ରାଜେନ୍ଦ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼, ୨୪।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ଘଣ୍ଟବାହାଲି ଗ୍ରାମର ରାଜେନ୍ଦ୍ର ଛତର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଉଜ୍ଜ୍ୱଳମଣୀ ବାଗଙ୍କୁ ପୋଲିସ ଗିରଫ କରିଛି। ସୋମବାର ଟିଟିଲାଗଡ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥୀ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ମୁରିବାହାଲ ଥାନା ଅନ୍ତର୍ଗତ ଦେସିଲର ଉଜ୍ଜ୍ୱଳମଣୀଙ୍କର ମୃତକଙ୍କ ପରିବାର ସହ ୨୦୦୭ରୁ ସମ୍ପର୍କ ରହିଥିଲା। ହେଲେ ପରେ ଉଜ୍ଜ୍ୱଳମଣୀଙ୍କ ତାଙ୍କ ଘରକୁ ଯିବା ଆସିବା ନେଇ ରାଜେନ୍ଦ୍ର ବିରୋଧ କରୁଥିଲେ। ଏହାକୁ ନେଇ ବହୁ ସମୟରେ ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେଉଥିଲା। ଗତ ୧୯ତାରିଖ ଅପରାହ୍ନରେ ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଘଣ୍ଟବାହାଲି ଗ୍ରାମ ନିକଟସ୍ଥ ବନ୍ଧ ପାଖରେ ଥିଲେ। ସେହି ରାସ୍ତାଦେଇ ଅପରାହ୍ନ ପ୍ରାୟ ୪ଟାରେ ରାଜେନ୍ଦ୍ର ଏକ ବାଇକରେ ଯିବା ବେଳେ ଉଜ୍ଜ୍ୱଳମଣୀ ତାଙ୍କ ସହ ତାଙ୍କର ଦେଖା ହୋଇଥିଲା। ସେଠାରୁ ଉଭୟେ ଗଁାପାଖ ଏକ ବ୍ରିଜ ପାଖକୁ ଯାଇ ମଦ ପିଇଥିଲେ। ଏହି ସମୟରେ ସେମାନଙ୍କ ସହ ସେଠାରେ ଉଜ୍ଜ୍ୱଳମଣୀଙ୍କର ଜଣେ ସହଯୋଗୀ ମଧ୍ୟ ଉପସ୍ଥିତ ଥିଲେ। ମଦ ପିଇବା ପରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଜ୍ଜ୍ୱଳମଣୀ ଏକ ଗାମୁଛାରେ ରାଜେନ୍ଦ୍ରଙ୍କ ବେକକୁ ଚିପି ମାରି ଦେଇଥିଲେ। ପରେ ବାଇକ ଓ ମୃତଦେହକୁ ଘଟଣାସ୍ଥଳରୁ ଆଣି ରାସ୍ତାକଡ ଜମିକୁ ଫିଙ୍ଗି ଦେଇଥିଲେ। ଏହାକୁ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ଅଭିଯୁକ୍ତ ରାଜେନ୍ଦ୍ରଙ୍କ ବାଇକକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ପୋଲିସ ଅନୁସନ୍ଧାନରେ ସମସ୍ତ ତଥ୍ୟ ସହ ହତ୍ୟାକାଣ୍ଡରେ ବ୍ୟବହୃତ ଗାମୁଛା, ପଥର, ଖାଲି ଥିବା ମଦ ପାଉଚ ଜରି, କୋଲ୍ଡଡ୍ରିଙ୍କ ବୋତଲ ଆଦି ଜବତ କରିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ବିବେଚନା କରି ପୋଲିସ ଦଫା ୩୦୨, ୩୪ରେ ଏକ ମାମଲା(ନଂ. ୧୧୪/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ମୃତକଙ୍କ ସ୍ତ୍ରୀଙ୍କୁ ହତ୍ୟା ସମ୍ପର୍କରେ ପୋଲିସ ପଚରାଉଚରା କରିଥିଲା। ତାଙ୍କ ବୟାନରେ ତାଳମେଳ ନ ଥିବା ଉପଲବ୍ଧି କରି ପୋଲିସ ତାଙ୍କୁ ସନ୍ଦେହ ପରିସରକୁ ଆଣିଥିଲା। ପରେ ତାଙ୍କ ମୋବାଇଲ ଫୋନ କଲ ରେକର୍ଡକୁ ଯାଞ୍ଚ କରାଯାଇଥିଲା। ହତ୍ୟା ପୂର୍ବରୁ ଓ ପରେ ଉଜ୍ଜ୍ୱଳମଣୀଙ୍କ ସହ ସେ ଏକାଧିକ ଥର କଥା ହୋଇଥିବା ଯାଞ୍ଚରୁ ଜଣାପଡିଥିଲା। ଏହି ତଥ୍ୟ ପାଇବା ପରେ ପୋଲିସ ଉଜ୍ଜ୍ୱଳମଣୀଙ୍କୁ ସୋମବାର ସକାଳେ ତାଙ୍କ ଗଁା ଦେସିଲରୁ ଧରିଥିଲା। ତାଙ୍କୁ ଜେରା ବେଳେ ସେ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏହି ହତ୍ୟାକାଣ୍ଡରେ ମୃତକଙ୍କ ସ୍ତ୍ରୀ ଏବଂ ମଦ ପିଇବା ସମୟରେ ଉପସ୍ଥିତ ଫେରାର ଅଭିଯୁକ୍ତଙ୍କର ସମ୍ପୃକ୍ତି ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଖବରଦାତା ସମ୍ମିଳନୀରେ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମୋହିନି ମଲ୍ଲିକ, ଏସଆଇ ମନୋଜ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ସକାଳେ ରାଜେନ୍ଦ୍ରଙ୍କ ମୃତଦେହ ଘଣ୍ଟବାହାଲି ନିକଟ ବାଗଡେର ଗଁା ପାଖ ରାସ୍ତାକଡରେ ପଡିଥିବା ଦେଖି ଲୋକେ ପୋଲିକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri