Posted inଖେଳ

ରୋମାଞ୍ଚକ ହେବ ଭାରତ-ବେଲଜିୟମ ମୁକାବିଲା

ଭୁବନେଶ୍ୱର, ୮।୨(କ୍ରୀଡ଼ା ପ୍ରତିନିଧି)-
ଭାରତ ଓ ବିଶ୍ୱ ଚାମ୍ପିୟନ ବେଲଜିୟମ ମଧ୍ୟରେ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ର ହାଇ ପ୍ରୋଫାଇଲ ମ୍ୟାଚ ଶନିବାର ଓ ରବିବାର ଦୁଇ ଦିନଧରି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଶ୍ୱର ନମ୍ବରଓ୍ବାନ ଦଳକୁ ଭେଟିବାକୁ ଯାଉଥିବାରୁ ଘରୋଇ ପରିବେଶରେ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଇଛି ଭାରତ। ଅନ୍ୟପକ୍ଷରେ ହକି ବିଶ୍ୱକପ ଜିତିଥିବା ଗ୍ରାଉଣ୍ଡରେ ଆଉ ଏକ ମଧୁର ସ୍ମୃତି ନେଇ ସ୍ବଦେଶ ଫେରିବା ଲକ୍ଷ୍ୟରେ ରହିଛି ବେଲଜିୟମ। ୨୦୧୮ରେ ଏହି କଳିଙ୍ଗ ଷ୍ଟାଡିୟମରେ ହିଁ ବେଲଜିୟମ ପ୍ରଥମଥରପାଇଁ ବିଶ୍ୱ ଚାମ୍ପିୟନ ମୁକୁଟ ପିନ୍ଧିଥିଲା।
ପ୍ରୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଗତବର୍ଷ ଭାରତ ଖେଳି ନ ଥିଲା। ଏଥର କିନ୍ତୁ ପ୍ରଥମ ପଦାର୍ପଣରେ ନେଦରଲାଣ୍ଡ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି ମନପ୍ରୀତ ବାହିନୀ। ତେବେ ବେଲଜିୟମ ବିପକ୍ଷ ମୁକାବିଲା ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ଉଭୟ କୋଚ୍‌ ଗ୍ରାହାମ ରିଡ୍‌ ଓ ଅଧିନାୟକ ମନପ୍ରୀତ ସିଂ ସ୍ବିକାର କରିଛନ୍ତି। ନେଦରଲାଣ୍ଡ୍ସ ବିପକ୍ଷ ପ୍ରଥମ ମ୍ୟାଚକୁ ୫-୨ରେ ଜିତିଥିବା ଭାରତ ଦ୍ୱିତୀୟ ମ୍ୟାଚରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ମ୍ୟାଚ ୩-୩ ଗୋଲରେ ବରାବର ରହିବାପରେ ଶୁଟ୍‌ଆଉଟରେ ଘରୋଇ ଦଳ ୩-୧ଗୋଲରେ ବିଜୟୀ ହୋଇଥିଲା। କିଛିଦିନର ବ୍ୟବଧାନ ପରେ ଭାରତ ପ୍ରୋ ଲିଗ୍‌ରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ଯାଉଛି। ଫଳରେ ୫ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଖସିଛି। ୪ ମ୍ୟାଚରୁ ୧୧ ପଏଣ୍ଟ ସହିତ ବେଲଜିୟମ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଥିବାବେଳେ ସମାନ ମ୍ୟାଚରୁ ୭ ପଏଣ୍ଟ ପାଇ ନେଦରଲାଣ୍ଡ୍ସ ଦ୍ୱିତୀୟ ସ୍ଥାନରେ ରହିଛି। ୬ ପଏଣ୍ଟ ସହିତ ଅଷ୍ଟ୍ରେଲିଆ ୩ୟ ଓ ଜର୍ମାନୀ ୫ ପଏଣ୍ଟ ପାଇ ୪ର୍ଥ ସ୍ଥାନ ଅଧିକାର କରିଛି। ଚଳିତ ଲିଗ୍‌ରେ ବେଲଜିୟମ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।
ସଂଘର୍ଷପୂର୍ଣ୍ଣହେବ
ନେଦରଲାଣ୍ଡ୍ସ ବିପକ୍ଷରେ ବିଜୟ ଭାରତୀୟ ଦଳର ମନୋବଳକୁ ନିଶ୍ଚିତ ଦୃଢ଼ କରିଥିବ। ତେଣୁ ଆଗାମୀ ମ୍ୟାଚରେ ଘରୋଇ ଦଳ କଡ଼ା ଚ୍ୟାଲେଞ୍ଜ ଦେବା ସ୍ବାଭାବିକ। ଗତ ୨ଟି ମ୍ୟାଚରେ ଆମେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ହରାଇଥିଲେ ହେଁ ଭାରତ ବିପକ୍ଷ ମ୍ୟାଚ ସମ୍ପୂର୍ଣ୍ଣ ଭିନ୍ନ ରହିବ। ପୂର୍ବ ମ୍ୟାଚରେ ଭାରତ ନିଜର ଶକ୍ତି ଦେଖାଇ ସାରିଛି। ତେଣୁ ମୁକାବିଲା କଷ୍ଟସାଧ୍ୟ ହେବ ବୋଲି ଆଶା କରୁଛୁ। ତେବେ ଆମେ ଭାରତ ପରି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀକୁ ଭେଟିବାକୁ ଆଗ୍ରହର ସହିତ ଅପେକ୍ଷା କରିଛୁ। କାରଣ ଆମେ ଅଲିମ୍ପିକ୍ସ ପୂର୍ବରୁ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛୁ ବୋଲି ବେଲଜିୟମ ଅଧିନାୟକ ଥୋମାସ ବ୍ରେଲ୍ସ ପ୍ରକାଶ କରିଛନ୍ତି। ଭାରତ ଘରୋଇ ପରିବେଶରେ ଖେଳିବାକୁ ଯାଉଥିଲେ ହେଁ କଳିଙ୍ଗ ଷ୍ଟାଡିୟମରେ ପୂର୍ବ ଅନୁଭୂତିରୁ ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି ବେଲଜିୟମ। ଆମେ ଯେଉଁ ଗ୍ରାଉଣ୍ଡରେ ବିଶ୍ୱ ଚାମ୍ପିୟନ ହୋଇଥିଲୁ ପୁଣିଥରେ ସେଠାକୁ ଖେଳିବାକୁ ଆସିଥିବାରୁ ବହୁତ ଖୁସି। ଏଠାରେ ଆମର ଅନେକ ମଧୁର ସ୍ମୃତି ରହିଛି। ଏଠାକାର ଦର୍ଶକ ମଧ୍ୟ ବହୁତ ଭଲ ବୋଲି ବ୍ରେଲ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?