ରଣପୁରରେ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା

ରଣପୁର,୧୪ା୫ (ସ୍ବ.ପ୍ର.)- ପୁରୀ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସହ ସାମଞ୍ଜସ୍ୟ ରହୁଥିବା ରଣପୁର ଜଗନ୍ନାଥ ମନ୍ଦିରରେ ମଧ୍ୟ ବାରମାସରେ ତେରପର୍ବ ପାଳିତ ହୋଇଥାଏ। ତନ୍ମଧ୍ୟରୁ ଚନ୍ଦନ ଯାତ୍ରା ଅନ୍ୟତମ। ଠାକୁରଙ୍କ ଜଳକ୍ରୀଡାକୁ ଚନ୍ଦନ ଯାତ୍ରା କୁହାଯାଏ। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୨୧ଦିନ ଧରି ଅନୁଷ୍ଠିତ ହୋଇଥାଏ। ମନ୍ଦିରରେ ଥିବା ଦୋଳଗୋବିନ୍ଦଙ୍କ ସହିତ ପଞ୍ଚୁ ମହାଦେବ ବଧି ପୋଖରୀରେ ଜଳକ୍ରୀଡା କରିଥାନ୍ତି। ବୈଶାଖ ମାସର ଅସହ୍ୟ ରୌଦ୍ରତାପ ଠାକୁରମାନଙ୍କୁ ପ୍ରଭାବିତ କରିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଠାକୁରମାନେ ଜଳ କ୍ରୀଡା କରିବାର ପରମ୍ପରା କେଉଁ ଆବାହମାନ କାଳରୁ ରହିଛି ା ଏହି ପରମ୍ପରାକୁ ଦୃଷ୍ଟିରେ ରଖି ପ୍ରତ୍ୟହ ଅପରାହ୍ନରେ ଠାକୁରମାନେ ଜଗନ୍ନାଥ ମନ୍ଦିରଠାରୁ ଶୋଭାଯାତ୍ରାରେ ଆସି ବଧିପୋଖରୀରେ ଚାପ ଖେଳିଥାନ୍ତି। ଚଳିତବର୍ଷ ବାତ୍ୟା ଫନୀ ଯୋଗୁ ଶ୍ରୀ ଜୀଉଙ୍କ ଶୋଭାଯାତ୍ରା ଓ ଚାପ ଖେଳ ଆଡମ୍ବର ସହକାରେ ହେଉନାହିଁ ବୋଲି ଭକ୍ତମାନେ ପ୍ରକାଶ କରିଛନ୍ତି। ବଧି ପୁଷ୍କରିଣୀ ମଝିରେ ଥିବା ଚାପଘରେ ଠାକୁରମାନେ ଚାପ ଖେଳିଥାନ୍ତି। ସେଠାରେ ନୀତିକାନ୍ତି କରାଯାଇ ଠାକୁରମାନଙ୍କୁ ଜଗତି ଉପରେ ବିଜେ କରାଯାଇ ଜଳ ଲାଗି କରାଯାଇଥାଏ। ପରେ ଠାକୁରମାନଙ୍କ ବେଶ କରାଯାଇ ଶୀତଳ ମଣୋହି ପଞ୍ଚ ଉପଚାରରେ ପୂଜା ପାଇଥାନ୍ତି। ପୁନଶ୍ଚ ଠାକୁରମାନେ ବିଭିନ୍ନ ବେଶ ହୋଇ ଡଙ୍ଗାରେ ଚାପକ୍ରୀଡା କରିଥାନ୍ତି। ଏହା ଦେଖିବା ପାଇଁ ରାତ୍ରରେ ଆଖପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ ା ମଧ୍ୟରାତ୍ରରେ ଠାକୁରମାନେ ମନ୍ଦିରକୁ ଫେରିଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିପୁର ସରପଞ୍ଚ ପଦବୀ ଅସିଦ୍ଧ ଘୋଷଣା

ଆସିକା,୨୬ା୨(ଡି.ଏନ୍‌.ଏ.) – ଆସିକା ବ୍ଲକ ଆଲିପୁର ପଞ୍ଚାୟତ ନିର୍ବାଚନକୁ ନେଇ ହୋଇଥିବା ଏକ ମାମଲାର ବିଚାରକରି ମଙ୍ଗଳବାର ଆସିକାର ଅତିରିକ୍ତ ଜିଲାଜଜ୍‌ ରାଜଲକ୍ଷ୍ମୀ ପଟ୍ଟନାୟକ ସରପଞ୍ଚ...

କଳାବଜାରୀ ରୋକିବାକୁ କୃଷି ବିଭାଗର ଚଢାଉ : ଯୋଗାଣ ହେଲା ୧୧୩୨ ମେଟ୍ରିକ ଟନ

ନୂଆପଡା ଅଫିସ,୧୯ା୯: ବର୍ତ୍ତମାନ ଜିଲାରେ ଚାଷ କାର୍ଯ୍ୟ ଧୂମଧାମରେ ଚାଲିଥିବାବେଳେ ୟୁରିଆ ସାର ଯୋଗାଣରେ ବିଳମ୍ବ ହୋଇଥିବାରୁ ଏହାରି ସୁଯୋଗ ନେଇ ଅସାଧୁ ବେପାରୀମାନେ କଳାବଜାରୀ...

ମମତା ହେଲେ ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା

ପୁରୁଷୋତ୍ତମପୁର,୨୩ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଉପାଧ୍ୟକ୍ଷା ନିର୍ବାଚନ ବୁଧବାର ଶେଷ ହୋଇଛି। ୨୬ଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ଉପାଧ୍ୟକ୍ଷା ପଦବୀ ଲାଗି ଅନ୍ତରିଗାଁ...

ଗାନ୍ଧୀ ଭବନ ହେଉ ନ ଥିବାରୁ କ୍ଷୋଭ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଜି ରାଉତ ଛାତ୍ରାବାସ ଏବଂ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ଗାନ୍ଧିଜୀଙ୍କ ଅନୁଗୋଳ ଆଗମନର...

ବିଜେପୁର: ପ୍ରସଙ୍ଗ ନୁହେଁ, ପତିଆରା ରାଜନୀତି

ବିଜେପୁର,୧୩।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ସପ୍ତାହେ ବାକି ଅଛି। ଦେଢ଼ବର୍ଷ ମଧ୍ୟରେ ତୃତୀୟଥର ନିର୍ବାଚନ ଦେଖୁଛନ୍ତି ବିଜେପୁର ଭୋଟର। ଲଗାତର ନିର୍ବାଚନ ଫଳରେ...

ଶାଶୁ, ଶ୍ୱଶୁରଙ୍କୁ ମାସିକ ଭରଣ ପୋଷଣ ଦେବେ ବିଧବା ବୋହୂ

ଭଦ୍ରକ ଅଫିସ,୮ା୧୧:ଭଦ୍ରକ ପରିବାର ଅଦାଲତ ବିଚାରପତି ପ୍ରଜ୍ଞା ପାରମିତା ରାଉଳ ସୋମବାର ଏକ ମାମଲାର ବିଚାର କରି ବୃଦ୍ଧା ଶାଶୁ, ଶ୍ୱଶୁରଙ୍କୁ ଭରଣ ପୋଷଣ ବାବଦରେ...

ଟ୍ରାକ୍ଟରରେ ଚାଲାଣ ହେଉଥିଲା ଶିଶୁ କାଠ ପଟା: ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ବନବିଭାଗ

ଚିତ୍ରକୋଣ୍ଡା,୨୨।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ୨୫ଟି ଶିଶୁ କାଠ ପଟା ଜବତ କରାଯାଇଛି। ଏକ ମହିନ୍ଦ୍ରା ଟ୍ରାକ୍ଟର ନମ୍ବର( ଓଡି...

ଗୋଳନ୍ଥରା ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣା: ଏଏସ୍‌ଆଇ, କନଷ୍ଟେବଳ ନିଲମ୍ବିତ

ଗୋପାଳପୁର,୪ା୫: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପରିସରରେ ସୋମବାର ରାତିରେ ଜଣେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା କରିଥିବାରୁ ଥାନା...

Advertisement
Archives

Model This Week