ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ

ରକ୍ତଭଣ୍ଡାରରେ ରକ୍ତର ଅଭାବ: ଭରଣା ଉଦ୍ଦେଶ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ
ପାଟଣା,୧୫ା୪(ସ୍ବ.ପ୍ର.): କରୋନା ସଂକ୍ରମଣ ପାଇଁ ଏବେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ କେନ୍ଦୁଝର ଜିଲା ରକ୍ତଭଣ୍ଡାରରେ ଏବେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହାକୁ ଭରଣା କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବୁଧବାର ପାଟଣା ବ୍ଲକ ବିଜେଡି ପକ୍ଷରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ପାଟଣା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଜଗନ୍ନାଥ ନାଏକ କହିଛନ୍ତି। ଏଥିରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ମୋଟ୍‌ ୨୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଏହି ରକ୍ତଦାନ ଶିବିରରେ ଜିଲା ବିଜେଡି ସଭାପତି ତଥା ପୂର୍ବତନ ଏମ୍‌ପି.ମାଧବ ସର୍ଦ୍ଦାର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ବିଜେଡି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ର ପ୍ରମୁଖ ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲା ବ୍ଲଡ୍‌ ବ୍ୟାଙ୍କର ଡ. ଅନୁଜା ତ୍ରିପାଠୀ, ଟେକ୍‌ନିସିଆନ ସ୍ନିଗ୍ଧା ରାୟ, ଜଗନ୍ନାଥ ମହାନ୍ତ ଓ ହେମରଞ୍ଜନ ମହାନ୍ତ ପ୍ରମୁଖ ରକ୍ତ ସଂଗହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଗଡ଼ରେ ତୀବ୍ର ଲଢ଼େଇ

ଢେଙ୍କାନାଳ ଅଫିସ, ୧୪ା୨: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ମତଦାନକୁ ହାତଗଣତି ଦିନ ବାକି ରହିଥିବାବେଳେ...

ଏସ୍‌ସିବି କାଜୁଆଲଟି ସ୍ଥିତି ଖରାପ

କଟକ ଅଫିସ,୧୯ା୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କାଜୁଆଲିଟି ଓ ଆଇସୋଲେଶନ ୱାର୍ଡରେ ସ୍ଥିତି ଖରାପ ରହିଛି। କାଜୁଆଲିଟିରୁ ସୋମବାର ଜଣେ ରୋଗୀ ଚିହ୍ନଟ...

ଧୂଳିଧୂଆଁରେ ଅସ୍ତବ୍ୟସ୍ତ ଜୁରୁଡ଼ି-ବାମେବାରୀ

ଯୋଡ଼ା, ୧୦।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ଖଣିଜ ଶିଳ୍ପ ସମୃଦ୍ଧ ଜୁରୁଡି ଖଣି ଅଞ୍ଚଳ ଶନିବାର ସମ୍ପୂର୍ଣ୍ଣ ଟ୍ରାଫିକ ଜାମ୍‌ ହୋଇଯାଇଥିଲା। ଏହା ଏବେ...

ଚିକିଟି ରାଜାଙ୍କ ପରଲୋକ

ଚିକିଟି,୨୮ା୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟିର ରାଜା ତଥା ପୂର୍ବତନ ବିଧାୟକ ସଚ୍ଚିଦାନନ୍ଦ ଦେଓଙ୍କ ୯୮ ବର୍ଷରେ ଶୁକ୍ରବାର ସକାଳେ ଚିକିଟି ରାଜବାଟୀ ପରିସରରେ ପରଲୋକ ହୋଇଯାଇଛି।...

ମଦଭାଟିରେ ହାତୀ ଉପଦ୍ରବ : ଯୁବକଙ୍କ ଜୀବନ ଗଲା

ବାରିପଦା ଅଫିସ,୬ା୬: ବାରିପଦା ସହର ନିକଟ ମଞ୍ଚାବନ୍ଧାଠାରେ ୧୪ଟିକିଆ ହାତୀପଲଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ହେଲେ ବିହାରର ଔରଙ୍ଗାବାଦ ଅଞ୍ଚଳର...

ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁନି ସୁଧାର: ଜୟପୁର କୋଭିଡ୍‌ ଚିକିତ୍ସାଳୟରୁ ଭୁବନେଶ୍ୱର ସ୍ଥାନାନ୍ତର

ଜୟପୁର,୧୨।୯(ଡି.ଏନ୍‌.ଏ): ରାଜ୍ୟ ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇବା ଯୋଗୁ ତାଙ୍କୁ ଶନିବାର ପୂର୍ବାହ୍ନରେ ଜୟପୁର କୋଭିଡ୍‌...

ବାଇକ୍‌ରେ ଘରକୁ ଗଲା ଛାତ୍ରୀଙ୍କ ମୃତଦେହ

କେନ୍ଦ୍ରାପଡ଼ା ଅଫିସ, ୬ା୪: ସ୍ବାସ୍ଥ୍ୟ ବିଭାଗ ଅବହେଳାର ଆଉ ଏକ ହୃଦୟବିଦାରକ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି...

ଦିଗହରା କଳାକାର ସଂଘ: ବସୁନାହିଁ ବୈଠକ, ପରିବର୍ତ୍ତନ ହେଉନାହାନ୍ତି ସମ୍ପାଦକ

ନୟାଗଡ଼ ଅଫିସ,୩୧।୭(ରଞ୍ଜନ କୁମାର ପ୍ରଧାନ)-କଳା,ସଂସ୍କୃତି ଓ ଐତିହ୍ୟର ପୀଠ ନୟାଗଡ଼ ଜିଲା । ଦଣ୍ଡନାଚ, ବାଉଁଶରାଣୀ, ପାଲା , ଦାସକାଠିଆ, ଚଢ଼େୟା ଚଢ଼େୟାଣୀ ଭଳି ୧୪...

Advertisement
Archives

Model This Week