ରାଜଧାନୀ ରାସ୍ତାରେ ଅଭାବନୀୟ ଦୃଶ୍ୟ; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼

ଭୁବନେଶ୍ୱର,୭ା୧୧(ବ୍ୟୁରୋ) ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସପୋର୍ଟ ଅଫିସ ନିକଟରେ ବୁଧବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ସର୍ବ ସମ୍ମୁଖରେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼। ଯୁବକ ଜଣକ ଚିତ୍କାର କରି ଦୌଡ଼ୁଥିବାବେଳେ ଦୁଇଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼ କରିଛନ୍ତି। ନୟାପଲ୍ଲୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଜଣେ ଅଭିଯୁକ୍ତଙ୍କୁ କାବୁ କରିବା ସହ ଆକ୍ରମଣର ଶିକାର ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତ ଯୁବକ ହେଲେ ଏହି ଥାନାଞ୍ଚଳରେ ରହୁଥିବା ଅଭୟ ନାୟକ। ପୋଲିସ ଏହି ଘଟଣାରେ ମାମଲା ନଂ.୫୭୨/୧୯ ରୁଜୁ କରି ଗୁରୁବାର ୨ ଅଭିଯୁକ୍ତ ସ୍ମୃତି ରଞ୍ଜନ ସେଠୀ ଓ ଭାଇ ବିଜୟ ନାୟକଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
ପୋଲିସ ସୂଚନାନୁସାରେ, ପାସପୋର୍ଟ ଅଫିସ ନିକଟରେ ଅଭୟଙ୍କ ଦାଦା ରବୀନ୍ଦ୍ର ନାୟକ କ୍ୟାବିନ ପକାଇ ଦୋକାନ କରିଛନ୍ତି। ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ କ୍ୟାବିନକୁ ଓଲଟାଇ ଦେଇଥିଲେ। ପୂର୍ବରୁ ରବୀନ୍ଦ୍ରଙ୍କ ସହ ସ୍ମୃତିରଞ୍ଜନଙ୍କର ତିକ୍ତତା ଥିଲା। ସ୍ମୃତି ରଞ୍ଜନ ହିଁ ଏପରି କାଣ୍ଡ କରିଥିବା ସନ୍ଦେହ କରି ରବୀନ୍ଦ୍ରଙ୍କ ପୁତୁରା ଅଭୟ ତାଙ୍କୁ ପଚାରିବାକୁ ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ମାର୍‌ପିଟ୍‌ ହୋଇଥିଲା। ଏ ନେଇ ସ୍ମୃତି ଥାନାରେ ଅଭିଯୋଗ କରି ଫେରିବା ସମୟରେ ପାସ୍‌ପୋର୍ଟ ଅଫିସ ଛକ ନିକଟରେ ଅଭୟ ଥିବା ଦେଖି ତାଙ୍କୁ ଆକ୍ରମଣ ପାଇଁ ଯୋଜନା କରି ବଡ଼ଭାଇ ବିଜୟଙ୍କୁ ଡକାଇଥିଲେ। ସେ ପହଞ୍ଚତ୍ବା ପରେ ଉଭୟ ମିଶି ଅଭୟ ଓ ଦାଦା ରବୀନ୍ଦ୍ରଙ୍କୁ ଛୁରି ଧରି ଗୋଡ଼ାଇଥିଲେ। ତେବେ ରବୀନ୍ଦ୍ର ଖସି ପଳାଇଥିବାବେଳେ ଅଭୟ କିନ୍ତୁ ବର୍ତ୍ତିପାରି ନ ଥିଲେ। ସ୍ମୃତି ଓ ବିଜୟ ଛୁରିରେ ଅଭୟଙ୍କ ଛାତି, ପେଟ ଓ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ପରେ ଚୋଟ ମାରିଥିଲେ। ଲୋକମାନେ ଦେଖୁଥିଲେ ମଧ୍ୟ କେହି ଉଦ୍ଧାର କରିବାକୁ ସାହସ କରି ନ ଥିଲେ। ଅଭୟଙ୍କ ଚିତ୍କାର ଶୁଣି ସେହିବାଟ ଦେଇ ଯାଉଥିବା ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ଅଟକି ଯିବା ସହ ତୁରନ୍ତ ସେଠାରେ ପହଞ୍ଚତ୍ ସ୍ମୃତିରଞ୍ଜନଙ୍କୁ ମାଡ଼ିବସିଥିଲେ। ପରେ ଅଭୟଙ୍କୁ ଗୁରୁତର ଅବସ୍ଥାରେ ଥାନା ଗାଡ଼ିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଟ୍ରାଜେଡି: ସିବିଆଇ ତଦନ୍ତକୁ ବିଜେଡିର ସ୍ବାଗତ

ଭୁବନେଶ୍ବର ୫।୬: ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତକୁ ବିଜେଡି ସ୍ବାାଗତ କରିଛି। ଏ ନେଇ ଦଳର ଉପ ସଭାନେତ୍ରୀ ତଥା...

୩ରୁ କମିବ ଝଡ଼ବର୍ଷା

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଅସହ୍ୟ ତାତି ଜାରି ରହିଥିବାବେଳେ ଅପରାହ୍ନରୁ ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଶୁକ୍ରବାର...

ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ଶିକ୍ଷା ଗୁରୁ

ଭୁବନେଶ୍ୱର,୪।୬(ବ୍ୟୁରୋ): ଡ. ବିଜୟ କୁମାର ସାହୁ। ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ। ୧୯୬୩ ଜୁନ୍‌ ୧ରେ ଖୋର୍ଦ୍ଧା ଜିଲାରେ ଜନ୍ମଗ୍ରହଣ କରିଥିବା ବିଜୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ...

ରାଜ୍ୟବାସୀଙ୍କୁ କାମର ହିସାବ ଦେବେ ସରକାର

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ଆସନ୍ତା ମେ’ ୨୯ ତାରିଖରେ ବିଜେଡି ସରକାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବ। ସରକାର ରାଜ୍ୟବାସୀଙ୍କୁ ନିଜ କାମର ହିସାବ ଦେବେ।...

ରାଜଧାନୀରୁ ଆଉ ୧୦୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୭।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଆଉ ୧୦୧ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫୨ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୪୯ ଲୋକାଲ କଣ୍ଟାକ୍ଟ...

CORONAVIRUS UPDATE: ରାଜ୍ୟରେ ଆଜି ୧୪୩୪ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ରବିବାର ୧୪୩୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦୧୫୭୪କୁ ବୃଦ୍ଧି ପାଇଥିବା ରାଜ୍ୟ...

ଅବହେଳିତ ଅବସ୍ଥାରେ ଜୟଦେବ ପୀଠ

ବାଲିଅନ୍ତା,୧୭ା୧(ଡି.ଏନ.ଏ): ଗୀତ ଗୋବିନ୍ଦର ରଚୟିତା କବି ଜୟଦେବଙ୍କ ଜନ୍ମପୀଠ ବାଲିଅନ୍ତା ବ୍ଲକ କେନ୍ଦୁଲିକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଛି । ହେଲେ ଦୀପତଳ ଅନ୍ଧାର ଭଳି...

ସାଢ଼େ ଚାରି କୋଟି ଓଡ଼ିଆ ମୋ ପରିବାର, ସେମାନଙ୍କୁ ସମସ୍ତ ସୁଖ ସୁବିଧା ମିଳୁ ବୋଲି ମୁଁ ଚାହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ସେମାନଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ଲାଗି କାମ କରିବା ଉଚିତ। ଆମ ସରକାର ଉପରେ...

Advertisement
Archives

Model This Week