Posted inଖେଳ

ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୋରେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୫ା୬ (ପି.ଟି.)-ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଭାରତର ପୂର୍ବତନ ଉଇକେଟକିପର କିରଣ ମୋରେ। ବିଶ୍ୱକପ୍‌ ବିଜୟୀ ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ହୋଇଥିବା ବାୟୋପିକ୍‌ ‘ଏମ୍‌.ଏସ୍‌. ଧୋନୀ ଦି ଅନ୍‌ଟୋଲ୍ଡ ଷ୍ଟୋରି’ରେ ମୁଖ୍ୟନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ରାଜପୁତ। ୩୪ବର୍ଷୀୟ ଏହି ବଲିଉଡ୍‌ ଅଭିନେତା ରବିବାର ସକାଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ମୋରେ କହିଛନ୍ତି, ରାଜପୁତଙ୍କ ମୃତ୍ୟୁ ଖବର ମୋତେ ସ୍ତମ୍ଭୀଭୂତ ଓ ଗଭୀର ମର୍ମାହତ କରିଛି। ଜଣେ ଉଚ୍ଚଶିକ୍ଷିତ, କଠିନ ପରିଶ୍ରମୀ ଓ ସଫଳ ବ୍ୟକ୍ତିତ୍ୱ ହୋଇଥିବା ସ୍ଥଳେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାହା ମୁଁ ବୁଝି ପାରୁ ନାହିଁ। ୨୦୧୬ର ବ୍ଲକ୍‌ବୁଷ୍ଟର ପାଇଁ ପାଟଣାରେ ଜନ୍ମିତ ଏହି ଅଭିନେତାଙ୍କୁ ଧୋନୀଙ୍କ ଭୂମିକା ପାଇଁ ମୋତେ ଟ୍ରେନିଂ ଦେବାକୁ ହୋଇଥିଲା। ଜଣେ କ୍ରିକେଟରଙ୍କ ଭଳି ରାଜପୁତଙ୍କୁ ୯ ମାସ ଧରି ତାଲିମ ଦେଇଥିଲି। ଧୋନୀଙ୍କ ହେଲିକପ୍ଟର ଶଟ୍‌ ଶିଖାଇବାକୁ ପଡ଼ିଥିଲା ବୋଲି ୫୭ ବର୍ଷୀୟ ପୂର୍ବତନ ଜାତୀୟ ଚୟନ କମିଟି ମୁଖ୍ୟ କହିଛନ୍ତି। କ୍ରିକେଟରେ ଉଇକେଟକିପିଂ ସହଜ କଥା ନୁହେଁ। ଶିକ୍ଷାଦାନ ବେଳେ ଅନେକଥର ବଲ୍‌ ରାଜପୁତଙ୍କ ହାତ, କାନ୍ଧ ଓ ଜଙ୍ଘରେ ବାଜିଛି। ହେଲେ ଶେଷରେ ସେ ଉଇକେଟକିପିଂ ଶିଖି ଯାଇଥିଲେ। ଅନ୍ୟପକ୍ଷରେ ମୋରେ କହିଛନ୍ତି କୋଭିଡ୍‌-୧୯ ମହାମାରୀ ବେଳେ ମାନସିକ ସ୍ବାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ସଂକ୍ରମଣ ଆଶଙ୍କା ଯୋଗୁ ଲକ୍‌ଡାଉନ୍‌ ବେଳେ ଲୋକମାନଙ୍କୁ ବାଧ୍ୟତାମୂଳକ ଭାବେ ଘରେ ରହିବାକୁ ପଡ଼ିଥାଏ। ଏହାଦ୍ୱାରା ମାନସିକ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେବାର ସମ୍ଭାବନା ରହିଥାଏ। ବର୍ତ୍ତମାନ ପରିସ୍ଥିତିରେ ଆମମାନଙ୍କୁ ମାନସିକ ଭାବେ ଦୃଢ଼ ହେବାକୁ ପଡ଼ିବ। ଆମ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ରକ୍ଷା କରିବାକୁ ହେବ। ବିଶେଷକରି ଯେଉଁମାନେ ଏକାକୀ ରହୁଛନ୍ତି ସେମାନଙ୍କ ପାଇଁ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଆମର ଯେଉଁ ବିଷୟ ପ୍ରତି ରୁଚି ରହିଛି ସେଥିରେ ଆମକୁ ବ୍ୟସ୍ତ ରଖିବାକୁ ହେବ ବୋଲି ଭାରତର ପୂର୍ବତନ ଉଇକେଟକିପର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri