Posted inଫୁରସତ

ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ଦେଖାଯାନ୍ତି ତରୁଣୀ

ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ ଫିକା ପଡ଼ିିଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନରେ ଏପରି ଏକ ଜାଗା ଅଛି, ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ୩୦ କିମ୍ବା ୪୦ ବର୍ଷ ବୟସର ଲାଗିଥା’ନ୍ତି। ପାକିସ୍ତାନର ଏହି ମହିଳାମାନଙ୍କୁ ଦୁନିଆର ସବୁଠୁ ସୁନ୍ଦରୀ ବୋଲି କୁହାଯାଇଥାଏ। ଯେଉଁଠି ବୃଦ୍ଧା ତରୁଣୀ ଦେଖାଯା’ନ୍ତି ଏବଂ ପୁରୁଷମାନେ ୯୦ ବର୍ଷରେ ମଧ୍ୟ ବାପା ହୋଇଥାଆନ୍ତି।
ଏହି ଘଟଣା ହେଉଛି ଉତ୍ତର ପାକିସ୍ତାନର ହୁଞ୍ଜା ସମୁଦାୟର। କାରାକୋରମ୍‌ ପର୍ବତରେ ରହୁଥିବା ହୁଞ୍ଜା ଘାଟି ଲୋକ ୧୨୦ ବର୍ଷ ବଞ୍ଚତ୍ଥା’ନ୍ତି। ସେମାନଙ୍କୁ ବୃଷୋ ବୋଲି କୁହାଯାଏ। କାରଣ ସେମାନେ ବୃଷକି ଭାଷାରେ କଥା ହୋଇଥାନ୍ତି। କୁହାଯାଏ, ସେମାନେ ଆଲେକ୍‌ଜାଣ୍ଡାରଙ୍କ ବଂଶଜ। ଏମାନେ ପାକିସ୍ତାନର ଅନ୍ୟ ସମୁଦାୟଗୁଡିକଠାରୁ ଅଧିକ ଶିକ୍ଷିତ ହୋଇଥା’ନ୍ତି। ହୁଞ୍ଜା ଘାଟିରେ ୪୫ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଏମାନେ ବାସ କରୁଥିବା ବେଳେ ମୁସଲମାନ ଧର୍ମାବଲମ୍ବୀ ହୋଇଥା’ନ୍ତି। ଏହି ସମୁଦାୟ ଉପରେ ଅନେକ ବହି ଲେଖାଯାଇଥିବା ବେଳେ ଏହି ସ୍ଥାନ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ପରିଚିତ।
ଏମାନେ ଶାରୀରିକ, ମାନସିକସ୍ତରରେ ମଧ୍ୟ ମଜଭୁତ ହୋଇଥା’ନ୍ତି। କୁହାଯାଏ, ଏହି ଲୋକଙ୍କ ଜୀବନଶୈଳୀ ସେମାନଙ୍କ ଲମ୍ବା ବୟସର ରାଜ୍‌ ହୋଇଥାଏ। ଏମାନେ ସବୁଦିନ ସକାଳ ୫ଟାରେ ଉଠିଥା’ନ୍ତି। ପୁଣି ଅଧିକ ଚାଲିବା ସହ ଗାଡି, ସାଇକେଲର ବ୍ୟବହାର ବହୁତ କମ୍‌ କରିଥା’ନ୍ତି। ଉକ୍ତ ସମୁଦାୟର ଲୋକେ ଦିନକୁ ଦୁଇଥର ଖାଇଥା’ନ୍ତି। ଖରାବେଳେ ଓ ରାତିରେ। ସେମାନଙ୍କ ଖାଦ୍ୟ ମଧ୍ୟ ସ୍ବାସ୍ଥ୍ୟକର ହୋଇଥାଏ। ଏମାନେ କ୍ୱଚିତ୍‌ ପର୍ବପର୍ବାଣିରେ ମାଂସ ଖାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri