Posted inଜାତୀୟ

ରାମମନ୍ଦିର ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାର ବୁଧବାର ରାମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତିି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଲୋକ ସଭାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଗଠନ କରାଯାଇଥିବା ସମ୍ପର୍କରେ ସେ କହିଛନ୍ତି। ସୁପ୍ରିମ୍‌କୋର୍ଟ ରାମମନ୍ଦିର ମାମଲାରେ ରାୟ ଦେବାର ୮୭ ଦିନ ପରେ ଟ୍ରଷ୍ଟ୍‌ ଗଠନ ହୋଇଛି। ଟ୍ରଷ୍ଟରେ ଦିଗମ୍ବର ଆଖଡ଼ା, ନିର୍ମୋହି ଆଖଡ଼ା ଏବଂ ରାମଲଲାଙ୍କ ପକ୍ଷକାରଙ୍କର ଜଣେ ଲେଖାଏଁ ସଦସ୍ୟ ରହିବେ। ମୋଦି ସରକାର ଟ୍ରଷ୍ଟ ଠାରୁ ନିଜକୁ ଅଲଗା ରଖିବାକୁ ଚାହୁଁଥିବା କୁହାଯାଉଛି। ସେହିପରି ଟ୍ରଷ୍ଟରେ ମହନ୍ତ ନୃତ୍ୟ ଗୋପାଲ ଦାସଙ୍କୁ ଗୁରୁ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ୬୭ ଏକର ଜମି ସହିତ ୨.୫ ଏକର ବିବାଦୀୟ ଜମି ମଧ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଅନ୍ତର୍ଭୁକ୍ତ ହେବ। ଏଣିକି ମନ୍ଦିର ନିର୍ମାଣ ତଥା ମନ୍ଦିର ସହିତ ସମ୍ପୃକ୍ତ ଥିବା ସମସ୍ତ କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ବହନ କରିବ। ଟ୍ରଷ୍ଟରେ ୧୫ ଜଣ ଟ୍ରଷ୍ଟି ରହିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟୁଇଟ୍‌ କରି କହିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଏସ୍‌ସି-ଏସ୍‌ଟି ବର୍ଗର ଟ୍ରଷ୍ଟି ମଧ୍ୟ ରହିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ୯ରେ ରାୟ ପ୍ରକାଶ ସମୟରେ ସୁପ୍ରିମ୍‌କୋର୍ଟ ରାମମନ୍ଦିର ନିର୍ମାଣ ଲାଗି ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣବଳାତ୍କାରୀଙ୍କୁ କାହିଁକି ମୁକ୍ତ କଲ

ନୂଆଦିଲ୍ଲୀ,୧୯।୪: ଗୁଜରାଟ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟାକରି ଆଜୀବନ କାରାଦଣ୍ଡାଦେଶ...

ଇ-ରିକ୍ସା ଚାଳକଙ୍କୁ ମିଳିବ ୫୦୦୦ ଟଙ୍କା କରୋନା ସହାୟତା

ନୂଆଦିଲ୍ଲୀ,୪।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ବହୁ ଲୋକ...

ଚାଇନାରେ ଏସ ଜୟଶଙ୍କରଙ୍କୁ ଭେଟିଥିଲେ ମୋଦି: ଏବେ କ୍ୟାବିନେଟରେ ଦେଲେ ଯାଗା

ନୂଆଦିଲ୍ଲୀ, ୩୧।୫: ୫୭ ମନ୍ତ୍ରୀଙ୍କ ସହ ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମନ୍ତ୍ରୀମଣ୍ଡଳରେ ବହୁ ପୁରୁଣାଙ୍କୁ ନୂଆ ନେତାଙ୍କୁ ସାମିଲ...

ଟ୍ରେନ ଝରକା ବାଟେ ଯାତ୍ରୀଙ୍କ ମୋବାଇଲ ଚୋରି କରୁଥିବାବେଳେ ଧରାପଡିଲେ ଚୋର, ଆଉ ତା’ପରେ

ପାଟନା,୧୬।୯: ଚୋରି, ପକେଟ ମାର ଭଳି ଘଟଣା ରେଳ ଷ୍ଟେଶନରେ ଘଟିବା ଏକ ସାଧାରଣ ଘଟଣା। ଅନେକ ସମୟରେ ଚୋରମାନେ ଚୋରି କରି ଟ୍ରେନର ଝରକା...

୨୦ ଜଣଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୮ା୧(ପି.ଟି./ ଆଇଏଏନ୍‌ଏସ୍‌): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଘଟିଥିବା ହିଂସାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ମଙ୍ଗଳବାର ପୋଲିସ ୨୦ ଜଣଙ୍କ ବିରୋଧରେ...

ପାକିସ୍ତାନରେ ଚର୍ଚ୍ଚାରେ ରହିଲେ ଅଭିନନ୍ଦନ-ସାରା

ନୂଆଦିଲ୍ଲୀ,୧୨।୧୨: ପାକିସ୍ତାନ ବିମାନକୁ ଧ୍ୱଂସ କରିଥିବା ତଥା ବାଲାକୋଟ ଏୟାର ଷ୍ଟ୍ରାଇକର ହିରୋ ବନିଥିବା ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଓ...

ଦେଶ ଚାହୁଁଥିଲା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ଯାଞ୍ଚ ହେଲେ ଅନୁମତି ଦେଲେନି ନେହେରୁ: ନଡ୍ଡା

ନୂଆଦିଲ୍ଲୀ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କର୍ମକର୍ତ୍ତାମାନେ ରବିବାର ଜନସଂଘର ସଂସ୍ଥାପକ...

ରୁଷିଆ ବିରୋଧୀ କଟକଣାରେ ସାମିଲ ହେଉ ଭାରତ

ନୂଆଦିଲ୍ଲୀ,୩୧ା୩: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ଏପ୍ରିଲରେ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ଗୁରୁବାର ତାଙ୍କ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତର...

Advertisement
Archives

Model This Week