Posted inଖେଳ

ରଣ୍‌ଜୀ ଟ୍ରଫି: ଦିଲ୍ଲୀକୁ ଜିତାଇଲେ ରାଣା, ୩ ବର୍ଷ ପରେ ବିଦର୍ଭର ପ୍ରଥମ ପରାଜୟ

ନୂଆଦିଲ୍ଲୀ, ୨୨।୧ (ପି.ଟି.): ନୀତୀଶ ରାଣାଙ୍କ କ୍ୟାରିୟର ଶ୍ରେଷ୍ଠ ଶତକୀୟ ଇନିଂସ ବଳରେ ଏଠାରେ ଖେଳାଯାଇଥିବା ରଣ୍‌ଜୀ ଟ୍ରଫିର ଏକ ମ୍ୟାଚ୍‌ରେ ଦିଲ୍ଲୀ ୬ ଉଇକେଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ବିଦର୍ଭକୁ ପରାସ୍ତ କରିଛି। ବିଦର୍ଭ ପକ୍ଷରୁ ଧାର୍ଯ୍ୟ ୩୪୭ ରନର ଏକ ଚ୍ୟାଲେଞ୍ଜିପୂର୍ଣ୍ଣ ଟାର୍ଗେଟ୍‌କୁ ପିଛ କରି ଘରୋଇ ଦିଲ୍ଲୀ ଅନ୍ତିମ ଦିବସରେ ବୁଧବାର ୪ ଉଇକେଟ୍‌ ହରାଇ ହାସଲ କରିନେଇଛି। ଆଇପିଏଲ୍‌ରେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ବାମହାତୀ ବ୍ୟାଟ୍ସମ୍ୟାନ ରାଣା ୬୮ ବଲରୁ ୧୦୫ ରନ (୮ ଚୌକା, ୭ ଛକା) ଓ ଉଇକେଟ୍‌କିପର ଅନୁଜ ରାଓ୍ବତ ୧୮ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଧ୍ରୁବ ସୋରୀ ୪୪, ହିତେନ ଦଲଲ ୮୨, କୁନାଲ ଚାଣ୍ଡେଲା ୭୫ ରନ କରିଥିଲେ। ମ୍ୟାଚ୍‌ ବିଜୟୀ ଇନିଂସ ଲାଗି ନୀତୀଶ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦିଲ୍ଲୀର ଏହି ସ୍ମରଣୀୟ ରନ୍‌ ଚେଜ୍‌ ଯୋଗୁ ବିଦର୍ଭ ୩ ବର୍ଷ ପରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପ୍ରଥମ ପରାଜୟର ସାମ୍ନା କରିଛି। ବିଜୟ ସହ ଦିଲ୍ଲୀ ୫ ମ୍ୟାଚ୍‌ରୁ ୧୬ ପଏଣ୍ଟ ପାଇ ଗ୍ରୁପ୍‌- ଏ ଓ ବି’ରେ ୮ମ ସ୍ଥାନରେ ରହିଛି। ଅପରପକ୍ଷରେ ବିଦର୍ଭ ୧୭ ପଏଣ୍ଟ ସହ ଏହି ଗ୍ରୁପ୍‌ର ୬ଷ୍ଠ ସ୍ଥାନ ଲାଭ କରିଛି।
ସଂକ୍ଷିପ୍ତ ସ୍କୋର-
ବିଦର୍ଭ ପ୍ରଥମ ଇନିଂସ- ୧୭୯/୧୦
ଦିଲ୍ଲୀ ପ୍ରଥମ ଇନିଂସ- ୧୬୩/୧୦
ବିଦର୍ଭ ୨ୟ ଇନିଂସ- ୩୩୦/୩ (ଘୋଷଣା)
ଦିଲ୍ଲୀ ୨ୟ ଇନିଂସ- ୩୪୮/୪


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ପେନ୍‌ରେ ପ୍ରଫେଶନାଲ ଫୁଟ୍‌ବଲ ସସ୍‌ପେଣ୍ଡ୍‌

ମାଡ୍ରିଡ୍‌, ୨୪ା୩ (ଏଏଫ୍‌ପି)- କରୋନା ଭାଇରସ୍‌ ସଂକ୍ରମଣ ଭୟରେ ପୁନର୍ବାର ନୋଟିସ ଜାରି ନ ହେବା ପର୍ଯ୍ୟନ୍ତ ସ୍ପେନରେ ପ୍ରଫେସନାଲ ଫୁଟ୍‌ବଲକୁ ସସ୍‌ପେଣ୍ଡ କରାଯାଇଛି। ଲା...

‘ପନ୍ତଙ୍କ ସ୍ଥାନରେ କାର୍ତ୍ତିକଙ୍କୁ ଖେଳାଇବା ହାସ୍ୟାସ୍ପଦ’

ନୂଆଦିଲ୍ଲୀ,୪।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୪ଟି ମ୍ୟାଚ୍‌ ଖେଳିଛି। ଏଥିରେ ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିଥିବା ବେଳେ...

ଛାତିରେ ମା-ବାପାଙ୍କ ନାମ ଲେଖିଛନ୍ତି ଏହି ଭାରତୀୟ ଖେଳାଳି

ଭାରତ-ଅଷ୍ଟ୍ରେଲିଅାକୁ ହରାଇ ଐତିହାସକ ବିଜୟ ହାସଲ କରିଛି ଭାରତର ଏହି ବିଜୟ ସବୁଠାରୁ ସ୍ବତନ୍ତ୍ର, କାରଣ ଉକ୍ତ ସମୟରେ ଭାରତୀୟ ଦଳର ଜଣଙ୍କ ପରେ ଜଣେ...

‘ପନ୍ତ ମୋଟା ହୋଇଗଲେଣି, କିପିଂ ବେଳେ ନଇଁ ପାରୁନାହାନ୍ତି’

କରାଚି,୧୯।୬: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଫିଟ୍‌ନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବ ସ୍ପିନର ଡାନିଶ କାନେରିଆ। ପନ୍ତ ଏବେ...

ଗାଭାସ୍କରଙ୍କ ଆଇପିଏଲ ଏକାଦଶର ଅଧିନାୟକ ଧୋନୀ

ନୂଆଦିଲ୍ଲୀ, ୮।୪(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପୂର୍ବରୁ କିମ୍ବଦନ୍ତୀ ଭାରତୀୟ ଟେଷ୍ଟ ଓପନର ସୁନୀଲ ଗାଭାସ୍କର ସର୍ବକାଳୀନ ଆଇପିଏଲ ଏକାଦଶ ଚୟନ କରିଛନ୍ତି।...

ପୁରୁଷଙ୍କ ସମକକ୍ଷ ପାଉଣା ଦାବି ଉଚିତ୍‌ ନୁହଁ: ମାନ୍ଧନା

ମୁମ୍ବାଇ,୨୩।୧(ପି.ଟି.)- ପୁରୁଷ ଓ ମହିଳା କ୍ରିକେଟରଙ୍କୁ ସମାନ ପାଉଣା ଦିଆଯିବା ଉପରେ ମତ ରଖିଛନ୍ତି ତାରକା ମହିଳା କ୍ରିକେଟର ସ୍ମୃତି ମାନ୍ଧନା। ପୁରୁଷ ଓ ମହିଳା...

ତୃତୀୟ ଦିନିକିଆ: ବାଂଲାଦେଶର ବୃହତ୍‌ ବିଜୟ

ସିଲହେଟ,୭।୩- ବର୍ଷା ବାଧାପ୍ରାପ୍ତ ଜିମ୍ବାଓ୍ବେ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଡକ୍‌ଓ୍ବର୍ଥ/ ଲୁଇସ୍‌ ନିୟମରେ ୧୨୩ ରନରେ ବିଜୟୀ ହୋଇଛି। ଟସ୍‌ ହାରି...

ବୁମରାଙ୍କ ଫିଟ୍‌ନେସ ଟେଷ୍ଟ କରିବାକୁ ମନାକଲା ଏନ୍‌ସିଏ

ମୁମ୍ବାଇ,୨୦।୧୨- ବିସିସିଆଇର ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ପେସର ଯଶପ୍ରୀତ ବୁମରାଙ୍କ ଫିଟ୍‌ନେସ ଟେଷ୍ଟ ନେବାକୁ ମନା କରି ଦେଇଛି। ବୁମରା ନିକଟରେ ଏନ୍‌ସିଏରେ ଟ୍ରେନିଂ...

Advertisement
Archives

Model This Week