Posted inଖେଳ

ରଣଜୀ ଟ୍ରଫି : ଗୋବିନ୍ଦଙ୍କ ଶତକ ସତ୍ତ୍ୱେ ଓଡ଼ିଶା ପରାସ୍ତ

କଟକ ଅଫିସ,୮ା୨-
ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ମହାରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପରାସ୍ତ ହୋଇଛି। ୪ର୍ଥ ଦିବସ ଅନ୍ତିମ ସେସନ୍‌ରେ ବ୍ୟାଟିଂ ବିପର୍ଯ୍ୟୟ ଦଳ ପାଇଁ ମହଙ୍ଗା ପଡ଼ିଛି। ଗୋବିନ୍ଦ ପୋଦ୍ଦାରଙ୍କ ଶତକ ସହାୟତାରେ ଓଡ଼ିଶା ମ୍ୟାଚକୁ ଡ୍ର ରଖିବା ସମ୍ଭାବନା ସୃଷ୍ଟି କରିଥିଲେ ହେଁ ଶେଷରେ ୧୦ ଉଇକେଟରେ ହାରିଛି। ପରାଜୟ ସହିତ ଓଡ଼ିଶା ଏଲିଟ ଗ୍ରୁପ-ସି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଖସିଛି। ୮ଟି ମ୍ୟାଚ୍‌ରୁ ୩୫ ପଏଣ୍ଟ ସଂଗ୍ରହ କରିଛି ଓଡ଼ିଶା। ମହାରାଷ୍ଟ୍ର ୨୮ ପଏଣ୍ଟ ପାଇଁ ୫ମ ସ୍ଥାନରେ ଥିବା ବେଳେ ଜମ୍ମୁ-କଶ୍ମୀର ୩୯ ପଏଣ୍ଟ ସହ ଗ୍ରୁପ ଶୀର୍ଷରେ ରହିଛି। ଆସନ୍ତା ୧୨ରୁ ବାରବାଟୀ ଷ୍ଟାଡିୟମରେ ଝାଡ଼ଖଣ୍ଡ ବିପକ୍ଷରେ ଓଡ଼ିଶା ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ ଖେଳିବ।
ଓଡ଼ିଶା ପ୍ରଥମ ଇନିଂସରେ ୨୯୩ରନରେ ଅଲଆଉଟ ହେବା ପରେ ମହାରାଷ୍ଟ୍ର ୫ ଉଇକେଟ ହରାଇ ୫୪୩ରନ କରି ପ୍ରଥମ ଇନିଂସ ଘୋଷଣା କରିଥିଲା। ଅଧିନାୟକ ଅଙ୍କିତ ବାୱନେ ଅପରାଜିତ ୨୦୪ରନର ଦ୍ୱିଶତକୀୟ ଇନିଂସ ଖେଳିଥିଲେ। ଗୁରୁବାର ଷ୍ଟମ୍ପ ଅପସାରଣ ସୁଦ୍ଧା ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ୧୧ ଓଭର ଖେଳି ୨୪ରନ କରିଥିଲା। ଓପନର ଶାନ୍ତନୁ ମିଶ୍ର ୧୪ ଓ ଅନୁରାଗ ଷଡ଼ଙ୍ଗୀ ୧୦ରନରେ ଅପରାଜିତ ଥିଲେ। ୨୨୬ରନ ପଛରେ ଥିବା ଓଡ଼ିଶା ଚତୁର୍ଥ ଦିବସରେ ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରିବା ସହ ମ୍ୟାଚ୍‌କୁ ଡ୍ର ରଖିବା ପାଇଁ ଚେଷ୍ଟା କରିଥିଲା। ତେବେ ଶୁକ୍ରବାର ଖେଳ ଆରମ୍ଭର ଦ୍ୱିତୀୟ ଓଭରରେ ଓପନର ଶାନ୍ତନୁ ୨୧ରନରେ ଆଉଟ ହୋଇଥିଲେ। ଚଳିତ ସିଜନରେ ବ୍ୟାଟିଂ ପ୍ରଦର୍ଶନକୁ ନେଇ ସଂଘର୍ଷ କରୁଥିବା ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ସେ ୧୨ରନରେ ଆଉଟ ହୋଇଥିଲେ। ୫୯ରନରେ ୨ଟି ଉଇକେଟ ହରାଇଥିବା ଓଡ଼ିଶା ୩ୟ ଉଇକେଟ ଭାଗିଦାରୀରେ ୯୪ରନ ସଂଗ୍ରହ କରିଥିଲା। ଅନୁରାଗ ଓ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ୧୧୫ବଲରୁ ୫୦ରନ କରିଥିବା ଅନୁରାଗ ୭୩ରନ କରି ଆଉଟ ହୋଇଥିଲେ। ଅନୁରାଗଙ୍କ ଉଇକେଟ ଦଖଲ ମହାରାଷ୍ଟ୍ର ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ୩ୟ ଉଇକେଟ ପତନ ସମୟରେ ୪୨ରନ କରିଥିବା ଗୋବିନ୍ଦ ଗୋଟିଏ ପାର୍ଶ୍ୱରୁ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ହେଲେ ମଧ୍ୟକ୍ରମର ବ୍ୟାଟିଂ ବିଫଳତା ଯୋଗୁଁ ଓଡ଼ିଶା ପରାଜୟର ସମ୍ମୁଖୀନ ହୋଇଥିଲା। ବିପ୍ଳବ ସାମନ୍ତରାୟ ୧୯, ଅଭିଷେକ ରାଉତ ୨୩, ରାଜେଶ ଧୂପର ୦, ଦେବବ୍ରତ ପ୍ରଧାନ ୧, ସୂର୍ଯ୍ୟକାନ୍ତ ପ୍ରଧାନ ୬, ରାଜେଶ ମହାନ୍ତି ୦ରେ ଆଉଟ ହୋଇଥିଲେ। ୯୨ବଲରୁ ୫୦ରନ ପୂରଣ କରିବା ପରେ ୧୮୭ବଲରୁ ୧୧୮ରନ କରି ଗୋବିନ୍ଦ ୯ମ ବ୍ୟାଟ୍ସମ୍ୟାନ ଭାବେ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଇନିଂସରେ ଓଡ଼ିଶା ୨୮୯ରନରେ ଅଲଆଉଟ ହେବା ଫଳରେ ମହାରାଷ୍ଟ୍ର ସମ୍ମୁଖରେ ୪୦ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମହାରାଷ୍ଟ୍ର ପକ୍ଷରୁ ମୁକେଶ ଚୌଧୁରୀ ୪ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଅଶୟ ପାଲକାର ଓ ସତ୍ୟଜିତ ବଚାଭଙ୍କୁ ୩ଟି ଲେଖାଏ ଉଇକେଟ ମିଳିଥିଲା। ଅଧିନାୟକ ଅଙ୍କିତ(୧୪ରନ) ଓ ରାହୁଲ ତ୍ରିପାଠୀ(୨୧ରନ) ଅପରାଜିତ ରହି ଦଳକୁ ଜିତାଇଥିଲେ।
ଅନ୍ତିମ ସେସନ୍‌ରେ ବାଜି ପଲଟିଲା
ମ୍ୟାଚ୍‌ଟି ଡ୍ର ରହିବ ବୋଲି ଅନୁମାନ କରାଯାଉଥିଲା। ୩ ଉଇକେଟ ହରାଇ ଓଡ଼ିଶା ୧୯୦ରନ କରିଥିବା ବେଳେ ଗୋବିନ୍ଦ ୫୯ରନ ଓ ବିପ୍ଳବ ୧୮ରନରେ ଅପରାଜିତ ଥାନ୍ତି। ହେଲେ ଅନ୍ତିମ ସେସନ୍‌ରେ ବଳକା ୯୬ରନରେ ଓଡ଼ିଶା ୭ଟି ଉଇକେଟ ହରାଇଥିଲା। ଯାହା ଫଳରେ ମ୍ୟାଚ୍‌ ସମ୍ପୂର୍ଣ୍ଣ ଭାବେ ମହାରାଷ୍ଟ୍ର ହାତକୁ ଚାଲି ଯାଇଥିଲା।
ମହାରାଷ୍ଟ୍ରର ବାଉନ୍ସ ଟ୍ରିକ୍‌
ଦ୍ୱିତୀୟ ଇନିଂସରେ ଓଡ଼ିଶା ପକ୍ଷରୁ ସର୍ବାଧିକ ରନ୍‌ କରିଥିବା ଦୁଇ ବ୍ୟାଟ୍ସମ୍ୟାନ ଅନୁରାଗ ଓ ଗୋବିନ୍ଦ ମହାରାଷ୍ଟ୍ର ପେସ୍‌ ବୋଲର ମୁକେଶ ଚୌଧୁରୀଙ୍କ ବାଉନ୍ସର ବଲରେ ଆଉଟ ହୋଇଥିଲେ। ଉଭୟଙ୍କୁ ଆଉଟ କରିବା ପାଇଁ ମହାରାଷ୍ଟ୍ର ପେସ ବୋଲରମାନେ ବାରମ୍ବାର ବାଉନ୍ସର ପକାଉଥିବା ଦେଖିବାକୁ ମିଳିଥିଲା। ଏଠାରେ କ୍ୟାରିୟରର ୮ମ ଶତକ ହାସଲ କରିଥିବା ଗୋବିନ୍ଦ ମଧ୍ୟ ଅନେକ ବାଉନ୍ସର ବଲକୁ ସଫଳତାର ସହ ସମ୍ମୁଖୀନ ହେବା ପରେ ଶେଷରେ କ୍ୟାଚ୍‌ ଆଉଟ ହୋଇଥିଲେ।
ବୋନସ ପଏଣ୍ଟ ପାଇଁ ସଂଘର୍ଷ
ଏହି ମ୍ୟାଚ୍‌କୁ ୧୦ଉଇକେଟରେ ଜିତି ମହାରାଷ୍ଟ୍ର ବୋନସ ପଏଣ୍ଟ ହାସଲ କରିଛି। ବଳକା ୧୨ ଓଭର ଖେଳରୁ ବିଜୟୀ ପାଇଁ ଦଳକୁ ୪୦ରନ ଆବଶ୍ୟକ ଥିଲା। ଅଧିନାୟକ ଅଙ୍କିତ ଓ ଆଇପିଏଲ ତାରକା ଖେଳାଳି ରାହୁଲ ତ୍ରିପାଠୀ କ୍ରିଜକୁ ଆସିଥିଲେ। କୌଣସି ଉଇକେଟ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରିବା ପାଇଁ ଦଳ ସଂଘର୍ଷ କରିଥିବା ଦେଖିବାକୁ ମିଳିଥିଲା। ଏପରିକି ଷ୍ଟମ୍ପ ଅପସାରଣ ହେବାର ଗୋଟିଏ ଓଭର ପୂର୍ବରୁ ମହାରାଷ୍ଟ୍ର ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ସିରିଜ ଖେଳିବେନି କୋହଲି, ରୋହିତ ହେବେ ଟେଷ୍ଟ ଅଧିନାୟକ!

ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳିବ...

୬ ଦିନ କ୍ୱାରାଣ୍ଟାଇନରେ ରହିବେ ଅଷ୍ଟ୍ରେଲିଆ ଖେଳାଳି

ଦୁବାଇ, ୧୩।୯: ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ବୋଲିଂ ପରାମର୍ଶଦାତା ଏରିକ୍‌ ସିମନ୍ସଙ୍କ କହିବା ଅନୁଯାୟୀ, ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ଓ୍ବାର୍ନରଙ୍କ ପରି ଅଷ୍ଟ୍ରେଲିଆ ଖେଳାଳି...

ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ହକି ପ୍ରୋ ଲିଗ୍‌ ସ୍ଥଗିତ

ଲୌସାନେ,୧୪।୩(ପି.ଟି.)- ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶନିବାର ଚଳିତ ପ୍ରୋ ଲିଗ୍‌କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ କରିଛି। ବିଭିନ୍ନ ଦେଶରୁ ମିଳିଥିବା ସୂଚନା ଓ...

ବିରୋଧି ଟିମ୍‌ ବୋଲରଙ୍କ ନିଦ ହଜାଇଦିଅନ୍ତି ଭାରତୀୟ ଟିମ୍‌ର ଗବ୍ବର: ଏହି ୫ ପାଳିକୁ ଆଜି ବି ମନେପକାନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଟିମ୍‌ର ଦ୍ରୁତ ଓପନୀ୍‌ ଶିଖର ଧଓ୍ବନ୍‌ ଶନିବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୯ ବର୍ଷ ପୂର୍ବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖେଳିବା ଆରମ୍ଭ...

ପାକିସ୍ତାନରେ ୧ ଦିନିକିଆ, ୩ ଟି୨୦ ମ୍ୟାଚ୍‌ ଖେଳିବ ଏମ୍‌ସିସି

ଲଣ୍ଡନ,୧୨।୨(ପି.ଟି.)- କ୍ରିକେଟରେ ନିୟମ ପ୍ରସ୍ତୁତ କରୁଥିବା ମେରିଲବୋନ କ୍ରିକେଟ କ୍ଲବ (ଏମ୍‌ସିସି) ଆଗାମୀ ପାକିସ୍ତାନ ଗସ୍ତରେ ଗୋଟେ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳିବ।...

କୋହଲିଙ୍କୁ ପ୍ରସ୍ତାବ ଦେଇଥିଲେ କିଛି ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୮।୨: “ଅତୀତରେ କିଛି ଫ୍ରାଞ୍ଚାଇଜ ମୋତେ ଅକ୍‌ଶନରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ବାଛିଥିଲି”। ଏଭଳି କହିଛନ୍ତି...

ଧୋନୀଙ୍କ ସାମ୍ନାରେ ୧୭୦ ରନ୍‌ ଟାର୍ଗେଟ୍‌ ରଖିଲେ ବିରାଟ

ଦୁବାଇ, ୧୦।୧୦: ଚଳିତ ଆଇପିଏଲ୍‌ ୨୫ତମ ମୁକାବିଲାରେ ଶନିବାର ସନ୍ଧ୍ୟାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ମଧ୍ୟରେ ମ୍ୟାଚ୍‌...

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଦୌଡ଼ରେ ଭୁବନେଶ୍ୱର

ଦୁବାଇ, ୯ା୪ (ପି.ଟି.)-ମାର୍ଚ୍ଚ ମାସ ପାଇଁ ଆଇସିସି ‘ପ୍ଲେୟର ଅଫ୍‌ ଦି ମନ୍ଥ’ ଦୌଡ଼ରେ ରହିଥିବା କ୍ରିକେଟରମାନଙ୍କ ମଧ୍ୟରେ ଭାରତର ଅଭିଜ୍ଞ ସିମ୍‌ ବୋଲର ଭୁବନେଶ୍ୱର...

Advertisement
Archives

Model This Week