ରଜମଉଜ ମହୋତ୍ସବ ଉଦ୍‌ଘାଟିତ:‘ସବୁଜ ସହର ଗଢ଼ିବାକୁ ସଂକଳ୍ପ ନିଅ’

ଢେଙ୍କାନାଳ ଅଫିସ, ୧୫।୬ଅଶୀ ଦଶକରେ ଢେଙ୍କାନାଳ ସହର ସବୁଜିମାରେ ପରିପୂର୍ଣ୍ଣ ହୋଇ ରହିଥିଲା। ରଜ ମହୋତ୍ସବରେ ପିଲାମାନେ ଗଛରେ ଦୋଳି ବାନ୍ଧି ଖେଳୁଥିଲେ। ସେଦିନର ସବୁଜ ପରିବେଶ ଆଉ ନାହିଁ। ଏ ଦିଗରେ ଚିନ୍ତା କରିବାର ବେଳଆସିଛି। ସମସ୍ତେ ମିଳିମିଶି ଉଦ୍ୟମ କଲେ ଉଜୁଡ଼ି ଯାଇଥିବା ସବୁଜିମା ଫେରିଆସିବ। ଏଥିପାଇଁ ସମସ୍ତେ ସଂକଳ୍ପ ନେବା, ଯେପରି ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାକାର ସବୁଜ ବନାନୀ ଦେଖିବାକୁ ଲୋକେ ଆସିବେ ବୋଲି କହିଛନ୍ତି ‘ଧରିତ୍ରୀ’ ଏବଂ ଓଡ଼ିଶା ପୋଷ୍ଟ’ ସମ୍ପାଦକ ତଥାଗତ ସତପଥୀ। ସାଂସ୍କୃତିକ ଅନୁଷ୍ଠାନ ଗୁଡନାଇଟ୍‌ କ୍ଲବ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୫ମ ରଜ ମଉଜ-୨୦୧୯ ଉତ୍ସବର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ସହରବାସୀଙ୍କୁ ଏପରି ଆହ୍ବାନ କରିଛନ୍ତି। ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ସଭାମଞ୍ଚ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ନାମରେ ଉତ୍ସର୍ଗ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବରାଜ ଅମରଜ୍ୟୋତି ସିଂଦେଓ କହିଲେ, ପ୍ରଥମ ଦିବସ ମଞ୍ଚ କଳ୍ପନାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଅନୁଷ୍ଠାନର ଏପରି କାର୍ଯ୍ୟ ସ୍ବାଗତଯୋଗ୍ୟ ବୋଲି ସେ କହିଥିଲେ। ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ତାରକା ମିହିର ଦାସ କହିଲେ, ଆମ ଅଜାଣତରେ ଓଡ଼ିଆ ସଂସ୍କୃତିକୁ ହିନ୍ଦୀ ଭାଷା ଗ୍ରାସ କଲାଣି। ଏବେଠାରୁ ସମସ୍ତେ ସଚେତନ ହେଲେ ଏପରି ଅବକ୍ଷୟ ରୋକାଯାଇପାରିବ।
ଉପଦେଷ୍ଟା ସୁକାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ କବୟିତ୍ରୀ ମନୋଜ ମଞ୍ଜରୀ ନନ୍ଦଙ୍କ କବିତା ସଙ୍କଳନ ପୁସ୍ତକ ‘କବିତା ମଞ୍ଜରୀ’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦୁଃସାହସିକ କ୍ରୀଡାବିତ୍‌ ବିଭାରାଣୀ ପାଟରାଙ୍କୁ ‘କଳ୍ପନା ଦାଶ ସ୍ମୃତି ସମ୍ମାନ’, ବିଶିଷ୍ଟ ତବଲା ବାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ରାଧାକାନ୍ତ ନନ୍ଦଙ୍କୁ ‘ରଜ ମଉଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଓଲିଉଡ ଅଭିନେତ୍ରୀ ରିଆ ଦେ ସମ୍ବର୍ଦ୍ଧିତ ହୋଇଥିଲେ। ନିରଦାନନ୍ଦ ନନ୍ଦ ମାନପତ୍ର ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ପୁରସ୍କୃତ ହୋଇଥିଲେ।
ଏହାପରେ ନାଟ୍ୟକାର ଦୀନେଶ ଦାସଙ୍କ ନିର୍ଦ୍ଦେଶନାରେ ପରିବେଷିତ ହୋଇଥିଲା ନାଟକ ‘କଳ୍ପନା ଦି ୱାଣ୍ଡର’। ରିଆଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଏହି ଅବସରରେ ୭୫ କେଜି ଓଜନର ପୋଡ଼ପିଠାକୁ ଅତିଥିମାନେ କାଟିବା ପରେ ଦର୍ଶକଙ୍କୁ ବଣ୍ଟାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଂଯୋଜକ ସତ୍ୟସ୍ବରୂପ ଦାସ, କବି ଅଥୟ କୁମାର ସାହୁ, ଅରବିନ୍ଦ ସାହୁ, ଦେବାଶିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବାହ୍ନରେ ଗୋପବନ୍ଧୁ ଟାଉନ ହଲ୍‌ରେ ରଜ ମଉଜ ଉତ୍ସବ ଅବସରରେ ଆୟୋଜିତ ପ୍ରତିଯୋଗିତାକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri