ରାଜସ୍ବ ମନ୍ତ୍ରୀଙ୍କୁ ପୌରାଞ୍ଚଳ ପଟ୍ଟା ବିହୀନ ବାସିନ୍ଦା ସଂଘର ଦାବିପତ୍ର

ବାରିପଦା ଅଫିସ,୧୩ା୮- ମୟୂରଭଞ୍ଜ ଜିଲା ବାରିପଦା ପୌରାଞ୍ଚଳ ପଟ୍ଟା ବିହୀନ ବାସିନ୍ଦା ସଂଘ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ସେମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ଦାବିପତ୍ର ପ୍ରଦାନ କରିଛି। ସଂଘର ଏକ ୩ ଜଣିଆ ପ୍ରତିନିଧି ଦଳ ମନ୍ତ୍ରୀ ମାରାଣ୍ଡିଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ସଂଘର ସଭାପତି ନନ୍ଦ କୁମାର ମହାପାତ୍ର, ସାଧାରଣ ସମ୍ପାଦକ କାହ୍ନୁ ଚରଣ ବେହେରା ଓ ଉପାଦେଷ୍ଟା ପ୍ରଧ୍ୟାପକ ଗୋପବନ୍ଧୁ ପ୍ରମୁଖ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିବା ଦାବିଗୁଡିକ ମଧ୍ୟରେ ବାରିପଦା ସହରର ସଂଖ୍ୟାଧିକ ବସ୍ତି ବାସିନ୍ଦା ଯେଉଁ ଜାଗାରେ ଘର କରି ବସବାସ କରୁଛନ୍ତି, ତାହା ସାବକ ଖାତାରେ ଗ୍ରାମ୍ୟ ଜଙ୍ଗଲ କିସମ ଭାବେ ଉଲ୍ଲେଖ ରହିଛି। ଏଣୁ ପ୍ରଶାସନିକ ଅଧିକାରୀମାନେ ଆଳ ଦେଖାଇ ଜମି ଅଧିକାର ପ୍ରମାଣପତ୍ର ଦେଉ ନାହାନ୍ତି। ଏ ଦିଗରେ ରାଜସ୍ବ ମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିବା ସହ ସଂଘର ବିଭିନ୍ନ ଅସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri