ରାଜ୍ୟକୁ ଲୋଡ଼ା ଅଧିକ ଅଫିସର

ଭୁବନେଶ୍ୱର, ୭।୧୨: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟାପାର ମୁଖ୍ୟତଃ ପୋଲିସ ଅଧିକାରୀଙ୍କ ଦ୍ୱାରା ପରିଚାଳନା କରାଯାଇଥାଏ। ରାଜ୍ୟରେ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଧିକାରୀମାନେ ଶୀର୍ଷସ୍ତରରେ ରହି ଏହାର ତଦାରଖ କରିଥାଆନ୍ତି। ସେହିପରି ମୋଟରଯାନ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ, ଟ୍ରାଫିକ୍‌ ପରିଚାଳନା, ଅପରାଧ ନିୟନ୍ତ୍ରଣ ଓ ଏହାର ତଦନ୍ତ , ଶିଳ୍ପ ପାଇଁ ଜମି ଅଧିଗ୍ରହଣ, ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ମୁଖ୍ୟତଃ ପୋଲିସ ସେବାର ପ୍ରାଥମିକତା। ହେଲେ ଏହି ବ୍ୟବସ୍ଥାକୁ ଶୀର୍ଷସ୍ତରରେ ପରିଚାଳନା ପାଇଁ ବରିଷ୍ଠ ଅଧିକାରୀଙ୍କ ଅଭାବ ରହୁଥିବା ଜଣାପଡିଛି। ନିକଟରେ ବିଧାନସଭାରେ ଦିଆଯାଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।
ଓଡ଼ିଶାରେ ପ୍ରାୟ ୭୧ ଆଇପିଏସ୍‌ ପଦବୀ ଖାଲିପଡିଛି। ରାଜ୍ୟରେ ଭାରତୀୟ ପୋଲିସ ସେବା(ଆଇପିଏସ୍‌) କ୍ୟାଡରର ମୋଟ ପଦବୀ ୧୮୮। ତନ୍ମଧ୍ୟରୁ ୧୩୧ ପଦବୀ ସିଧାସଳଖ ପରୀକ୍ଷା ଦ୍ୱାରା ପୂରଣ କରାଯାଇଥାଏ। ଅବଶିଷ୍ଟ ୫୭ ଓଡ଼ିଶା ପୋଲିସ ସେବା(ଓପିଏସ୍‌)ର ବରିଷ୍ଠ ଏବଂ ଯୋଗ୍ୟ ଅଧିକାରୀଙ୍କ ଦ୍ୱାରା ପୂରଣ ହୋଇଥାଏ। ବର୍ତ୍ତମାନ ଓଡ଼ିଶା କ୍ୟାଡରର ୨୯ ଜଣ ସର୍ବଭାରତୀୟ ବା କେନ୍ଦ୍ରୀୟ ଡେପୁଟେଶନରେ ରହିଛନ୍ତି। ୧୮୮ ଆଇପିଏସ୍‌ ଅଧିକାରୀ ଆବଶ୍ୟକ ସ୍ଥଳେ ମାତ୍ର ୮୫ ଜଣ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଡିଜି ପାହ୍ୟାର ୪, ଅତିରିକ୍ତ ଡିଜି ପାହ୍ୟାର ୮, ଆଇଜି ପାହ୍ୟାର ୧୩ ଏବଂ ଡିଆଇଜି ପାହ୍ୟାର ୧୫ ଅଫିସର କାର୍ଯ୍ୟ କରୁଛନ୍ତି। ସାରା ରାଜ୍ୟରେ ଏସ୍‌ପିସ୍ତରରେ ୫୨ଜଣ ଅଧିକାରୀ ଆବଶ୍ୟକ ଥିବା ସ୍ଥଳେ ମାତ୍ର ୨୨ ଜଣ କାର୍ଯ୍ୟ କରୁଛନ୍ତି। ଅପରପକ୍ଷରେ ପଦୋନ୍ନତି ଦ୍ୱାରା ପୂରଣ ହେବାକୁ ଥିବା ସମସ୍ତ ୫୭ ପଦବୀ ମୁଖ୍ୟତଃ ଖାଲିପଡିଛି। ଏହି ବର୍ଗରେ ପଦୋନ୍ନତି ସମ୍ପର୍କିତ ବିବାଦ ପ୍ରାୟ ଦୁଇ ଦଶନ୍ଧି ଧରି ଲାଗି ରହିଛି। ଓପିଏସ୍‌ ବର୍ଗର ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀମାନଙ୍କ ପଦକ୍ରମ ତାଲିକାରେ ସାଧାରଣ ବର୍ଗ ଏବଂ ଅନୁସୂଚିତ ବର୍ଗ ମଧ୍ୟରେ ମାମଲା ଥିବାରୁ ତାହା ପୂରଣ ହୋଇପାରୁନାହିଁ। ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ୟୁପିଏସ୍‌ସି ପକ୍ଷରୁ ବାରମ୍ବାର ଏହି ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ହେଲେ ସରକାର ଏ ନେଇ କୌଣସି ପ୍ରସ୍ତାବ ଦେଇନାହାନ୍ତି। ସେହିପରି ହାଇକୋର୍ଟରେ ଚାଲୁ ରହିଥିବା ମାମଲାର ତୁରନ୍ତ ସମାଧାନ ପାଇଁ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି। ରାଜ୍ୟରେ ଆଇପିଏସ୍‌ ଅଧିକାରୀଙ୍କ ପଦୋନ୍ନତି କନିଷ୍ଠ ବର୍ଗ କ୍ଷେତ୍ରରେ ପ୍ରାୟତଃ ଠିକ୍‌ ଏବଂ ନିୟମିତ ରହିଛି। ହେଲେ ବରିଷ୍ଠ ଅଧିକାରୀଙ୍କ ପଦୋନ୍ନତି ତାଙ୍କର ପ୍ରଶାସନିକ ପ୍ରତିପକ୍ଷ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀଙ୍କ ତୁଳନାରେ ଧିମେଇ ଯାଇଛି। ୧୯୮୮ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀମାନେ ଲେଭଲ-୧୭କୁ ପଦୋନ୍ନତି ପାଇଥିବା ବେଳେ ୧୯୮୮ ବ୍ୟାଚ୍‌ର କେତେକ ଆଇପିଏସ୍‌ ଅଧିକାରୀ ଡିଜି ପାହ୍ୟାକୁ ପଦୋନ୍ନତି ପାଇପାରିନାହାନ୍ତି। ସେହିଭଳି ୧୯୮୯ ବ୍ୟାଚ୍‌ର ଅଧିକାରୀ ଚଳିତ ବର୍ଷ ଜାନୁୟାରୀରୁ ଡିଜି ପାହ୍ୟାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ଏଯାବତ୍‌ ପଦୋନ୍ନତି ପାଇନାହାନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ଫେବୃୟାରୀ ୧୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ସେତେବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଥିବା ରାଜନାଥ ସିଂଙ୍କ ଦୃଷ୍ଟି ଆକର୍ଷଣ କରି ଚିଠି ଲେଖିଥିଲେ। କେନ୍ଦ୍ର ପକ୍ଷରୁ ସିଏସ୍‌ଇ-୨୦୧୪, ୨୦୧୫ ଏବଂ ୨୦୧୬ ବର୍ଷ ପାଇଁ ଆବଶ୍ୟକ ୩୦ ପଦବୀ ବିପକ୍ଷରେ ମାତ୍ର ୧୪ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ। ଓଡ଼ିଶା ସରକାର ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ପୋଲିସ ବିଭାଗକୁ ମଧ୍ୟ ସାମିଲ କରାଯାଇଛି। ଜନସାଧାରଣଙ୍କ ଅଭିଯୋଗ ଉପରେ କିପରି ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ସରକାର ସିଧାସଳଖ ମତାମତ ନେଉଛନ୍ତି। ପୂର୍ବରୁ ଅନେକ ମାମଲା ମଧ୍ୟ ପଡ଼ିରହିଛି। ସମାଜରେ ବିଭିନ୍ନ ଅପରାଧ ବୃଦ୍ଧି ପାଇବା ସହ ପରିସଂଖ୍ୟାନଗତ ପରିବର୍ତ୍ତନ ଜାରି ରହିଛି। ତେଣୁ ଏ ସବୁର ସୁପରିଚାଳନା ପାଇଁ ଶୀର୍ଷ ପ୍ରଶାସନରେ ଅଧିକ ଅଧିକାରୀଙ୍କ ଆବଶ୍ୟକ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ୍‌ରେ ତାଲା

ପୁରୁଣା ଭୁବନେଶ୍ୱର,୩୧ା୧୦ (ଡି.ଏନ.ଏ.): ଶ୍ରୀଲିଙ୍ଗରଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ କାର୍ଯ୍ୟାଳୟରେ ବୁଧବାର ହଠାତ୍‌ ପୂର୍ବାହ୍ନ ୧୦ଟାରେ କେତେଜଣ ସେବାୟତ ପହଞ୍ଚତ୍ଥିଲେ। କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ...

ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ୧୨୫ ବାଲୁକା ରଥ

ପୁରୀ ଅଫିସ,୧।୭: ବାଲୁକାକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଝଲକ। ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପୁରୀ ସମୁଦ୍ରକୂଳରେ ୧୨୫ଟି ବାଲି ରଥ...

ପୋଖରୀରୁ ଦଳ ସଫା କଲେ ଯୁବଗୋଷ୍ଠୀ

ଅମରପାଲି, ୧୬।୬ (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ପଞ୍ଚାୟତର ରଣାବନ୍ଧକୁ ଯୁବଗୋଷ୍ଠୀ ସଫା କରିଛନ୍ତି । ଯାହାକୁ ସ୍ଥାନୀୟ ଲୋକେ ପ୍ରଶଂସା...

ଭିଜିଲାନ୍ସ ହାତରେ ଧରାପଡିଲେ ରେଞ୍ଜର

ଭବାନୀପାଟଣା,୨୧।୧୨(ସ୍ବ.ପ୍ର): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କେଗାଁ ବନବିଭାଗ ରେଞ୍ଜର କେଶବ ମାଝୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର କେସିଙ୍ଗା ସ୍ଥିତ ଘର,...

ସୋନପୁରରୁ ନିରଞ୍ଜନ ପୂଜାରୀ ଆଗୁଆ

ସୋନପୁର,୨୩।୫: ସୋନପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଆଗୁଆ ରହିଛନ୍ତି। ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନିରଞ୍ଜନ ୪୭୧୮ ଖଣ୍ଡ ଭୋଟ...

ଭୁଶୁଡିଲା ପୋଲ ୪୦ ବର୍ଷର ପୋଲ: ବାହ୍ୟଜଗତରୁ ବିଛିନ୍ନ ୨୫ ଗାଁ

ବାଲେଶ୍ୱର ଅଫିସ, ୬।୮: ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ବେଗୁନିଆ ଅଞ୍ଚଳରେ ଲଗାଣ ବର୍ଷାରେ ପୋଲ ଭୁଶୁଡ଼ି ପଡ଼ିଛି । ୪୦ ବର୍ଷର ପୁରୁଣା ପୋଲ...

ଆରମ୍ଭ ହେଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ:୫୦ ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର,୩।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ...

ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ ନିଲାମ: କିଣିଲେ ଓଡ଼ିଆ ଛାତ୍ରୀ

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ ତାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ଯେଉଁ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ, ତାହା ନିଲାମ ହୋଇଯାଇଛି।...

Advertisement
Archives

Model This Week