ରାଜ୍ୟ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହେବ, କ୍ଷୟକ୍ଷତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ)- ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶନିବାର ପୂର୍ବାହ୍ନରେ ବାତ୍ୟାରେ କ୍ଷତିଗ୍ରସ୍ତ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ବିଭିନ୍ନ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଗୃହ, ଗ୍ୟାଲେରୀ ଓ ପରିସର ବୁଲି ଦେଖିଥିଲେ। ଏଥିସହ ସେ ପଦାଧିକାରୀଙ୍କଠାରୁ କ୍ଷୟକ୍ଷତି ତଥ୍ୟ ସଂଗ୍ରହ କରିଥିଲେ। ସଂଗ୍ରହାଳୟ ପରିସରରେ ବ୍ୟାପକ ଗଛ ଭାଙ୍ଗିବା ସହିତ ଉଦ୍ୟାନ ଓ ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇଛି। ସଂଗ୍ରହାଳୟର ସମ୍ମିଳନୀ ପ୍ରକୋଷ୍ଠ ଭାଙ୍ଗିଯାଇଛି। ମୁଦ୍ରା ବିଭାଗ ଗ୍ୟାଲେରୀର ଛାତ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଲାଗିଥିବା ୧୨୦ଟି ବାତାନୁକୂଳ ଯନ୍ତ୍ରରୁ ପ୍ରାୟ ୩୦ଟି ନଷ୍ଟ ହୋଇଯାଇଛି। ତୁରନ୍ତ ପୁନଃନିର୍ମାଣ କାର୍ଯ୍ୟ ଓ ବିଦ୍ୟୁତ ସରବରାହ ତଥା ପାନୀୟ ଜଳଯୋଗାଣକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂଗ୍ରହାଳୟର ପ୍ରାୟ ୧୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି ା ତେବେ ମରାମତି କାର୍ଯ୍ୟ ଓ କ୍ଷତିଗ୍ରସ୍ତ ବାତାନୁକୂଳ ଯନ୍ତ୍ରଗୁଡ଼ିକୁ ସଚଳ କରିବା ପର୍ଯ୍ୟନ୍ତ ସଂଗ୍ରହାଳୟକୁ ବନ୍ଦ ରଖିବାକୁ ମନ୍ତ୍ରୀ କହିଛନ୍ତି। ସେଥିପାଇଁ ସର୍ବସାଧାରଣଙ୍କ ନିମନ୍ତେ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମନ୍ତ୍ରୀଙ୍କ ପରିଦର୍ଶନ ଓ ଅନୁଧ୍ୟାନ ସମୟରେ ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗର ଅନ୍ୟାନ୍ୟ ପଦାଧିକାରୀ, ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥଙ୍କ ସମେତ କର୍ମଚାରୀ ଏବଂ କ୍ୟୁରେଟରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ଅପ୍‌ଡେଟ୍‌ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ, ୫।୧୧: ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।...

ରାଜଧାନୀରେ ହାଇପ୍ରୋଫାଇଲ ଜୁଆ ଆଡ୍ଡା ଉପରେ ଚଢ଼ାଉ: ୯ ଗିରଫ, ୩ କାର୍‌ , ୧ ଲକ୍ଷ ୫୩ ହଜାର ଜବତ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): କରୋନା କଟକଣା ଭିତରେ ରାଜଧାନୀ ଭୁବନେଶ୍ୱରରେ ହାଇ ପ୍ରୋଫାଇଲ ଜୁଆ ଆଡ୍ଡା ଚାଲିଛି। ନୟାପଲ୍ଲୀ ଭିଆଇପି କଲୋନୀରେ ଏକ ହୋଟେଲରେ ଏହି ଜୁଆ...

ଲକ୍‌ଡାଉନ୍‌: ୧୪ ଦିନରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଗତ ୫ ତାରିଖରୁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକ୍‌ଡାନ୍‌କୁ ଜୁନ୍‌ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାରଠାରୁ...

ସ୍ବଚ୍ଛତା ପାଇଁ ସ୍କୁଲକୁ ମିଳିବ ପୁରସ୍କାର: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, ୨୫।୯(ବ୍ୟୁରୋ): ଏଣିକି ସ୍ବଚ୍ଛତା ପାଇଁ ବିଦ୍ୟାଳୟକୁ ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ବୁଧବାର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତାଙ୍କ ସୂଚନା...

ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲା: ହାଇକୋର୍ଟରେ ଅଭିଯୁକ୍ତ ଦଣ୍ଡସେନାଙ୍କ ଜାମିନ ଖାରଜ

କଟକ ଅଫିସ୍‌, ୧୪।୮: ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା...

କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଥିବା ରାଜ୍ୟ...

ଉଦ୍ଧାର, ଥଇଥାନ ପାଇଁ ଅଗ୍ନିଶମ ଅଧିକାରୀଙ୍କ ନମ୍ବର ଜାରି

ଭୁବନେଶ୍ୱର,୨୬ା୫(ବ୍ୟୁରୋ):ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର ଓ ଥଇଥାନ କରିବା ପାଇଁ ୧୦ ଜିଲାରେ ଅଗ୍ନିଶମ...

ମନ୍ତ୍ରୀ ହତ୍ୟା ମାମଲା: ତଦନ୍ତର ଦିଗକୁ ନେଇ ମୁହଁ ଖୋଲିଲେ ଦେବୀ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାର ଦନ୍ତର ଦିଗକୁ ନେଇ ଉଠୁଥିବା ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ମୁହଁ ଖୋଲିଛନ୍ତି। ସେ କହିଛନ୍ତି,...

Advertisement
Archives

Model This Week