ରଜରେ ଭୁଟାନ ଲଟେରି ମାୟା

ନାଉଗାଁ,୧୬ା୬(ସ୍ବ.ପ୍ର.): ଓଡ଼ିଶାର ପାରମ୍ପରିକ ଗଣପର୍ବ ରଜରେ ସମସ୍ତେ ଦୋଳି ଖେଳଠାରୁ ଆରମ୍ଭ କରି ପୁଚି, କବାଡି, ଲୁଡୁ ଆଦି ବିଭିନ୍ନ ପ୍ରକାର ଖେଳକୁଦର ମଜା ନେଉଛନ୍ତି। କିନ୍ତୁ ନାଉଗାଁ ବ୍ଲକ ଡେରିକି ପଞ୍ଚାୟତର ଗଙ୍ଗଦାହାଟରେ ରଜ ଅବସରରେ ଖୋଲାଖୋଲି ଭାବେ ଚାଲିଛି ଜୁଆ ଆଡ୍ଡା। ଗତ ଏପ୍ରିଲ ମାସରେ ଉକ୍ତ ହାଟର ୨ଟି ସ୍ଥାନରେ ଜୁଆ ଆଡ୍ଡା ଚାଲିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସ ଚଢାଉ କରିଥିଲା। ଫଲରେ କିଛିଦିନ ହେଲା ଏହି ଖେଳ ବନ୍ଦ ରହିଥିଲା। ମାତ୍ର ରଜ ପାଇଁ ଏହି ଜୁଆ ଖେଳ ପୁଣି ଆରମ୍ଭ ହୋଇଯାଇଛି। ଗଙ୍ଗଦାହାଟର ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଥିବା ସରକାରୀ ହୋମିଓପ୍ୟାଥିକ ଡାକ୍ତରଖାନା ପାଖରେ ଥିବା ଏକ ଗୃହରେ ଏହି ଜୁଆ ଆଡ୍ଡା ଚାଲିଛି। ଏହି ଜୁଆ ଖେଳକୁ ଭୁଟାନ ଲଟେରି କୁହାଯାଉଛି। ଖେଳର ନିୟମ, ସିଲଭର, ଡାଇମଣ୍ଡ ଓ ଗୋଲଡେନ ବିଜୟ ସମ୍ପର୍କରେ ନିକଟରେ ଥିବା କାନ୍ଥରେ ଲେଖାଯାଇଛି। ୧୧ ଟଙ୍କାର ଲଟେରୀ ଟିକେଟ କିଣିଲେ ୧୦୦ ଟଙ୍କା ମିଳିବ ବୋଲି ଲୋକଙ୍କୁ ପ୍ରଲୋଭିତ କରାଯାଉଛି। ୦ରୁ ୯ ପର୍ଯ୍ୟନ୍ତ ସଂଖ୍ୟାକୁ ନେଇ ଏହି ଖେଳ ଇଣ୍ଟରନେଟ୍‌ ମାଧ୍ୟମରେ ଚାଲୁଛି। ଗଁା ଗହଳିରେ ବିଶେଷ କରି ଯୁବପିଢି ଏଥିରେ ଅଧିକ ଆକୃଷ୍ଟ ହୋଇ ଖେଳୁଥିବା ଲକ୍ଷ୍ୟ କରାଯାଉଛି। କେତେବେଳେ କିଏ ଟଙ୍କା ଜିତୁଛି ତ ଆଉ କିଏ ଶହ ଶହ ଟଙ୍କା ହାରୁଛି। ଟଙ୍କା ଜିତିବା ଆଶାରେ କେତେକ ଯୁବକ ଘରୁ ଚୋରି କରି ଖେଳୁଛନ୍ତି। କେତେକ ବ୍ୟକ୍ତି ଘର ସଉଦା ବନ୍ଦ କରି ଟଙ୍କା ପାଇବା ଆଶାରେ ଖେଳି ହାରୁଛନ୍ତି। ତେଣୁ ପରିବାରରେ ଅଶାନ୍ତି ଦେଖାଦେଉଛି। ଏହି ଖେଳ ସକାଳ ୯ରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପଯର୍‌ୟନ୍ତ ଚାଲୁଛି। ଏଠାକୁ ନାଉଗଁା ସମେତ ବାଲିକୁଦା ବ୍ଲକର ଲୋକେ ଆସି ଖେଳୁଛନ୍ତି। ନୂଆଗଁା ପଞ୍ଚାୟତ ଗନ୍ଧଣ ଗ୍ରାମର ଜଣେ ବ୍ୟକ୍ତି ଏହି ଆଡ୍ଡା ଚଳାଇଥିବା ଜଣାପଡିଛି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୋଲିସ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସମ୍ପର୍କରେ ନାଉଗାଁ ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ବର କର କହିଛନ୍ତି ଯେ, ଖୁବଶୀଘ୍ର ଉକ୍ତ ସ୍ଥାନରେ ଚଢ଼ାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri