ରଜମଉଜ ମହୋତ୍ସବ ଉଦ୍‌ଘାଟିତ:‘ସବୁଜ ସହର ଗଢ଼ିବାକୁ ସଂକଳ୍ପ ନିଅ’

ଢେଙ୍କାନାଳ ଅଫିସ, ୧୫।୬ଅଶୀ ଦଶକରେ ଢେଙ୍କାନାଳ ସହର ସବୁଜିମାରେ ପରିପୂର୍ଣ୍ଣ ହୋଇ ରହିଥିଲା। ରଜ ମହୋତ୍ସବରେ ପିଲାମାନେ ଗଛରେ ଦୋଳି ବାନ୍ଧି ଖେଳୁଥିଲେ। ସେଦିନର ସବୁଜ ପରିବେଶ ଆଉ ନାହିଁ। ଏ ଦିଗରେ ଚିନ୍ତା କରିବାର ବେଳଆସିଛି। ସମସ୍ତେ ମିଳିମିଶି ଉଦ୍ୟମ କଲେ ଉଜୁଡ଼ି ଯାଇଥିବା ସବୁଜିମା ଫେରିଆସିବ। ଏଥିପାଇଁ ସମସ୍ତେ ସଂକଳ୍ପ ନେବା, ଯେପରି ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାକାର ସବୁଜ ବନାନୀ ଦେଖିବାକୁ ଲୋକେ ଆସିବେ ବୋଲି କହିଛନ୍ତି ‘ଧରିତ୍ରୀ’ ଏବଂ ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ। ସାଂସ୍କୃତିକ ଅନୁଷ୍ଠାନ ଗୁଡନାଇଟ୍‌ କ୍ଲବ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୫ମ ରଜ ମଉଜ-୨୦୧୯ ଉତ୍ସବର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ସହରବାସୀଙ୍କୁ ଏପରି ଆହ୍ବାନ କରିଛନ୍ତି। ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ସଭାମଞ୍ଚ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ନାମରେ ଉତ୍ସର୍ଗ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବରାଜ ଅମରଜ୍ୟୋତି ସିଂଦେଓ କହିଲେ, ପ୍ରଥମ ଦିବସ ମଞ୍ଚ କଳ୍ପନାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଅନୁଷ୍ଠାନର ଏପରି କାର୍ଯ୍ୟ ସ୍ବାଗତଯୋଗ୍ୟ ବୋଲି ସେ କହିଥିଲେ। ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ତାରକା ମିହିର ଦାସ କହିଲେ, ଆମ ଅଜାଣତରେ ଓଡ଼ିଆ ସଂସ୍କୃତିକୁ ହିନ୍ଦୀ ଭାଷା ଗ୍ରାସ କଲାଣି। ଏବେଠାରୁ ସମସ୍ତେ ସଚେତନ ହେଲେ ଏପରି ଅବକ୍ଷୟ ରୋକାଯାଇପାରିବ।
ଉପଦେଷ୍ଟା ସୁକାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ କବୟିତ୍ରୀ ମନୋଜ ମଞ୍ଜରୀ ନନ୍ଦଙ୍କ କବିତା ସଙ୍କଳନ ପୁସ୍ତକ ‘କବିତା ମଞ୍ଜରୀ’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦୁଃସାହସିକ କ୍ରୀଡାବିତ୍‌ ବିଭାରାଣୀ ପାଟରାଙ୍କୁ ‘କଳ୍ପନା ଦାଶ ସ୍ମୃତି ସମ୍ମାନ’, ବିଶିଷ୍ଟ ତବଲା ବାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ରାଧାକାନ୍ତ ନନ୍ଦଙ୍କୁ ‘ରଜ ମଉଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଓଲିଉଡ ଅଭିନେତ୍ରୀ ରିଆ ଦେ ସମ୍ବର୍ଦ୍ଧିତ ହୋଇଥିଲେ। ନିରଦାନନ୍ଦ ନନ୍ଦ ମାନପତ୍ର ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ପୁରସ୍କୃତ ହୋଇଥିଲେ।
ଏହାପରେ ନାଟ୍ୟକାର ଦୀନେଶ ଦାସଙ୍କ ନିର୍ଦ୍ଦେଶନାରେ ପରିବେଷିତ ହୋଇଥିଲା ନାଟକ ‘କଳ୍ପନା ଦି ୱାଣ୍ଡର’। ରିଆଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଏହି ଅବସରରେ ୭୫ କେଜି ଓଜନର ପୋଡ଼ପିଠାକୁ ଅତିଥିମାନେ କାଟିବା ପରେ ଦର୍ଶକଙ୍କୁ ବଣ୍ଟାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଂଯୋଜକ ସତ୍ୟସ୍ବରୂପ ଦାସ, କବି ଅଥୟ କୁମାର ସାହୁ, ଅରବିନ୍ଦ ସାହୁ, ଦେବାଶିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବାହ୍ନରେ ଗୋପବନ୍ଧୁ ଟାଉନ ହଲ୍‌ରେ ରଜ ମଉଜ ଉତ୍ସବ ଅବସରରେ ଆୟୋଜିତ ପ୍ରତିଯୋଗିତାକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗ

ହିନ୍ଦୋଳ, ୭।୧୧(ଡି.ଏନ.ଏ.)-ହିନ୍ଦୋଳ ଥାନା ନୂଆକୋଟ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବୁଧବାର ରାତିରେ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି,...

ଜଗତପୁରରେ ଆତଙ୍କ ଖେଳାଉଥିବା ହାତୀ ଢେଙ୍କାନାଳରେ

ଢେଙ୍କାନାଳ ଅଫିସ, ୨୯।୯: କଟକ ଜିଲା ଜଗତପୁରରେ ଆତଙ୍କ ସୃଷ୍ଟି କରିଥିବା ମାଈ ହାତୀକୁ ଢେଙ୍କାନାଳ ଜିଲା କପିଳାସ ପ୍ରାଣି ଉଦ୍ୟାନ ପରିସରରେ ଥିବା ହାତୀ...

ଜବରଦଖଲ ଉଚ୍ଛେଦ ପରେ ମହିମାଗାଦି ଖାଁ ଖାଁ

ଢେଙ୍କାନାଳ ଅଫିସ,୨୪ା୧୧: ଢେଙ୍କାନାଳ ଜିଲାରେ ଥିବା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାରେ ମଙ୍ଗଳବାର ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଗାଦି ମନ୍ଦିର...

୧୭୦୦ ଟଙ୍କାରୁ ୧୭ ଲକ୍ଷ

ଢେଙ୍କାନାଳ ଅଫିସ, ୧୮।୧୦: ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ସମାରୋହ ପାଳନ କରୁଛି ଢେଙ୍କାନାଳର ଅନ୍ୟତମ ପୁରାତନ ପୂଜା ପ୍ରତିଷ୍ଠାନ ଅରବିନ୍ଦ ବଜାର...

ବିରାଶାଳ ଏୟାରଷ୍ଟ୍ରିପ୍‌ରେ ପ୍ରଶିକ୍ଷଣ ସମୟରେ ଖସିପଡ଼ିଲା ବିମାନ: ମୁଖ୍ୟ ପ୍ରଶିକ୍ଷକଙ୍କ ସହ ଜଣେ ଛାତ୍ରୀ ମୃତ

କାମାକ୍ଷାନଗର,୮ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ସୋମବାର ସକାଳେ ବିମାନ ଖସିପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରଶିକ୍ଷଣ...

ବରିଷ୍ଠ ନାଗରିକ ପରିଷଦର ବୈଠକ:ଅବସରପ୍ରାପ୍ତ ଜିଲା ଜଜ୍‌ଙ୍କୁ ସଭାପତି ଦାୟିତ୍ୱ

ଢେଙ୍କାନାଳ ଅଫିସ,୩ା୯ ଢେଙ୍କାନାଳ ଭାଗୀରଥିସାଗର ନିକଟସ୍ଥ ପିପାର ସଭା ଗୃହରେ ସଂଘ ସଭାପତି ଦୁର୍ଗା ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଜିଲା ବରିଷ୍ଠ ନାଗରିକ ପରିଷଦର...

ନକଲି ନଥି, ନକଲି ସମ୍ପର୍କ

ଢେଙ୍କାନାଳ ଅଫିସ, ୨୭।୯: କାଗଜପତ୍ରଠାରୁ ଆରମ୍ଭ କରି ଆଧାରକାର୍ଡ ସବୁ ନକଲି। ଏହାକୁ ବ୍ୟବହାର କରି ବହୁମୂଲ୍ୟ ଜମି ବିକ୍ରି କରିବାକୁ ରଚିଥିଲେ ଷଡ଼ଯନ୍ତ୍ର। ଏଥିପାଇଁ...

ରଜ ପାଇଁ ଲାଗିଲା ୧୪୪ ଧାରା

ଢେଙ୍କାନାଳ ଅଫିସ, ୧୩।୬ – ରଜ ଉତ୍ସବ ଉପଲକ୍ଷେ ମନ୍ଦିର ଏବଂ ରଜପଡ଼ିଆରେ ଜନସମାଗମ ଆଶଙ୍କାରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ...

Advertisement
Archives

Model This Week