ରାଜ୍ୟର ୬ ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ

ଭୁବନେଶ୍ୱର,୨।୮(ବ୍ୟୁରୋ) : ରାଜ୍ୟର ୬ଟି ବ୍ଲକ ସମ୍ପୂର୍ଣ୍ଣ ଲବଣାକ୍ତ। ଏହି ବ୍ଲକଗୁଡିକ ହେଉଛି- ଭଦ୍ରକର ଚାନ୍ଦବାଲି, ଜଗତ୍‌ସିଂହପୁରର ଏରସମା, କେପଡ଼ାର ମହାକାଳପଡ଼ା, ମାର୍ଶାଘାଇ, ରାଜନଗର ଏବଂ ରାଜକନିକା। ୫ଟି ବ୍ଲକ ସେମିକ୍ରିଟିକାଲ(ଏକ୍ସଟ୍ରାସନ ୭୦%ରୁ ୯୦%) । ସେହିପରି ୪୪ଟି ଆପ୍ରୋଚିଙ୍ଗ୍‌ ସେମିକ୍ରିଟିକାଲ ବ୍ଲକ(୬୦ରୁ ୭୦%) ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବୁଧବାର ଗୃହରେ ଉତ୍ତର ରଖିଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂଙ୍କ ଅଣତାରକା ପ୍ରଶ୍ନ ନଂ-୨୭୭୮ର ଉତ୍ତର ରଖି ମନ୍ତ୍ରୀ ରଘୁନନ୍ଦନ ଏହି ତଥ୍ୟ ଦେଇଛନ୍ତି। ଉପରୋକ୍ତ ୫୫ ବ୍ଲକର ସମ୍ପୂର୍ଣ୍ଣ ତାଲିକା ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ଏଗୁଡ଼ିକ ମଧ୍ୟରେ ବାଲେଶ୍ୱରର ବାଲିଆପାଳ, ବାହାନଗା, ରେମୁଣା, ନୀଳଗିରି, ଭୋଗରାଇ, ଜଳେଶ୍ୱର ଏବଂ ସୋର, ଯାଜପୁରର କୋରେଇ, କେନ୍ଦ୍ରାପଡ଼ାର ଗରଦପୁର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମହାକାଳପଡ଼ା ଏବଂ ଆଳି , ଖୋର୍ଦ୍ଧା ଜିଲାର ବାଲିପାଟଣା, ବୋଲଗଡ଼ ଓ ଭୁବନେଶ୍ୱର, ଅନୁଗୋଳର ତାଳଚେର ଓ କଣିହାଁ, ବଲାଙ୍ଗୀରର ଲୋଇସିଂହା, ବରଗଡ଼ର ଭଟଲି ଓ ଝରାବନ୍ଧ, ଭଦ୍ରକର ଭଦ୍ରକ, ଭଣ୍ଡାରିପୋଖରୀ ଓ ଧାମନଗର, ବୌଦ୍ଧର କଣ୍ଟାମାଳ ବ୍ଲକ ରହିଛି। ଏତଦ୍‌ ବ୍ୟତୀତ କଟକ ଜିଲାର କଟକ ସଦର, ତିଗିରିଆ, ଢେଙ୍କାନାଳର ଓଡ଼ାପଡ଼ା ଓ ଢେଙ୍କାନାଳ, ଗଞ୍ଜାମର ହିଞ୍ଜିଳିକାଟୁ, ଆସ୍କା ଓ ଗଞ୍ଜାମ, ଜଗତ୍‌ସିଂହପୁର ନୂଆଗାଁ, କୁଜଙ୍ଗ ଏବଂ ଜଗତ୍‌ସିଂହପୁର, ଯାଜପୁର ଜିଲାର ରସୁଲପୁର, ବିଞ୍ଝାରପୁର, ଯାଜପୁର ଏବଂ ଦଶରଥପୁର, ମୟୂରଭଞ୍ଜର ରାସଗୋବିନ୍ଦପୁର, ବଡ଼ସାହି ଓ ବେତନଟୀ। ସେହିଭଳି ନୟାଗଡ଼ ଜିଲାର ନୟାଗଡ଼, ପୁରୀ ଜିଲାର କାକଟପୁର, ସୁବର୍ଣ୍ଣପୁରର ସୋନପୁର ଏବଂ ତରଭା, ସୁନ୍ଦରଗଡ଼ର ବିର୍ସା ପ୍ରମୁଖ।
ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ଏହିସବୁ ବ୍ଲକରେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ପ୍ରତି ବ୍ଲକରେ ୧୦୦ଟି ବେସରକାରୀ ଏବଂ ୫ଟି ସରକାରୀ ଗୃହରେ ବର୍ଷାଜଳ ଅମଳ ଏବଂ ଭୂତଳ ଜଳ ପୁନଃଭରଣ ଯୋଜନା କରାଯାଇଛି। ପ୍ରତି ବ୍ଲକରେ ୨୦ଟି ରିଚାର୍ଜ ସାଫ୍ଟ ଜରିଆରେ ଭୂତଳ ଜଳ ପୁନଃଭରଣ ଯୋଜନା କରାଯାଇଛି। ସେହିପରି ଖନନ ପରେ ବ୍ୟବହାର ଅନୁପଯୋଗୀ ୬୦୦ ନଳକୂପ ଚିହ୍ନଟ କରି ତାହାକୁ ଭୂତଳ ଜଳ ପୁନଃଭରଣ କାର୍ଯ୍ୟରେ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର, ୨ା୭(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଶନିବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଜୁଲାଇ ୨ରୁ ଅଗଷ୍ଟ ୪ ଯାଏ ଚାଲିବ। ଏଥିରେ ମୋଟ ୨୪ଟି...

ଫିଲ୍ମ ପୋଷ୍ଟର ବିବାଦ: ଭାଇରାଲ ଅଡିଓକୁ ନେଇ ଧମକ ଦେଲେ ଦୂତୀ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ଥମି ନ ଥିବାବେଳେ ପୁଣି ଆଉ ଏକ...

ସଂସ୍ଥା କରିପାରିବେ କୋଭିଡ୍‌ କେୟାର ହୋମ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ନିଜ କର୍ମଚାରୀଙ୍କ ସୁବିଧା ଓ ମାନସିକ ସୁସ୍ଥତା ପାଇଁ ସଂସ୍ଥା କୋଭିଡ୍‌ କେୟାର ହୋମ୍‌ କରିପାରିବେ। ୧୦ରୁ ୨୦ ଜଣ ରୋଗୀଙ୍କ ପାଇଁ...

ରଙ୍ଗ୍‌ ଡ୍ରାଇଭିଂ କଲେ ଚକା ଲିକ !

ଭୁବନେଶ୍ୱର,୫।୧(ବ୍ୟୁରୋ): ରାସ୍ତାରେ ରଙ୍ଗ୍‌ ଡ୍ରାଇଭିଂକୁ ରୋକିବା ପାଇଁ ଲାଗିବ ସ୍ପାଇକ୍‌ ବ୍ୟାରିଅର। ଏ ନେଇ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି...

‘ଅକ୍ଷରଧାମ’ରେ ବିରାଜିବେ ମା’

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ଆସୁଛି ପାର୍ବଣ, ଆସୁଛନ୍ତି ମା’। ଆଉ ମା’ଙ୍କ ସ୍ବାଗତ ପାଇଁ ସଜେଇ ହେଉଛି ରାଜଧାନୀ। ଭିନ୍ନ ଭିନ୍ନ ଡିଜାଇନର୍‌ ତୋରଣ ସାଙ୍ଗକୁ ଆଖି ଝଲସା...

ବିଜେଡି ଏମ୍‌ପିଙ୍କୁ ନବୀନଙ୍କ ଚିଠି : ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବାକୁ ପରାମର୍ଶ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ବିଧାୟକ ଓ ମନ୍ତ୍ରୀମାନଙ୍କୁ ଶୃଙ୍ଖଳା ଓ ଉତ୍ତରଦାୟିତ୍ୱର ପାଠ ପଢ଼ାଇବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଲୋକ...

ସହାୟତାର ହାତ ବଢ଼ାଇଲା ‘ଓଡ଼ିଶା ମୋ ପରିବାର’: ପଞ୍ଜାବରୁ ଫେରିଲେ ଫସି ରହିଥିବା ୬୯ ଓଡ଼ିଆ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଞ୍ଜାବର ଭଟିଣ୍ଡାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡ଼ିଆ ଛାତ୍ରୀଛାତ୍ରମାନେ ‘ଓଡ଼ିଶା ମୋ ପରିବାର’...

ଚିତ୍ତରଞ୍ଜନ ହତ୍ୟା ମମଲା: ୪ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଲାଇଛି। ଏହି ମାମଲାରେ ୪ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଛି। ରାଜ୍ୟ ଫରେନସିକ୍‌...

Advertisement
Archives

Model This Week