର ପ୍ରତିପୋଷଣ କରିବା ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ବାଟିପଡ଼ାର ଶ୍ରୀକାନ୍ତ ଜାନୀ, ବିପ୍ର ମାଝି, ସାନୁରା ମାଝି, ବଳରାମ ମାଝି, ନବୀନ ମାଝି, ରାଜେନ୍ଦ୍ର ମାଝି, ସରଙ୍ଗୀ ମାଝି, ଉପେନ୍ଦ୍ର ମାଝି, ନିକୁ ମାଝି ଓ ପ୍ରଦନ ମାଝିଙ୍କୁ ରାଶନ କାର୍ଡ  ମିଳିନି। ବହୁବାର ଏମାନେ ରାଶନ କାର୍ଡ଼ ପାଇଁ ଆବେଦନ କରିଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଛି। ଓ୍ବାର୍ଡ଼ମେମ୍ବର ତଥା ରାଶନ କାର୍ଡ଼ ପାଇ ନ ଥିବା ବଳରାମ କହିଛନ୍ତି, ଗ୍ରାମରେ କାମଦାମ ନ ଥିଲେ  ପରିବାର ଚଳାଇବା କଷ୍ଟକର ହେଉଛି। ୧୦ ପରିବାର ବହୁବାର ରାଶନ କାର୍ଡ ପାଇଁ  ଆବେଦନ କରିଛୁ। ହେଲେ ଏ ଯାଏ ପାଇପାରିନୁ। ବେଳେ ବେଳେ କାମ ନ ମିଳିଲେ ପୂରା ପରିବାର ଉପାସ ରହୁଛୁ। ତେଣୁ ତୁରନ୍ତ  ଆମମାନଙ୍କୁ ରାଶନ କାର୍ଡ ଦିଆଯାଉ ବୋଲି ସେ କହିଛନ୍ତି। ଏ ନେଇ ବିଡିଓ ଜୟଦେବ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଅଞ୍ଚଳରେ କେତେ ପରିବାର ରାଶନ  କାର୍ଡ ପାଇନାହାନ୍ତି  କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଥିଲା। ସେ ରିପୋର୍ଟ ଦେଇନାହାନ୍ତି। ଖୁବଶୀଘ୍ର ଉକ୍ତ ରିପୋର୍ଟ ମଗାଇ  ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ

ଛତ୍ରପୁର,୧୮।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗାଁ ନିକଟ ରାସ୍ତାରେ ଛେଳି ଚାଷୀମାନେ ଛେଳି ଚରାଇବା ବେଳେ ବଜ୍ରପାତ ଘଟି ୪୩ ଛେଳିଙ୍କ...

ପିତୃ ଦିବସରେ ଲଜ୍ଜା: ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପା ଗଲେ ଜେଲ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଆଜି ପିତୃ ଦିବସ। ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୧୬ ବର୍ଷୀୟା...

୧୩ ଜଣଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା, ରାଜିଆମ୍ମାଙ୍କ ଖୁସି କହିଲେ ନ ସରେ…

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ମଲାଡ଼ ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମରେ ସରପଞ୍ଚ ମମତା ବେହେରା ରାଜ୍ୟ ସରକାରଙ୍କ ୮୦ ବର୍ଷରୁ ଅଧିକ ୧୩ ଜଣଙ୍କୁ ବର୍ଦ୍ଧିତ ଭତ୍ତା...

କଳାବ୍ୟାଜ୍‌ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଲେ ବନ କର୍ମଚାରୀ

ଭଞ୍ଜନଗର,୧୫ା୬(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନ ସେବା ସଂଘ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଶାଖା ପକ୍ଷରୁ ୩ ଦଫା ଦାବି ପୂରଣ ନେଇ...

ନଦୀ-ନାଳର ଠିକଣା ଖୋଜୁଛନ୍ତି ଭଞ୍ଜନଗର ଚାଷୀ: ମୌସୁମୀ ଆସିଲାଣି ହେଲେ ମରାମତି ହୋଇନି ଆଡ଼ିବନ୍ଧ

ଭଞ୍ଜନଗର,୧୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣଯନ୍ତ୍ରୀ କାର୍ଯ୍ୟାଳୟ ଅଧୀନରେ ଥିବା ଅନେକ ନଦୀ, କେନାଲ ଲଟା ବୁଦାରେ ଭରି ରହିଛି। ଆଉ...

ଡିଏଫଓଙ୍କ ଘରେ ଫୁଟିଲା ବ୍ରହ୍ମକମଳ ଫୁଲ

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ଭଞ୍ଜନଗରସ୍ଥିତ ସରକାରୀ ବାସଭବନରେ ଶନିବାର ରାତିରେ ଗୋଟିଏ ଗଛରେ ୪ଟି ବ୍ରହ୍ମ...

କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ଯୋଜନା: ୩ ଷ୍ଟାଡିୟମର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୪୦ କୋଟି

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବଡ଼ ପଦକ୍ଷେପ ନେଇଛନ୍ତି । ସହରର ସର୍ବପୁରାତନ...

ଭଞ୍ଜନଗର-ଆସିକାରେ ମେଡିକାଲ କଲେଜ ପାଇଁ ଦାବି: ଏକାଠି ହେଲେ…

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ)-ଗଞ୍ଜାମ ଏବଂ କନ୍ଧମାଳ ଜିଲାର ଅନେକ ଉନ୍ନତି ସହ ରେଳ ଲାଇନ କ୍ଷେତ୍ରରେ ଦକ୍ଷୀଣ ଓଡ଼ିଶାରେ ବିକାଶ ପାଇଁ ଆଜକୁ ବହୁବର୍ଷ ହେବ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri