ରହଣିଆରେ ଅଗ୍ନିକାଣ୍ଡ: ୧୦ ବଖରା ଜଳିଗଲା

ଭଦ୍ରକ ଅଫିସ, ୨୨।୧୧- ଭଦ୍ରକ ପୌରପାଳିକାର ଚରମ୍ପା ୨ ନମ୍ବର ୱାର୍ଡ ବରାଳପୋଖରୀ ରହଣିଆ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ପରିବାରର ୧୦ ବଖରା ଘର ଜଳିଯାଇଛି। ଗ୍ରାମର ବିଜୟ ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ବୈଶାଖୀ ପ୍ରଧାନ, ପ୍ରମିଳା ପ୍ରଧାନ, ମଞ୍ଜୁଳା ପ୍ରଧାନ ଓ ଉର୍ମିଳା ପ୍ରଧାନଙ୍କ ଘର ପୋଡ଼ି ଯାଇଛି। ଅଗ୍ନିକାଣ୍ଡରେ ପ୍ରତ୍ୟେକଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଆକଳନ କରାଯାଉଛି। ନିଅଁାର ପ୍ରଖର ଏତେ ତୀବ୍ର ଥିଲା ଯେ ଭଦ୍ରକ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ନିୟୋଜିତ ହୋଇଥିଲେ ମଧ୍ୟ ନିଅଁାକୁ ଆୟତ୍ତ କରିବା ପାଇଁ ୩ ଘଣ୍ଟା ଲାଗିଥିଲା। ନିଅଁା ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ପକ୍ଷରୁ ହରେକୃଷ୍ଣ ମହାପାତ୍ର, ସମରେନ୍ଦ୍ର ଧଳ, କିଶୋର ମହାଳିକ ଓ ସାଗର ସେଠୀ ପ୍ରମୁଖ ନିୟୋଜିତ ହୋଇଥିଲେ। ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ ଏହି ଅଗ୍ନି ବିପନ୍ନମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମିରୁ ମାଟି ଉଠାଣ

ରୂପସା, ୨୯।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ବସ୍ତା ବ୍ଲକ ନଟାକଟା ଗ୍ରାମରେ ଥିବା ସରକାରୀ ଜମିରୁ ବେଆଇନ ଭାବେ ମାଟି ଉଠାଇ ଚାଲାଣ ହେଉଥିବା ଅଭିଯୋଗ ହୋଇଛି।...

ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ

ଭୁବନେଶ୍ବର,୨।୮: ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ସୋମବାର ପରଲୋକ ହୋଇଯାଇଛି। ତାଙ୍କୁ ୭୬ ବର୍ଷ ହୋଇଥିଲା। ଅରୁଣ କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେଲା...

କରୋନା ମୁକାବିଲା: ଜି.ଉଦୟଗିରି ବିଧାୟକ ଦେଲେ ୪୦ ଲକ୍ଷ

ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲାପ୍ରଶାସନକୁ ପ୍ରଚୁର ପାଣ୍ଠିର ଆବଶ୍ୟକତା ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କ ଅତିରିକ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ...

ବୁଗୁଡ଼ା ଏନ୍‌ଏସି: ସରିଲା ଯାଞ୍ଚ, ରହିଲେ ୩୩ ପ୍ରାର୍ଥୀ

ବୁଗୁଡ଼ା,୧୦ା୩(ଡି.ଏନ.ଏ.):ବୁଗୁଡ଼ା ଏନଏସି ଅଧ୍ୟକ୍ଷ ପଦବୀ ପାଇଁ ୭ ଜଣ ଏବଂ ୧୩ ୱାର୍ଡର କାଉନଶିଲର ପଦବୀ ପାଇଁ ୨୬ ଜଣ ଏପରି ମୋଟ ୩୩ ଜଣ...

ମେଶିନ ଲଗାଇ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ

ବୁଗୁଡ଼ା,୧୮।୧(ଡି.ଏନ.ଏ.): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନା (ଏମଜିଏନଆରଇଜିଏସ)ରେ ପ୍ରକଳ୍ପ ଚୟନ କରାଯାଇ ମଞ୍ଜୁର ହେବା...

ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ପାଟଣା ବନ୍ଦ

ପାଟଣା,୧୫।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ନେଇ ୧୨ ଘଣ୍ଟିଆ ପାଟଣା ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନକାରୀମାନେ ସୋମବାର ସକାଳ...

ଭୋଟ ଦେବାକୁ ଆସି ଚାଲିଗଲା ମହିଳାଙ୍କ ଜୀବନ

ଚିତ୍ରକୋଣ୍ଡା,୨୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗା ପଞ୍ଚାୟତ ବାଣାଝୋଲି ଗ୍ରାମର ଜଣେ ମହିଳା ଭୋଟ ଦେବାକୁ ଆସି ତାଙ୍କର ଜୀବନ ଯାଇଛିି। ସେ...

ଜଳ ପାଲଟିଛି ଜହର

ଖୋର୍ଦ୍ଧା ଅଫିସ,୨।୮: କୁହାଯାଏ ଜଳ ହିଁ ଜୀବନ। ଦୈନନ୍ଦିନ ଜୀବନରେ ଜଳର ଅତି ଆବଶ୍ୟକତା ରହିଛି। ଜଳ ବିନା ଜୀବଜଗତ ବଞ୍ଚିବା କଷ୍ଟକର। ତେବେ ଖୋର୍ଦ୍ଧା...

Advertisement
Archives

Model This Week