ରାଶନକାର୍ଡଧାରୀଙ୍କୁ ସହାୟତା ରାଶି ବଣ୍ଟନ, ରହୁନି ସାମାଜିକ ଦୂରତା

ଚୌଦ୍ୱାର,୧୧।୪(ଡି.ଏନ୍‌.ଏ.): କରୋନା ସହାୟତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାଶନକାର୍ଡଧାରୀଙ୍କୁ ୧ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏନେଇ ଚୌଦ୍ୱାର ପୌରପାଳିକାର ୧୯ଟି ଓ୍ବାର୍ଡରେ ସହାୟତା ରାଶି ବଣ୍ଟନ କରାଯାଇଛି। ମାତ୍ର ସହାୟତା ରାଶି ନେବାକୁ ଆସୁଥିବା ଲୋକେ ସାମାଜିକ ଦୂରତା ଅବଲମ୍ବନ କରୁ ନ ଥିବା ଦେଖିବାକୁ ମିଳିଛି ା ଶନିବାର ପୌରପାଳିକାର ୧୭ ଓ ୧୮ନଂ. ଓ୍ବାର୍ଡରେ ଏହି ରାଶି ବଣ୍ଟନ ଚାଲିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ପରେ ୱାର୍ଡ ସଭାପତି ଆଶୁତୋଷ ଦାସ, ପୂର୍ବତନ କାଉନସିଲର ଗିରିଧାରୀ ଦଳାଇ ଓ ସ୍ଥାନୀୟ ଯୁବକଙ୍କ ହସ୍ତକ୍ଷେପ ପରେ ଅର୍ଥରାଶି ପ୍ରଦାନ କରାଯାଇଥିଲା ା ଉକ୍ତ ୨ଟି ୱାର୍ଡରେ ଥିବା ୭୩୬ ହିତାଧିକାରୀଙ୍କୁ ପୌର କର୍ମଚାରୀ ଲକ୍ଷ୍ମୀଧର ସ୍ବାଇଁ, ରବୀନ୍ଦ୍ର ବାରିକ୍‌ ଓ ରଶ୍ମୀରଞ୍ଜନ ଦାସ ପ୍ରମୁଖ ପ୍ରଦାନ କରିଥିଲେ। ଅର୍ଥରାଶି ପ୍ରଦାନ ବେଳେ ପୌରକର୍ମଚାରୀ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ବଢ଼ୁଛନ୍ତି ମାନସିକ ରୋଗୀ

ବ୍ରହ୍ମପୁର ଅଫିସ୍‌,୧୧ା୧୦- ଗଞ୍ଜାମ ଜିଲାରେ ମାନସିକ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ତଥା ଜିଲା ମୁଖ୍ୟ ଚିକିତ୍ସାଳୟ ମାନସିକ...

ଘୋଡ଼ାଡିଆଁ ସେତୁ ଭୂମିପୂଜନ

ପରଜଙ୍ଗ, ୬।୧(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ଘୋଡ଼ାଡିଆଁ ନାଳ ଉପରେ ବହୁ ପ୍ରତୀକ୍ଷିତ ସେତୁ ନିର୍ମାଣ ପାଇଁ ବୁଧବାର ଭୂମିପୂଜନ ହୋଇଛି। ବିଧାୟକ ଡା. ନୃସିଂହ...

୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ

କଟକ ଅଫିସ,୧୮।୮: ଜାଲ୍‌ ବିଲ୍‌ ମାଧ୍ୟମରେ ୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ୍‌ କରିଛି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ଏଥିରେ ଅଭିଯୁକ୍ତ ଥିବା...

ଜେଲ କଏଦୀଙ୍କୁ ମାସ୍କ ବଣ୍ଟନ

ଆର.ଉଦୟଗିରି,୧୨।୫(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରିର ସାପ୍ତାହିକ ହାଟ ଓ ଜେଲର କଏଦୀମାନଙ୍କୁ ମଙ୍ଗଳବାର କୃଷି ବିଜ୍ଞାନ କେନ୍ଦ୍ର, ଇସାରା ଓ ଲିପିକା ଏନ୍‌ଜିଓର ପ୍ରୟାସରେ ୨୦୦ଟି...

ରାଜ୍ୟ ବାର୍‌ କାଉନ୍‌ସିଲ ନିର୍ବାଚନ ମାମଲା: ବିସିଆଇ ଓ ରାଜ୍ୟ ବାର୍‌ କାଉନ୍‌ସିଲକୁ ନୋଟିସ

କଟକ ଅଫିସ,୩୦।୭: ରାଜ୍ୟ ବାର୍‌ କାଉନସିଲ ନିର୍ବାଚନ ମାମଲାରେ ହାଇକୋର୍ଟ ବାର୍‌ କାଉନ୍‌ସିଲ ଅଫ ଇଣ୍ଡିଆ (ବିସିଆଇ) ଓ ରାଜ୍ୟ ବାର୍‌ କାଉନସିଲ୍‌କୁ ଜବାବ ତଲବ...

CORONAVIRUS UPDATE: ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟ ସଂଖ୍ୟା ୩୩ରେ ପହଞ୍ଚିଲା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ଏବଂ ତାଙ୍କୁ ଡିସ୍‌ଚାର୍ଜ କରାଯିବ। ଏହାକୁ ମିଶାଇ ୩୩ଜଣ ସଂକ୍ରମିତ ସୁସ୍ଥ...

ଭଦ୍ରକରେ ୩ କରୋନା ପଜିଟିଭ୍‌ ଚିହ୍ନଟ, ୧୮୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୮ା୬: ଭଦ୍ରକ ଜିଲାରେ ଗୁରୁବାର ଆଉ ୩ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ରେ ପହଞ୍ଚିଛି। ଏହି...

ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଫେରିଲେଣି ୨ ଲକ୍ଷ ପ୍ରବାସୀ, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାକୁ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ୨ ଲକ୍ଷ ପ୍ରବାସୀ ଫେରିଲେଣି। ଏଥିଲାଗି ଗଞ୍ଜାମରେ କରୋନା ପଜିଟିଭ୍‌...

Advertisement
Archives

Model This Week